ଘୋଡ଼ାଡିଆଁ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନିମବାହାଳି, ୨୮।୧୧(ଆପ୍ର) : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଘୋଡାଡିଆଁ ଗ୍ରାମରେ ଶ୍ରୀ ଶ୍ରୀ ଅନନ୍ତ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେଉଅଛି । ଏହି ଅବସରରେ ଜଗନ୍ନାଥ ମନ୍ଦିର ରୁ ନିକଟସ୍ଥ ସରପା ଯୋର କୂଳକୁ କଳସ ଶୋଭାଯାତ୍ରା ବାହାରି ଥିଲା । ଗ୍ରାମର ୨୬୧ ଜଣ ବ୍ରତଧାରୀ ପୂର୍ଣ୍ଣ ଜଳ କଳସ ଧରି ବାଜା ବଜାଇ ନାମ ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣ ରେ ଥିବା ଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ପୁରୋଧା ଭାବେ ବେଣୁଧର ଶତପଥୀ, ଶୁଭେନ୍ଦୁ ଦାସ, ସୁବ୍ରତ ତ୍ରିପାଠୀ, ମନୋରଞ୍ଜନ ମିଶ୍ର, କମେଶ ନନ୍ଦ, ବିମଳ ଶତପଥୀ, ଅନିଲ ମିଶ୍ର ଏବଂ ବାଳକୃଷ୍ଣ ବିଶ୍ଵାଳ, ଜ୍ୟୋସ୍ନାରାଣୀ ବିଶ୍ଵାଳ, ମହେଶ୍ବର ମହାନ୍ତି, ଚନ୍ଦ୍ରମଣି ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ବେହେରା ଉଷା ବେହେରା, ବିପିନୀ ପରିଡା, ପ୍ରମିଳା ପରିଡା, ଦୀପକ ପାତ୍ର, ସୀମା ପାତ୍ର, ଅରୁଣ ନାୟକ, ଲିସ୍ପିତା ନାୟକ କର୍ତ୍ତା କର୍ତ୍ତି ଭାବେ ଯୋଗ ଦେଇ ନାମ ଯାଜ୍ଞ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୨ ତାରିଖ ପର୍ଯ୍ଯନ୍ତ ୫ ଦିନ ଧରି ପାଳିତ ହେବ।