PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଜିଦ୍‌ ଆଗରେ ହାରିଛି ଅକ୍ଷମତା; ବାହୁ ପକ୍ଷାଘାତରେ ଆକ୍ରାନ୍ତ, ମେଲିସା

କଟକ୨୧/୦୭ ଡାହାଣ ହାତର ଅବସ୍ଥା ଠିକ୍‌ ନାହିଁ । ଛୋଟବେଳୁ ବାହୁ ପକ୍ଷାଘାତରେ ଆକ୍ରାନ୍ତ । କିନ୍ତୁ ବାମ ହାତରେ ରହିଛି ଦୁଇ ବାହୁର ବଳ । ଡାହାଣ ହାତକୁ କେବଳ ବଲ୍‌ ଧରିବା ପାଇଁ ବ୍ୟବହାର କରି ବାମ ହାତରେ ଜମାଣିଆ ଷ୍ଟ୍ରାଇକ୍‌ କରି ପ୍ରତିପକ୍ଷକୁ ନୟାନ୍ତ କରୁଛନ୍ତି ମେଲିସା ଟାପର୍‌ । ଅଷ୍ଟ୍ରେଲିଆର ଏହି ଖେଳାଳି ଜଣକ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌ର ଅନ୍ୟତମ ଆକର୍ଷଣ ସାଜିଛନ୍ତି । ପାରା ଆଥ୍‌ଲେଟ୍‌ ହୋଇ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜ ଚମକ ଦେଖାଇଛନ୍ତି ମେଲିସା ।

୧୯୯୦ରେ ଅଷ୍ଟ୍ରେଲିଆରେ ଜନ୍ମିତ ମେଲିସା ୧୭ ବର୍ଷ ଧରି ଟେବୁଲ୍‌ ଟେନିସ୍‌ ଖେଳିଆସୁଛନ୍ତି । ଛୋଟବେଳୁ ଡାହାଣ ବାହୁ ପକ୍ଷାଘାତରେ ଆକ୍ରାନ୍ତ ହୋଇ ମଧ୍ୟ ଜୀବନରେ ହାରିବା କ’ଣ ସେ ଜାଣିନାହାନ୍ତି । ଏକଦା ଅଷ୍ଟ୍ରେଲିଆର ନମ୍ବର-୧ ଜୁନିୟର ଟେବୁଲ୍‌ ଟେନିସ୍‌ ତାରକା ଭାବେ ଖ୍ୟାତି ଅର୍ଜନ କରିଥିବା ମେଲିସା ମାତ୍ର ୧୮ବର୍ଷ ବୟସରେ ଓସେନିଆ ଚାମ୍ପିଅନ୍‌ ହେବାର ଗୌରବ ହାସଲ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସେ ସାଧାରଣ ମହିଳା ବର୍ଗରେ ଟେବୁଲ୍‌ ଟେନିସ୍‌ ଖେଳି ଆସୁଥିଲେ । ୨୦୧୧ ମସିହା ସୁଦ୍ଧା ହଙ୍ଗେରିଆନ୍‌, ଇଟାଲିଆନ୍‌, ବ୍ରିଟିଶ୍‌ ଓପନ୍‌ ଭଳି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । କିନ୍ତୁ ୨୦୧୨ ମସିହାରେ ପାରାଅଲିମ୍ପିକ୍ସ ଅଷ୍ଟ୍ରେଲିଆ ସଂଘ ତରଫରୁ ତାଙ୍କୁ ପାରା ଟେବୁଲ୍‌ ଟେନିସ୍‌ ଖେଳିବାକୁ ଅଫର୍‌ କରାଯାଇଥିଲା ।

ଏହି ପ୍ରସ୍ତାବରେ ରାଜି ହୋଇ ସେ ପାରା ଟେବୁଲ୍‌ ଟେନିସ୍‌ ଖେଳିବା ଆରମ୍ଭ କରି ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ଲଣ୍ଡନ୍‌ ଗେମ୍ସ ଖେଳିବାକୁ ସୁଯୋଗ ମିଳିଥିଲା । ଏହି ବର୍ଷ ତାଙ୍କୁ ଅଷ୍ଟ୍ରେଲିଆ ଟେବୁଲ୍‌ ଟେନିସ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୮୪ ମସିହାରେ ପୂର୍ବତନ ପାରା ଟେବୁଲ୍‌ ଟେନିସ୍‌ ଖେଳାଳି ଟେରି ବିଗ୍‌ସ ଏହି ମର୍ଯ୍ୟାଦା ଅର୍ଜନ କରିଥିଲେ । ଏହାର ୨୮ବର୍ଷ ପରେ ମେଲିସା ଏହି ସମ୍ମାନର ହକ୍‌ଦାର ହୋଇଥିଲେ । ନିଷ୍ଠା ଏବଂ ଟିଟି ଖେଳିବାର ଶୈଳୀ ଯୋଗୁଁ ୨୦୧୪ ମସିହାରେ ମେଲିସା ପ୍ରଥମ ପାରା ଆଥ୍‌ଲେଟ୍‌ ଭାବେ ସାଧାରଣ ବର୍ଗରେ ସାମିଲ୍‌ ହୋଇ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେହିପରି ୨୦୧୬ରେ ପ୍ରଥମ ଅଷ୍ଟ୍ରେଲିଆନ୍‌ ଖେଳାଳି ଭାବେ ସେ ପାରା ଅଲିମ୍ପିକ୍ସ ଏବଂ ଅଲିମ୍ପିକ୍ସ ଗେମ୍ସ ପାଇଁ ମନୋନୀତ ହୋଇଥିଲେ । ସେହିପରି ୨୦୧୮ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବି ନିଜ ଛାପ ଛାଡିଛନ୍ତି ମେଲିସା । ଟେବୁଲ୍‌ ଟେନିସ୍‌ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ‘ଭିକ୍ଟୋରିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟ୍ସ ଏଲିଟ୍‌ ଆଥ୍‌ଲେଟ୍‌’ ସମ୍ମାନ ପ୍ରଦାନ କରାଯାଇଛି । ମେଲିସା ଏବେ ‘ବ୍ୟାୟାମ ବିଜ୍ଞାନ’ ବା ‘ଏକ୍ସସରସାଇଜ୍‌ ସାଇନ୍ସ’ ପାଠ୍ୟକ୍ରମରେ ଡିଗ୍ରୀ କରୁଛନ୍ତି ।