PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ମାଗଣା ଖାଇବାକୁ ରେଲଓ୍ବେ ବିରୋଧରେ ଏହି ବ୍ୟକ୍ତି ଆଣିଲେ ଦୁଇଥର ଅଭିଯୋଗ,ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୭: ସୁରେନ୍ଦ୍ର ପାଲ ନାମକ ଜଣେ ୭୦ ବର୍ଷୀୟ ବୟସ୍କ ବ୍ୟକ୍ତି ମାଗଣା ଖାଦ୍ୟ ଖାଇବା ପାଇଁ ଏଭଳି ଯୋଜନା କଲେ ଯାହାକୁ ଦେଖି ରେଲ ଅଧିକାରୀ ମଧ୍ୟ ଚକିତ ହୋଇଛନ୍ତି। କିଛି ଦିନ ପୂର୍ବେ ସୁରେନ୍ଦ୍ର ଯେତେବେଳେ ଜବଲପୁର ରେଲଓ୍ବେ ଷ୍ଟେସନରେ ସିଙ୍ଘଡା ଖାଇବାକୁ ନେଇଥିଲେ ସେଥିରେ  ଝିଟିପିଟି ମରିକି ପଡିଥିବାର ନେଇ ଅଭିଯୋଗ କରିଥିଲେ।ସୁରେନ୍ଦ୍ରଙ୍କ ଏହି ଅଭିଯୋଗ ଶୁଣିବା ପରେ ପ୍ୟାନଟ୍ରି କର୍ମଚାରୀମାନେ ତାଙ୍କୁ କ୍ଷମାମାଗି ମାଗଣାରେ ଖାଇବାକୁ ଦେଇଥିଲେ।

ଏହାପରେ ପୁଣିଥରେ ଗଣ୍ଟକଲ ରେଲଓ୍ବେ ଷ୍ଟେସନରେ ସେ ବିରିୟାନୀରେ ଝିଟିପିଟି ଥିବାର ଅଭିଯୋଗ କରିଥିଲେ। ଲଗାତାର ଜଣେ ବ୍ୟକ୍ତି ଦୁଇଥର ଏଭଳି ଖାଦ୍ୟରେ ଝିଟିପିଟି ବାହାରିବାର ଅଭିଯୋଗ କରିବା ପରେ ରେଳ ଅଧିକାରୀଙ୍କୁ ସୁରେନ୍ଦ୍ର ପାଲଙ୍କ ଉପରେ ସନ୍ଦେହ ହୋଇଥିଲା। ରେଳ ଅଧିକରୀମାନେ ଖାଦ୍ୟ ପରସିବା କର୍ମଚାରୀଙ୍କୁ କହିଥିଲେ ସୁରେନ୍ଦ୍ରଙ୍କ ଭିଡିଓ ତିଆରି କରିବାକୁ।

ଅଧିକାରୀମାନେ ଯେତେବେଳେ ଭିଡିଓ ଦେଖିଥିଲେ ଖୁବ୍ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ଭିଡିଓ ଦେଖି ସେମାନେ ଜାଣିଯାଇଥିଲେ ମାଗଣାରେ ଖାଇବାକୁ ସୁରେନ୍ଦ୍ର ଏଭଳି ଚକ୍ରାନ୍ତ କରୁଛନ୍ତି। ଏଭଳି ବହୁବାର ସେ ପୂର୍ବରୁ କରିଥାଇ ପାରନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ସୁରେନ୍ଦ୍ରଙ୍କୁ ଯେତେବେଳେ ପଚରାଉଚରା କରାଯାଇଥିଲା ସେ ସବୁ ସତ କଥା କହିଥିଲେ।

ସୁରେନ୍ଦ୍ର କହିଥିଲେ, ସେ ଜ​‌ଣେ ମାନସିକ ରୋଗୀ। ଯାହାକୁ ସେ ଝିଟିପିଟି ବୋଲି କହୁଥିଲେ ତାହା ଏକ ଛୋଟ ମାଛ ଥିଲା, ଯାହାକୁ ମାନସିକ ରୋଗ ଦୂର କରିବାକୁ ପାଇଁ ବ୍ୟବହାର କରାଯାଇଥାଏ। ସୁରେନ୍ଦ୍ର ଆହୁରି କହିଛନ୍ତି ଯେ, ମାନସିକ ରୂପରେ ସେ ଅସ୍ଥିର ଓ ତାଙ୍କୁ ବ୍ଲଡ କ୍ୟାନସର ମଧ୍ୟ ରହିଛି। ସୁରେନ୍ଦ୍ରଙ୍କ ବୟସକୁ ଦୃଷ୍ଟିରେ ରଖି ପ୍ରଶାସନ ତାଙ୍କୁ କୌଣସି ଦଣ୍ଡ ଦେଇନଥିଲା, କିନ୍ତୁ ତାଙ୍କୁ ବୁଝାଇ ଦେଇଥିଲେ ଏଭଳି କରିବା ଭୁଲ।

ସମ୍ବନ୍ଧିତ ଖବର