ଏହି ୪ ଟି ରୋଗ ହୋଇଥିଲେ ଖାଆନ୍ତୁ ନାହିଁ ଅଁଳା, ନଚେତ୍ ଲାଭ ବଦଳରେ ହେବ କ୍ଷତି

ନୂଆଦିଲ୍ଲୀ ୦୩/୧୨: ଥଣ୍ଡା ଦିନରେ ଅଁଳା ବହୁତ ଖିଆଯାଏ। ସବୁଜ ରଙ୍ଗର ଏହି ଫଳ ସ୍ୱାଦରେ ଖଟା ହୋଇଥାଏ। ଏହାକୁ ଲୋକମାନେ ଅନେକ ଉପାୟରେ ଖାଇଥା’ନ୍ତି ଯେପରିକି ଆଚାର, ଚଟଣୀ ଏବଂ କ୍ୟାଣ୍ଡି। ଏହା ଦୃଷ୍ଟିଶକ୍ତି, ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ। ଏହା ରକ୍ତ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିନ୍ତୁ ଏପରି କିଛି ରୋଗ ଅଛି ଯେଉଁଥିରେ ଅଁଳାକୁ ଆଦୌ ଖାଇବା ଉଚିତ୍ ନୁହେଁ।
ସର୍ଜରୀ କରିବା ପୂର୍ବରୁ- ଯଦି ଆପଣଙ୍କର କୌଣସି ପ୍ରକାରର ସର୍ଜରୀ ହେବାର ଥାଏ, ତେବେ ଏହାକୁ ଦୁଇ ସପ୍ତାହ ପୂର୍ବରୁ ଖାଇବା ବନ୍ଦ କରିଦେବା ଉଚିତ୍। ଅନ୍ୟଥା ଏହା ଦ୍ୱାରା ବ୍ଲିଡିଂର ବିପଦ ଅଧିକ ବଢିଯାଏ।
କିଡ୍ନୀ ରୋଗ- ଯେଉଁମାନେ କିଡ୍ନୀ ରୋଗରେ ପୀଡିତ, ସେମାନେ ଏହାକୁ ଆଦୌ ଖାଇବା ଉଚିତ୍ ନୁହେଁ। କାରଣ ଏହାକୁ ଖାଇବା ଦ୍ୱାରା ଶରୀରରେ ସୋଡିୟମ୍ ପରିମାଣ ବଢିଥାଏ। ଯାହା କିଡ୍ନୀ ପାଇଁ ଭଲ ହୋଇନଥାଏ।
ଲୋ ବ୍ଲଡ୍ ସୁଗାର- ଯଦି ଆପଣ ଲୋ ବ୍ଲଡ୍ ସୁଗାର ସହିତ ସଂଘର୍ଷ କରୁଛନ୍ତି, ତେବେ ଏହାକୁ ଖାଆନ୍ତୁ ନାହିଁ କାରଣ ଏହା ଆପଣଙ୍କ ସୁଗାର ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥି ସହିତ, ଯେଉଁମାନେ ଆଣ୍ଟିବାୟୋଟିକ୍ ଖାଉଛନ୍ତି ସେମାନେ ମଧ୍ୟ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
ଥଣ୍ଡା କାଶ- ଥଣ୍ଡା ହୋଇଥିଲେ ମଧ୍ୟ ଏହାକୁ ଖାଇବା ଉଚିତ୍ ନୁହେଁ। କାରଣ ଏହାର ପ୍ରଭାବ ଥଣ୍ଡା ହୋଇଥାଏ। ଯେଉଁଥିପାଇଁ ଏହା ଶରୀରର ତାପମାତ୍ରାକୁ ଖରାପ କରିଥାଏ। ଏହାକୁ ତ୍ରିଫଳା ଆକାରରେ ମହୁ ଏବଂ ଗରମ ପାଣି ସହିତ ଖିଆଯାଏ।