ଶେଷ ପର୍ଯ୍ୟାୟରେ କୋଣାର୍କ ଉତ୍ସବ ପ୍ରସ୍ତୁତି, ରଙ୍ଗୀନ୍ ଆଲୁଅରେ ଝଲସୁଛି ମୁକ୍ତାକାଶ ରଙ୍ଗମଞ୍ଚ

pic- internet
କୋଣାର୍କ,୩୦।୧୧: କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିୟ ବାଲୁକା କଳା ଉତ୍ସବ ଗୁରୁବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏନେଇ ଉତ୍ସବମୁଖର ହୋଇଉଠିଛି ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି। ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଏହି ଉତ୍ସବ ଚାଲିବ। ରଙ୍ଗମଞ୍ଚ ପରିସରରେ ଛୋଟବଡ ବୃକ୍ଷ ରାଜି, ରଙ୍ଗବେରଙ୍ଗର ଚାନ୍ଦୁଆ ରାତିର ଶୋଭାକୁ ଅତ୍ୟନ୍ତ ଲୋଭନୀୟ କରୁଛି। ସନ୍ଧ୍ୟାରେ ଓଡ଼ିଶୀ,କଥକ, ମଣିପୁରୀ ମୋହିନୀ ଆଟମ, ଭାରତନାଟ୍ୟମ୍ ଆଦି ନୃତ୍ଯ ପରିବେଷଣ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକାଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କଳାକ୍ରୃତି ପ୍ରଦର୍ଶିତ କରିବେ। ସେହିଭଳି ହସ୍ତଶିଳ୍ପ ପ୍ରଦର୍ଶନୀ,ହେଲିପ୍ୟାଡରେ ଅପେରା, ମୀନା ବଜାର,ପୁସ୍ତକ ମେଳା, ସାହିତ୍ୟ ଆସର, ବେଳାଭୂମି ପଦଯାତ୍ରା, ଚିତ୍ରକଳା ପ୍ରତିଯୋଗୀତା ଅନ୍ୟତମ ଆକର୍ଷଣ ହେବ।