ମାଲକାନଗିରି, ୩/୭ (ଆପ୍ର ) : ବେଆଇନ ଭାବେ ଜାତୀୟ ରାଜପଥ ରୋକ, ପୁଲିସକୁ ଦୁର୍ବ୍ୟବହାର କରି ଜବରଦସ୍ତ ଜିଲ୍ଲାପାଳଙ୍କ ଅଫିସକୁ ଧସି ପଶିବା ଘଟଣାରେ ଆନ୍ଦୋଳନକାରୀ ଖ୍ରୀଷ୍ଟୀୟାନ ମଞ୍ଚର ୨୬ ଜଣଙ୍କ ନାମ ରେ ମାଲକାନଗିରି ଥାନାରେ ଏତଲା ହୋଇଥିବାର ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ମାସ ୨୧ ତାରିଖ ରେ ମାଲକାନଗିରି ଜିଲ୍ଲା କତାମେଟାରୁ ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟ ରେ ଗଣ୍ଡଗୋଳ ହୋଇ ୩୦ ଜଣ ଆହତ ହୋଇଥିଲେ। ଆକ୍ରମଣକାରୀଙ୍କୁ ଗିରଫ କରା ନ ଯିବାରୁ ବୁଧବାର ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମଞ୍ଚ, ମାଲକାନଗିରି ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ମାଲକାନଗିରି ସହର ରେ ବିରାଟ ଶୋଭାଯାତ୍ରା ସହିତ ଜିଲ୍ଲା ପାଳ ଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ମଞ୍ଚର ନେତା ମାନସ ଚୌଧୁରୀ ଓ ଅନ୍ୟ ୨୬ ଜଣ ବିକ୍ଷୋଭ କାରି ପୁଲିସକୁ ଗାଳି ଗୁଳଜ କରି ଦୁର୍ବ୍ୟବାହାର ଦେଖାଇଥିଲେ। ପୁଲିସ ର ବାରଣ ସ୍ୱତେ ଜବରଦସ୍ତ ଜିଲ୍ଲାପାଳଙ୍କ ଚ୍ୟାମ୍ବର କୁ ଯାଇ ଦାବିପତ୍ର ଦେଇଥିଲେ। ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳି ନଥିବା ବେଳେ ବେଆଇନ ଭାବେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ।ଏହି ସବୁ ଅଭିଯୋଗରେ ପୁଲିସ ପକ୍ଷରୁ ଖ୍ରୀଷ୍ଟିୟାନ ମଞ୍ଚ ର ରାଜ୍ୟ ସ୍ତରୀୟ ନେତା ମାନସ କୁମାର ଚୌଧୁରୀଙ୍କ ସହିତ ମଞ୍ଚର ଅନ୍ୟାନ ୨୬ଜଣଙ୍କ ନାମରେ ମାଲକାନଗିରି ଥାନାରେ କେସ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।