PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

୧୯୫୧ରେ ମୁଦଗଲ ୫୦୦୦ ଟଙ୍କା ନେଇ ଲୋକସଭାରେ କରିଥିଲେ ପ୍ରଶ୍ନ, ଅଯୋଗ୍ୟ ହୋଇଥିବା ପ୍ରଥମ ସାଂସଦ    

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାରେ ୧୯୫୧ ପରେ ୧୬ ସାଂସଦଙ୍କ ସଦସ୍ୟତା ଯାଇଛି। ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ଓ ଇନ୍ଦିରା ଗାନ୍ଦୀ ମଧ୍ୟ ସାମିଲ ରହିଛନ୍ତି। ଏହା ବ୍ୟତୀତ ବିଜୟ ମାଲିଆ ଏବଂ ଅନ୍ୟ ସାଂସଦମାନେ ମଧ୍ଯ ରହିଛନ୍ତି। ତେବେ ଲୋକସଭା ସଭ୍ୟ ପଦ ରଦ୍ଦ ହୋଇଥିବା ପ୍ରଥମ ସାଂସଦ ହେଉଛନ୍ତି ଏଚଜି ମୁଦଗଲ।    

ଏପରି ପ୍ରଥମ ଘଟଣା ଘଟିଥିଲା ୨୫ ସେପ୍ଟେମ୍ୱର ୧୯୫୧ରେ । ତେବେ ଏହି ସାଂସଦ ମଧ୍ୟ କଂଗ୍ରେସ ପାର୍ଟିର। ତାଙ୍କ ନାମ ଏଚଜି ମୁଦଗଲ । ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ୫୦୦୦ ଟଙ୍କା ନେଇଥିବାରୁ ତାଙ୍କୁ ଲୋକସଭାରୁ ହଟାଇ ଦିଆଯାଇଥିଲା। ମୁଦଗଲଙ୍କୁ ଅଯୋଗ୍ୟ ଘୋଷଣା କରି ଲୋକସଭା ସଦସ୍ୟ ପଦ ରଦ୍ଦ କରାଯାଇଥିଲା। ସେତେବେଳେ ଯାଏ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ହୋଇନଥିଲା। ଦେଶରେ ପ୍ରୋଭିଜନାଲ ସରକାର ରହିଥିଲା। ସେ ଗୃହରେ ପ୍ରଶ୍ନ କରିବା ପାଇଁ କୌଣସି ଜଣେ ବିଜନେସମ୍ୟାନଙ୍କ ଠାରୁ ଟଙ୍କା ନେଉଥିଲେ।

ଏଚଜି ମୁଦଗଲ ପଇସା ନେଇ ପ୍ରଶ୍ନ କରିଥିଲେ

ଯେତେବେଳେ ମୁଦଗଲ ଉପରେ ଏହି ଅଭିଯୋଗ ଆସିଥିଲା ପ୍ରଥମେ ଏକ ବିଶେଷ ସଂସଦୀୟ କମିଟି ଗଠନ କରାଯାଇଥିଲା। ଏହି କମିଟିର ମୁଖ୍ୟ ରହିଥିଲେ ଟିଟି କୃଷ୍ଣାମଚାରୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ରହିଥିଲେ ପ୍ରୋଫେସର କେଟି ଶାହ, ସୈୟଦ ନୌଶୋରଲି, ଜି ଦୁର୍ଗାବାଇ ଓ କାଶୀନାଥରାଓ ବୌଦ୍ଧ ରହିଥିଲେ। ୧୯୫୧ ଜୁନ ୮ରେ କମିଟି ଗଠନ କରାଯାଇଥିଲା। ଏହା ପୂର୍ବରୁ ଏହି ପ୍ରସଙ୍ଗରେ ସଂସଦରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଯେତେବେଳେ ମୁଦଗଲଙ୍କୁ ହଟାଇବା ପାଇଁ ଭୋଟିଂ ହୋଇଥିଲା, ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ।     

ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମୁଦଗଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଠିକ୍‌ ବୋଲି କହିଥିଲେ। ସେ କହିଥିଲେ ଯେ ଯଦି ଏପରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜନତାଙ୍କ ନିକଟକୁ ଭିନ୍ନ ସନ୍ଦେଶ ଯିବ। 

ସମ୍ବନ୍ଧିତ ଖବର