କାଲସାଏପାଲିରେ ଜମି ବିବାଦରୁ ମାରପିଟ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଶତ୍ରୁଘନଙ୍କ ମୃତ୍ୟୁ

ବଲାଙ୍ଗିର,୧୯/୩: ସଦର ଥାନା ଅନ୍ତର୍ଗତ କାଲସାଏପାଲିରେ ଘର ଆଗରେ କୁକୁର ବନ୍ଧା ଓ ଜମିଜମା ବିବାଦକୁ କେନ୍ଦ୍ର କରି ଶତ୍ରୁଘନ କାଲସାଏ ଓ ତାଙ୍କ ସ୍ତ୍ରୀ ଜାନକୀ କାଲସାଏଙ୍କୁ ସମ୍ପର୍କୀୟ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଉଭୟେ ସ୍ଵାମୀ ସ୍ତ୍ରୀ ଗୁରୁତର ହୋଇଥିଲେ। ତେବେ ଗୁରୁତର ଅବସ୍ଥାରେ ଶତ୍ରୁଘନଙ୍କୁ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗରୁତର ହେବାରୁ ବୁର୍ଲା, କଟକ ଓ ଶେଷରେ ଛତିଶଗଡ଼ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ଶତ୍ରୁଘନଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଜାନକୀଙ୍କ ଅଭିଯୋଗ ଆଧାରରେ ସଦର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜୁଥିଲେ ହେଁ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ଜଣାପଡିଛି ।