ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଉଦ୍‌ଘାଟିତ ହେଲା ଖଦି ଓ ଗ୍ରାମୋଦ୍ୟୋଗ ସମ୍ମିଳନୀ, ଏ ବର୍ଷ ପିଏମ୍‌ଇଜିପିରେ ୪୬୩ ଉଦ୍ୟୋଗୀଙ୍କୁ ୧୨୪୦ କୋଟି

ଭୁବନେଶ୍ୱର,୨୪ ।୧(ବ୍ୟୁରୋ): ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଆଜି ଉଦ୍‌ଘାଟିତ ହୋଇଛି । ପ୍ରଦର୍ଶନୀରେ ୭୫ଟି ଖଦି ଓ ଗ୍ରାମୋଦ୍ୟୋଗୀମାନେ ଭାଗ ନେଇ ସେମାନଙ୍କ ସାମଗ୍ରୀର ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନୀରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶରୁ ମଧ୍ୟ ଉଦ୍ୟୋଗୀମାନେ ଆସିଛନ୍ତି । ପ୍ରଦର୍ଶନୀ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୭ ତାରିଖ ଯାଏ ଚାଲିବ ।
ସନ୍ଧ୍ୟାରେ ଏହି ପ୍ରଦର୍ଶନୀକୁ ମହିଳା ଓ ଶିଶୁ ବିକାଶ ତଥା ଏମ୍‌ଏସଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରି କହିଛନ୍ତି, ଏ ବର୍ଷ ଜାନୁଆରୀ ମାସ ସୁଦ୍ଧା ପିଏମ୍‌ଇଜିପିରେ ୪୬୩ ଜଣ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ମାଧ୍ୟମରେ ୧୨୩୯.୯୧ ଲକ୍ଷ ଟଙ୍କାର ମାର୍ଜିନ ରାଶି ପ୍ରଦାନ କରାଯାଇଛି । ୩ ହଜାର ୪୦୭ ଜଣ ଏଥିରୁ କର୍ମ ନିଯୁକ୍ତି ପାଇଛନ୍ତି । ୨୦୧୭-୧୮ରେ ୫୨୭ଜଣ ଉଦ୍ୟୋଗୀଙ୍କୁ ୧୫୪୦.୮୪ ଲକ୍ଷ ଟଙ୍କାର ମାର୍ଜିନ ରାଶି ଦିଆଯାଇଛି । ୪ ହଜାର ୬୮୯ ଜଣ ଏଥିରୁ ନିଯୁକ୍ତି ପାଇଛନ୍ତି । ଏହାବ୍ୟତୀତ ଗତ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ୪.୨୯ କୋଟି ଟଙ୍କା ମହୁଚାଷ ବାବଦରେ ଅନୁଦାନ ଦେଇଛନ୍ତି । ସମୁଦାୟ ୧୩ ଜିଲ୍ଲାରେ ଖଦିବୋର୍ଡ ମାଧ୍ୟମରେ ୧୩୬୨ ଲୋକଙ୍କୁ ମହୁଚାଷ ସମ୍ପର୍କରେ ତାଲିମ୍‌ ମଧ୍ୟ ଦିଆଯାଇଛି ।

{"id":980}
OLYMPUS DIGITAL CAMERA

ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି, ମହୁ ଚାଷ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାକୁ ୧୦୬୨ ମହୁବାକ୍ସ ୫୦ ପ୍ରତିଶତ ରିହାତିରେ ଲୋକଙ୍କୁ ପ୍ରଦାନ କରାଯାଇଛି । ଏହିମାସ ଶେଷ ସୁଦ୍ଧା କେନ୍ଦୁଝର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ୨୫୨ ଜଣ ହିତାଧିକାରୀଙ୍କୁ ମହୁମାଛି ପ୍ରଶିକ୍ଷଣ ଦେବା ପାଇଁ ବନ୍ଦୋବସ୍ତ କରାଯାଇଛି । ଖଦିବୋର୍ଡ ୨୪ଟି ନୂଆ ଖଦି ସୋସାଇଟିକୁ ପୁନଃଉଦ୍ଧାର ପାଇଁ ରାଜ୍ୟ ସରକାର ୨ କୋଟି ଅର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଖଦି ସୋସାଇଟି ବାହାର ରାଜ୍ୟରୁ ଏକ୍କପୋଜିଓର ଭିଜିଟ୍‌ ପାଇଁ ମଧ୍ୟ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଖଦିବୋର୍ଡ ପରିସରରେ ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୯ ଯାଏ ଆଉ ଏକ ଜୋନାଲ୍‌ ପ୍ରଦର୍ଶନୀ ହେବ । ଫେବ୍ରୁଆରୀ ପହିଲାରୁ ମଧ୍ୟ କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ ଅନୁଷ୍ଠିତ ହେବ । ରାଜ୍ୟ ସରକାର ଏଥିପାଇଁ ସମସ୍ତ ଅନୁଦାନ ଯୋଗାଇ ଦେବେ ।
ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା ପୌରୋହିତ୍ୟ କରି କହିଛନ୍ତି, ଖଦିବୋର୍ଡ ପ୍ରଦର୍ଶନୀକୁ ଆସି ଓଡ଼ିଆ କ୍ଷୁଦ୍ର ଉଦ୍ୟୋଗୀମାନେ ସେମାନଙ୍କ ସାମଗ୍ରୀକୁ ସମସ୍ତଙ୍କ ଆଗକୁ ଆଣିପାରିଛନ୍ତି । ବାହାର ରାଜ୍ୟରୁ ଉଦ୍ୟୋଗୀମାନେ ଓଡ଼ିଶା ଆସୁଥିବାରୁ ଆମ ଲୋକେ ସେମାନଙ୍କ ସାମଗ୍ରୀ ବିଷୟରେ ଜାଣିବା ସହ କିଣି ମଧ୍ୟ ପାରୁଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବୋର୍ଡ ସଭ୍ୟ ସୌଭାଗ୍ୟ ରାଉତ, ରବି ଲାବଣ୍ୟ ଓ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଚିବ ସରୋଜ ପଟେଲ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.