ମୁମ୍ୱାଇ : ଅଭିନେତା ରଜାକ ଖାନଙ୍କୁ ଆପଣ ହିନ୍ଦୀ ଫିଲ୍ମ ଗୁଡ଼ିକରେ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଦେଖି ଥିବେ। ସଲମାନ ଖାନଙ୍କ ଫିଲ୍ମ 'ହେଲୋ ବ୍ରଦର'ରେ ରଜାକ ଖାନ ନିଞ୍ଜା ଚାଚାର ଚରିତ୍ର କରିଥିବା ବେଳେ ଗୋବିନ୍ଦାଙ୍କ ସହ ତାଙ୍କର ଫିଲ୍ମ ‘ଆଖିଓଁ ସେ ଗୋଲି ମାରେ’ ରେ ସେ ଟକ୍କର ପହଲବାନ ହୋଇ ଥିଲେ। ତାଙ୍କର ଅଲଗା ଲୁକ୍ ଓ ନିଆରା ଏକ୍ସପ୍ରେସନ (ଭାବ ଭଙ୍ଗି) କାରଣରୁ ସେ ଏକ କମିକ୍ କ୍ୟାରେକ୍ଟର ପାଲଟି ଯାଇଛନ୍ତି। କିନ୍ତୁ ଆପଣ କଣ ଜାଣନ୍ତି ଯେ, ଏକ ମଞ୍ଚରେ ପ୍ରଦର୍ଶନ କରୁଥିବା ଆର୍ଟିଷ୍ଟ ରଜାକଙ୍କୁ ତାଙ୍କର ପ୍ରଥମ ଫିଲ୍ମ ଜାଭେଦ ଅଖତରଙ୍କ କାରଣରୁ ମିଳି ଥିଲା। ଜଣେ ଅଜଣା ବ୍ୟକ୍ତିଙ୍କୁ ଜାଭେଦ ଅଖତର ଦେଇ ଥିଲେ ରୋଲ୍।

ରଜାକ ଖାନଙ୍କ ଜନ୍ମ ମୁମ୍ୱାଇରେ ହୋଇ ଥିଲା। ଆକ୍ଟିଂ ଓ ଷ୍ଟେଜରେ କ୍ୟାରିୟର କରିବା ପାଇଁ ୮୦ ଦଶକରେ ୟୁନାଇଟେଡ୍ କିଙ୍ଗଡମ୍ ଶିଫ୍ଟ ହୋଇଥିଲେ। ଏହି ସମୟରେ ସେ ମୁମ୍ୱାଇ ଯିବା ଆସିବା ବି କରୁଥିଲେ। ଫିଲ୍ମରେ କାମ କରିବାର ଇଚ୍ଛା ଥିଲା। କିନ୍ତୁ ତାଙ୍କୁ ସର୍ବଦା କ୍ରାଉଡର ରୋଲ ମିଳୁ ଥିଲା। ଏହି କ୍ରମରେ ଦିନେ ରଜାକ ଖାନ ମୁମ୍ୱାଇର ଏକ ଫାଇଭ୍ ହୋଟେଲରେ ଥିଲେ ଏବଂ କଫି ପିଉ ଥିଲେ। ଏହି ହୋଟେଲରେ ଜାଭେଦ ଅଖତର ଡିନର କରିବାକୁ ପହଞ୍ଚି ଥିଲେ। ଜାଭେଦ ଅଖତର ରଜାକ ଖାନଙ୍କୁ ଧ୍ୟାନରେ ଦେଖିଲେ। ତାଙ୍କର ଚେହେରାର ସ୍ୱଭାବ ତାଙ୍କୁ ସାଧାରଣ ଲୋକଙ୍କ ଠାରୁ ଅଲଗା ଥିଲା।

