ମୁମ୍ୱାଇ : ମାଧୁରୀ ଦୀକ୍ଷିତ ଆଜି ବି ତାଙ୍କର ସୌନ୍ଦର୍ଯ୍ୟରେ ବଲିଉଡ ଦର୍ଶକଙ୍କୁ ମୋହିତ କରି ଚାଲିଛନ୍ତି। ଏହି ଅଭିନେତ୍ରୀ ଖୁବ୍ଶୀଘ୍ର ନେଟଫ୍ଲିକ୍ସ ଫିଲ୍ମ 'ମା ବହନ 'ରେ ନଜର ଆସିବେ, ଯେଉଁଥିରେ ଫିଲ୍ମ ‘ଆନିମଲ୍’ରେ ଥିବା ତୃପ୍ତି ଡିମରୀ ମଧ୍ୟ ଅଭିନୟ କରିଛନ୍ତି। ଏହି ଦୁଇ ବଡ଼ ଅଭିନେତ୍ରୀଙ୍କ ବ୍ୟତୀତ, ଏହି ଫିଲ୍ମରେ ଲୋକପ୍ରିୟ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଧରନା ଦୁର୍ଗା ମଧ୍ୟ ନଜର ଆସିବେ, ଯାହାଙ୍କର ଏହା ବଲିଉଡ ଡେବ୍ୟୁ।
ଧରଣା ଦୁର୍ଗା ତାଙ୍କର ରିଲେଟେବଲ ରିଲ୍ସ ପାଇଁ ପ୍ରସିଦ୍ଧ। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୨ ମିଲିୟନ ଫଲୋଅର୍ସ ଅଛନ୍ତି। ବଲିଉଡର ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ତାଙ୍କୁ ଫଲୋ କରନ୍ତି। ଏହି କ୍ରମରେ ତାଙ୍କର ଫିଲ୍ମ 'ମା ବହନ'ରେ ଆସିବା ଏକ ଗୁରୁତ୍ୱପୂର୍ଣ୍ଣ କଥା ମନେକରାଯାଉଛି। ବର୍ତ୍ତମାନ ସମୟରେ ଧରନା , ମାଧୁରୀ ଦୀକ୍ଷିତ ଓ ତୃପ୍ତିଙ୍କ ସହ ତାଙ୍କର ଡେବ୍ୟୁ ଫିଲ୍ମର ଖୁବ୍ ପ୍ରମୋସନ ମଧ୍ୟ କରୁଛନ୍ତି। କିନ୍ତୁ, ପାପାରାଜି ମାନେ ତାଙ୍କୁ ସେତିକି ଗୁରୁତ୍ୱ ଦେଉ ନାହାଁନ୍ତି , ଯେଉଁଥିରେ ଧରନାଙ୍କ ପ୍ରଶଂସକ ଅସନ୍ତୁଷ୍ଟ ଅଛନ୍ତି।
ଫିଲ୍ମ ‘ମା ବହନ’ର ଲିଡ୍ ହିରୋଇନ ମାଧୁରୀ ଦୀକ୍ଷିତ , ତୃପ୍ତି ଡିମରୀ ଓ ଧରନା ଦୁର୍ଗାଙ୍କ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିଛି, ଏଥିରେ ପାପ୍ସ କେବଳ ମାଧୁରୀ –ତୃପ୍ତିଙ୍କ ଫଟୋ ନେବା କଥା କହୁଛନ୍ତି , ସେମାନେ ଇନଫ୍ଲୁଏନ୍ସରଙ୍କ ଉପରେ କୌଣସି ଧ୍ୟାନ ଦେଇ ନାହାନ୍ତି, ଯେଉଁଥିରେ ସେ ଇଗ୍ନୋର ଫିଲ୍ କରୁଛନ୍ତି। ଧରନା ଏହି ସମୟରେ ଟିକେ ହତାଶା ଅନୁଭବ କରୁଛନ୍ତି ଏବଂ ପୁଣି ଚୁପଚାପ କ୍ୟାମେରାରୁ ପାଖେଇ ଯାଉଛନ୍ତି। ତାଙ୍କ ପାର୍ଶ୍ୱରେ ଠିଆ ହୋଇଥିବା ମାଧୁରୀ କିଛି କହୁ ନାହାନ୍ତି ଏବଂ ସେ ତୃପ୍ତିଙ୍କ ସହ ମିଶି କ୍ୟାମେରାରେ ପୋଜ୍ ଦେଉଛନ୍ତି।
ଧରନାଙ୍କ ପ୍ରଶଂସକ ଏହି ବ୍ୟବହାରକୁ ନାପସନ୍ଦ କରିଛନ୍ତି। ସେ ଇନଫ୍ଲୁଏନ୍ସରଙ୍କୁ ଇଗ୍ନୋର କରାଯିବା ନେଇ ପାପାରାଜିଙ୍କୁ ବିରକ୍ତ ହୋଇଛନ୍ତି। ଏହାସହ ମାଧୁରୀ –ତୃପ୍ତିଙ୍କ ନିରବତାକୁ ନେଇ ପ୍ରଶ୍ନ କରିଛନ୍ତି। ଧରନା ଦୁର୍ଗାଙ୍କ ପ୍ରଶଂସକଙ୍କ ଭିଡିଓ ଦେଖି କହୁଛନ୍ତି , ଲକ୍ଷ ଲକ୍ଷ ଲୋକ ଫିଲ୍ମ ମା ବହନ କେବଳ ତାଙ୍କୁ ଦେଖିବା ପାଇଁ ଦେଖିବାକୁ ଚାହୁଁଥିଲେ । କିନ୍ତୁ ଏବେ ଏହା ପରେ ତାଙ୍କର ମନ ଉଦାସିନ ହୋଇଯାଇଛି , କାରଣ ତାଙ୍କର ଫେବରାଇଟ୍ ଇନପ୍ଲୁଏନ୍ସରଙ୍କୁ ସାଇଡ୍ ଲାଇନ କରାଯାଇଛି।
ଫିଲ୍ମ ‘ମା ବହନ’ରେ ମାଧୁରୀ –ତୃପ୍ତି-ଧରନାଙ୍କ ବ୍ୟତୀତ ରବି କିଶନ ମଧ୍ୟ ଅଛନ୍ତି। ଏହାକୁ ସୁରେଶ ତ୍ରିବେଣୀ ନିର୍ଦ୍ଦେଶନା ଦେଉଛନ୍ତି, ଯାହା ୪ ଜୁନରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ।ଏହାକୁ ଟ୍ରେଲରକୁ ପ୍ରଶଂସକମାନେ ବହୁତ ଭଲ ରେସପନ୍ସ ଦେଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ରଜାକ୍ ଖାନଙ୍କୁ ହୋଟେଲରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଜାଭେଦ ଅଖତର ,ୱେଟରକୁ ଚିଠା ଦେଇ ପଠାଇଲେ ...