ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

Published By : Harapriya Sethi | October 9, 2024 2:12 PM

ବରଗଡ,୦୯/୧୦: ବରଗଡ ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତକ ଅମ୍ବାଭନା ଥାନା ପ୍ରକାଶପୁର ଗାଁର ମନୋଜ ପାଇକ ବୋଲି ଜଣାପଡ଼ିଛି । ସେ ବେଆଇନ ମଦ କାରବାରକୁ ନେଇ ଅକ୍ଟୋବର ୬ ତାରିଖ ଅର୍ଥାତ ରବିବାରଠାରୁ ଜେଲ୍‌ରେ ଥିଲେ । 

ସୂଚନା ମୁତାବକ, ମନୋଜ ପାଇକ ବେଆଇନ ମଦ କାରବାର ମାମଲାରେ ଧରାପଡ଼ିଥିଲେ । ପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ତେଣୁ ସେ ଅକ୍ଟୋବର ୬ ତାରିଖ ଅର୍ଥାତ ରବିବାରଠାରୁ ଜେଲ୍‌ରେ ଥିଲେ । ବୁଧବାର ସେ ଜାମିନରେ ବାହାରକୁ ଆସିଥାନ୍ତେ । କିନ୍ତୁ ଅଚାନକ ଜେଲ୍‌ ଭିତରେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.