ରଜାକ ଖାନଙ୍କୁ ସେହି ହୋଟେଲରେ ଦେଖିବା ପରେ ଜାଭେଦ ଅଖତର ଜଣେ ୱେଟର କୁ ଡାକିଲେ ଏବଂ ଏକ ଛୋଟ କାଗଜରେ ନିଜର ଡିଟେଲ ଲେଖି ଥିଲେ। ୱେଟରଙ୍କୁ କହିଛନ୍ତି ଯେ, ସେ କାଗଜ ସାମ୍ନାରେ ବସିଥିବା ବ୍ୟକ୍ତିଙ୍କୁ ଦେଇ ଆସ। ରଜାକ ଖାନଙ୍କ ହାତରେ ସେହି କାଗଜ ପଡ଼ିଲା , ଯାହା ଉପରେ ଲେଖା ଥିଲା –ମୁଁ ଜାଭେଦ ଅଖତର , ମୁଁ ଆପଣଙ୍କୁ ଜଏନ କରି ପାରିବି ? ଏହାପରେ ସେ ରଜାକଙ୍କୁ କହିଲେ ଯେ, ଆପଣଙ୍କ ଚେହେରା ନିଜେ ଗୋଟିଏ କାହାଣୀ। ଜାଭେଦ ଅଖତର ତାଙ୍କୁ ଅଭିନେତା ସତିଶ କୌଶିକଙ୍କ ପାଖକୁ ପଠାଇ ଦେଲେ। ସତିଶ କୌଶିକ ସେହି ସମୟରେ ‘ରୂପ୍ କି ରାନୀ ଚୋରୋଁ କା ରାଜା’ ତିଆରି କରୁଥିଲେ। ସେ ତୁରନ୍ତ ରଜାକ ଖାନଙ୍କୁ ଫିଲ୍ମରେ ଗୋଟିଏ ରୋଲ୍ ଦେଇ ଦେଲେ। ଏହିପରି ରଜାକ ଖାନଙ୍କୁ ଫିଲ୍ମରେ କାମ ମିଳିବାକୁ ଲାଗିଲା।

ରଜାକ ଖାନ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସ୍ମରଣୀୟ ଭୂମିକାରେ ଅଭିନୟ କରି ଥିଲେ। ତାଙ୍କର କମିକ୍ ରୋଲକୁ ଦର୍ଶକ ସବୁଠୁ ଅଧିକ ଉପଭୋଗ କରି ଥିଲେ। ଗୋବିନ୍ଦାଙ୍କ ସହ ତାଙ୍କର ଯୋଡି ହିଟ୍ ହୋଇ ଥିଲା। ‘ଆଖିଓଁ ସେ ଗୋଲି ମାରେ’ ଫିଲ୍ମରେ ରଜାକ ଟକ୍କର ପହଲବାନ ଭୂମିକାରେ ଅଭିନୟ କରି ଥିଲେ। ସେ ଗୋବିନ୍ଦାଙ୍କ ଦ୍ୱିତୀୟ ଫିଲ୍ମ "କ୍ୟୁଙ୍କି ମୈଁ ଝୁଟ୍ ନହିଁ ବୋଲତା" ରେ ମଧ୍ୟ କାଲା ଭାଇ ଭୂମିକାରେ ଅଭିନୟ କରି ଥିଲେ। ରଜାକ ଏବେ ଆଉ ଜୀବିତ ନାହାନ୍ତି। ୨୦୧୬ ମସିହାରେ ତାଙ୍କର ହୃଦଘାତ ହୋଇ ଥିଲା। ଯେତେବେଳେ ତାଙ୍କୁ ହସ୍ପିଟାଲ ନିଆଯାଇ ଥିଲା, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରି ଥିଲା। ସେତେବେଳେ ତାଙ୍କର ବୟସ ୬୫ ବର୍ଷ ବୟସ ଥିଲେ।

ଆହୁରି ମଧ୍ୟ ପଢନ୍ତୁ : Memshab: ୨୨ରେ ଆସୁଛନ୍ତି ‘ମେମସାହାବ’, ଦେଖିବାକୁ ମିଳିବ ମର୍ଡର ମିଷ୍ଟ୍ରି ସସ୍‌ପେନ୍ସ