୩୧ରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ! ପ୍ରସ୍ତୁତ ହେଉଛି ସିଏଚ୍ଏସ୍ଇ

ଭୁବନେଶ୍ୱର, ୨୪।୫: ଚଳିତ ମାସ ୩୧ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବ । ଏନେଇ ପ୍ରସ୍ତୁତ ହେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପ୍ରସ୍ତୁତି ଚାଲିଛି । ରେଜଲ୍ଟ ଟାବ୍ଲେଟ୍, ମାର୍କସିଟ୍, ସାର୍ଟିଫିକେଟ. ସହ ଅନ୍ଲାଇନ୍ ଆପ୍ଲିକେଶନ୍ରେ ଡାଟା ଅପ୍ଲୋଡ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାଜ୍ୟ ବାହାର ଏକ ଆଇଟି ସଂସ୍ଥା ଏହାକୁ କରୁଛି । ତେଣୁ ଆସନ୍ତା ୩୦ କିମ୍ବା ୩୧ ତାରିଖରେ ରେଜଲ୍ଟ ପ୍ରସ୍ତୁତି ନେଇ ପରିଷଦ ଜୋରଦାର ପ୍ରସ୍ତୁତ କରୁଛି । ଏନେଇ ସୂଚନା ମିଳିଛି । ସେହିପରି ଜୁନ୍ ପ୍ରଥମ ସପ୍ତାହରେ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶିତ ହେବ ।