PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଧାନସଭାରେ ମାନିଲେ ମନ୍ତ୍ରୀ; ରାଜ୍ୟରେ ଚାଷଙ୍କ ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର,୨୭/୦୭: ରାଜ୍ୟରେ ସ୍ୱାଭାବିକ ବର୍ଷାଠାରୁ କମ୍‌ ବର୍ଷା ହୋଇଛି । ୫ ଜିଲ୍ଲାରେ ବୃଷ୍ଟିପାତ ସ୍ୱାଭାବିକ ଥିଲା ବେଳେ ୨୫ ଜିଲ୍ଲାରେ ବର୍ଷା ପରିମାଣ କମ୍‌ ଅଛି । ୩୧୪ ବ୍ଲକରୁ ମାତ୍ର ୭୯ ବ୍ଳକରେ ବର୍ଷାର ପରିମାଣ ସ୍ୱାଭାବିକ ଅଛି । ୨୩୫ ବ୍ଲକରେ ବୃଷ୍ଟିପାତର ପରିମାଣ କମିଛି । ୨୧ ବ୍ଲକରେ ସ୍ଥିତି ପୂରା ସଂଗିନ୍‌ । ୫୯%ରୁ କମ୍‌ ବର୍ଷା ଏ ବ୍ଲକଗୁଡ଼ିକରେ ହୋଇଛି । ଜଳଭଣ୍ଡାରରେ ଜଳସେଚନ ପାଇଁ ମଧ୍ୟ ଆବଶ୍ୟକ ପାଣି ଉପଲବ୍ଧ ନାହିଁ । ବର୍ଷା ଅଭାବରୁ ଧାନ ବେଉଷଣ ସହ ଧାନ ରୁଆ ହୋଇପାରୁନି । ରାଜ୍ୟରେ ଏବେ ପରିସ୍ଥିତି ଉଦ୍‌ବେଗଜନକ ।

ବିଧାନସଭାରେ ଆଜି ସମ୍ଭାବ୍ୟ ମରୁଡ଼ି ନେଇ ଏହା ମାନିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଦୁଇଦିନ ମଧ୍ୟରେ ବର୍ଷା ନହେଲେ ଚାଷ ବହୁଳ ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଲଘୁଚାପ ପ୍ରଭାବରେ ବର୍ଷା ହେଲେ କିଛି ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଶ୍ରୀ ମାର୍ଣ୍ଡି ଆଶା ପ୍ରକଟ କରିଛନ୍ତି ।
ରାଜ୍ୟର ମରୁଡ଼ି ପରସ୍ଥିତି ସଂପର୍କରେ ବିଧାନସଭାରେ ବିବୃତି ରଖି ମନ୍ତ୍ରୀ କହିଲେ, ଚଳିତ ଖରିଫ ଋତୁରେ ୨୫ ଲକ୍ଷ ୮୦ ହଜାର ୫୭୯ ହେକ୍ଟର ଜମିରେ ଧାନ ଏବଂ ଅଣଧାନ ଫସଲ ହୋଇଛି । ୧୫ ଲକ୍ଷ ୧୧ ହଜାର ୩୦୩ ହେକ୍ଟର ଜମିରେ ଧାନ, ୨ ଲକ୍ଷ ୧୮ ହଜାର ୮୦୭ ହେକ୍ଟରରେ ଡାଲି ଜାତୀୟ ଫସଲ, ୮୪ ହଜାର ୨୦ ହେକ୍ଟର ତୈଳବୀଜ ଏବଂ ୭ ଲକ୍ଷ ୬୬ ହଜାର ୪୪୯ ହେକ୍ଟର ଜମିରେ ପନିପରିବା ଓ ଅନ୍ୟ ଫସଲ ଚାଷ ହୋଇଛି । ତେବେ ଧାନବୁଣା ସରିଥିଲେ ମଧ୍ୟ ବର୍ଷା ଅଭାବ ଚାଷ କାମକୁ ଆଗକୁ ନେବାକୁ ପ୍ରତିବନ୍ଧକ ସାଜିଛି । ବେଉଷଣ ସହ ତଳି ଉପୁଡ଼ା ହୋଇପାରୁନି । ଶୀଘ୍ର ବର୍ଷା ନହେଲେ ବୁଣାଧାନ ସହ ତଳିଘେରା ଧାନ ପ୍ରଭାବିତ ହେବ । ମନ୍ତ୍ରୀ ସ୍ୱୀକାର କରିଛନ୍ତି, ବର୍ଷା କମ କାରଣରୁ ରାଜ୍ୟର ନଦୀ, ନାଳରେ କମ୍‌ ପାଣି ପ୍ରବାହିତ ହେଉଛି ।

ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳଭଣ୍ଡାର ସହ ବ୍ୟାରେଜଗୁଡ଼ିକରେ ଆଶାନୁରୂପକ ଜଳପ୍ରବାହ ହେଉନାହିଁ । ଜଳଭଣ୍ଡାରଗୁଡ଼ିକରେ ଗତବର୍ଷ ଏ ସମୟରେ ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାରରେ ୨୮.୨୮% ଜଳ ମହଜୁଦ ଥିଲା ବେଳେ ଚଳିତ ବର୍ଷ ମାତ୍ର ୧୫.୬୬% ମହଜୁଦ ଅଛି । ୨୬୯୯ କ୍ଷୁଦ୍ର ଜଳଭଣ୍ଡାର ପ୍ରକଳ୍ପରୁ ୨୧୬୦ ଟିରେ ବହୁ କମ୍‌ ପରିମାଣର ଜଳ ଥିବାରୁ ଜଳସେଚନ କରାଯାଇ ପାରୁନାହିଁ । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କମ୍‌୍‌ ଜଳରେ କୃଷି କାର୍ଯ୍ୟ କରିବାକୁ ଚାଷୀ ଭାଇମାନଙ୍କୁ ପରାମର୍ଶ ଦିଆଯାଉଛି । ଜଳସମ୍ପଦ ବିଭାଗର ପଦସ୍ଥ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜଳର ସୁଷମ ବଣ୍ଟନ ପାଇଁ ଜଳ ପରିଚାଳନାକୁ ତଦାରଖ କରୁଛନ୍ତି । ଜଳଚେସନର ଆବଶ୍ୟକତାକୁ ଆଖିରେ ରଖି ବୃହତ୍‌ ଜଳଭଣ୍ଡାରଗୁଡ଼ିକରେ ବିଜୁଳି ଉତ୍ପାଦନ କମ୍‌ କରାଯାଉଛି ।

ମରୁଡ଼ି ସ୍ଥିତିର ମୁକାବିଲା ନେଇ ଶ୍ରୀ ମାର୍ଣ୍ଡି କହିଛନ୍ତି, ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟରେ ପ୍ରତିଦିନି ବୃଷ୍ଟିପାତର ସମୀକ୍ଷା କରାଯାଉଛି । ରାଜ୍ୟସ୍ତରରେ ଏକ ଶସ୍ୟ ଓ ପାଣିପାଗ ଅନୁଧ୍ୟାନ ଗ୍ରୁପ୍‌ କମିଟି ଗଠନ କରାଯାଇଛି । ଏ କମିଟି ପ୍ରତି ସପ୍ତାହରେ ପାଣିପାଗ ଓ କୃଷି ସମ୍ବନ୍ଧୀୟ ପରିସ୍ଥିତି ସମୀକ୍ଷା କରୁଛନ୍ତି । କେନ୍ଦ୍ରୀୟ ମରୁଡ଼ି ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ପାଣିପାଗ ଅନୁଧ୍ୟାନ ଗ୍ରୁପ୍‌ ଓ ମରୁଡ଼ି ପରିଚାଳନା କମିଟି ଭିଡିିଓ କନଫରେନ୍ସିଂ ଜରିଆରେ ରାଜ୍ୟର କୃଷି ପରିସ୍ଥିତି ସଂପର୍କରେ ସମୀକ୍ଷା କରୁଛନ୍ତି । ମରୁଡ଼ି ପରିଚାଳନା ପାଇଁ ଓସ୍‌ଡମା କାର୍ଯ୍ୟାଳୟରେ ମରୁଡ଼ି ଅନୁଧ୍ୟାନ କେନ୍ଦ୍ର କାମ କରୁଛି । ସମସ୍ତ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ମରୁଡ଼ି ଅନୁଧ୍ୟାନ କେନ୍ଦ୍ର ଗଠନ ହୋଇଛି । ପରିସ୍ଥତି ପ୍ରତି ସରକାର ନଜର ରଖିଛନ୍ତି ।