ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ପୂର୍ବତନ ପ୍ରେମିକାକୁ ହତ୍ୟା କରି ୬ ଖଣ୍ଡ କଲା ଯୁବକ, ଅନ୍ୟ କାହାକୁ ବିବାହ କରିବାରୁ ଜଘନ୍ୟ କାଣ୍ଡ ଭିଆଇଛି ଅଭିଯୁକ୍ତ

ଲକ୍ଷ୍ନୌ: ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାର ବର୍ତ୍ତମାନ ଯାଏ ମଧ୍ୟ ତଦନ୍ତ ପୂରା ହୋଇନି, ଏହାରି ଭିତରେ ସମାନ ଏକ ଘଟଣା ଉତ୍ତର ପ୍ରଦେଶରେ ଘଟିଛି। ଜଣେ ଯୁବକ ତା’ର ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରି ୬ ଖଣ୍ଡ କରିଛି। ଆଉ ହତ୍ୟା କାଣ୍ଡର କାରଣ ହେଲା ପ୍ରେମିକା ଜଣଙ୍କ ଅନ୍ୟ କାହାକୁ ବିବାହ କରିଥିଲେ।   

ଏନେଇ ପୁଲିସ କହିଛି, ନଭେମ୍ୱର ୧୫ରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ମୃତଦେହକୁ ଗାଁର ଏକ କୁଅରୁ ବାହାର କରି ଜବତ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ହେଉଛନ୍ତି ପ୍ରିନ୍ସ  ଯାଦବ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଶନିବାର ଅଭିଯୁକ୍ତ ପ୍ରିନ୍ସକୁ ଗିରଫ କରିଛି। ହେଲେ ପରେ ଯେତେବେଳେ ପୁଲିସ ମୃତ ମହିଳାଙ୍କ ମୁଣ୍ଡ ଖୋଜିବା ପାଇଁ ଘଟଣାସ୍ଥଳକୁ ଅଭିଯୁକ୍ତକୁ ନେଇଥିଲା, ସେତେବେଳେ ସେ ପଳାଇବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ପୁଲିସ ଅଭିଯୁକ୍ତ ଉପରକୁ ଗଳି ଚଳାଇଥିଲା।         

ମୃତ ମହିଳା ଜଣଙ୍କ ଅରାଧନା ବୋଲି ପୁଲିସ କହିଛି। ଆଜମଗଢ଼ ଏସପି ଅନୁରାଗ ଆର୍ଯ୍ୟ କହିଛନ୍ତି, ଅରାଧନାଙ୍କୁ ହତ୍ୟା କରିବା ପାଇଁ  ଅଭିଯୁକ୍ତ ପ୍ରିନ୍ସ  ନିଜର ପରିବାର ସମେତ ଅନେକ ସମ୍ପର୍କୀୟଙ୍କ ସାହାଯ୍ୟ ନେଇଛି। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଅରାଧନାଙ୍କୁ ଅଭିଯୁକ୍ତ ଏଥିପାଇଁ  ହତ୍ୟା କରିଛି, କାରଣ ପ୍ରିନ୍ସ  ସ୍ଥାନରେ ଅନ୍ୟ କାହାକୁ ବିବାହ କରିଥିଲେ ମହିଳା।    

Copyright © 2022 - Summa Real Media Private Limited. All Rights Reserved.