PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଓମିକ୍ରୋନ ପାଇଁ ଆଗୁଆ ସତର୍କ ରୁହ, ରୋଗୀ ଚିକିତ୍ସାରେ କୌଣସି ବୁଝାମଣା କରାଯିବ ନାହିଁ: କେନ୍ଦ୍ରର ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ଡରାଇଲାଣି କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରୋନ। ବର୍ତ୍ତମାନ ଏହି ଭାଇରାସ୍ ୮ଟି ଦେଶକୁ ବ୍ୟାପିଲାଣି। ଏପଟେ ଗତକାଲି କର୍ଣ୍ଣାଟକରେ ଦୁଇ ଦକ୍ଷିଣ ଆଫ୍ରିକା ଫେରନ୍ତା ପଜିଟିଭ୍ ଚିହ୍ନଟ ହୋବା ପରେ ଦେଶର ଓମିକ୍ରୋନ ଭୟ ଦେଖାଦେଇଛି। ତେବେ ଏହି ଦୁଇଦଣ ଓମିକ୍ରୋନ ଭ୍ୟାରିଏଣ୍ଟରେ ସଂକ୍ରମିତ ହୋଇ ନାହାଁନ୍ତି ବରଂ ଡେଲ୍ଟାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ତେବେ ଏହି ନୂଆ ଓ ଭୟଙ୍କର ଭ୍ୟାରିଏଣ୍ଟ ପୁଣିଥରେ ଭାରତରେ ମୃତ୍ୟୁର ତାଣ୍ଡବ ନ ରଚୁ ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଆଗୁଆ ସତର୍କ କରି ଚିଠି ଲେଖିଛନ୍ତି। କରୋନା ସମ୍ପର୍କିତ ସମସ୍ତ ସତର୍କତା କଡ଼ା କଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ମାଇକ୍ରୋନ ଭ୍ୟାରିଏଣ୍ଟ ବିପଦ ଥିବା ସମସ୍ତ ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ କରିବା ସହିତ ୧୪ ଦିନିଆ କ୍ୱାରେଣ୍ଟିନ୍ ରଖିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ଯେଉଁ କରୋନା ହଟ୍‌ସ୍ପଟ୍‌ ଅଞ୍ଚଳଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଚିଠିରେ କୁହାଯାଇଛି।

ସମସ୍ତ ହଟ୍‌ସ୍ପଟ ଅଞ୍ଚଳଗୁଡ଼ିକରେ ତୁରନ୍ତ ଟେଷ୍ଟ କରାଯାଇଛି ସାମ୍ପଲକୁ ଅନୁମତି ପ୍ରାପ୍ତ ଲ୍ୟାବ୍‌କୁ ପଠାଯିବା ଦରକାର। ଏଥିରେ ଡିବିଟିର ସହଯୋଗ ରହିବା ଆବଶ୍ୟକ। ରାଜ୍ୟମାନେ ଏହାକୁ ଅତି ନିକଟରୁ ଯାଞ୍ଚ କରାଇବା ସହିତ ହଟ୍‌ସ୍ପଟ ଅଞ୍ଚଳକୁ ତୁରନ୍ତ ଆଇସୋଲେଟ୍ କରିବାର ବ୍ୟବସ୍ଥା କରିବେ ବୋଲି ଚିଠିରେ କୁହାଯାଇଛି। ତା ସହିତ ଟେଷ୍ଟିଂ ସଂଖ୍ୟା ବଢ଼ାଯିବ ଦରକାର। ରାଜ୍ୟମାନେ ୫ ପ୍ରତିଶତରୁ କମ୍‌ ସଂକ୍ରମଣ ରଖିବାକୁ ଚେଷ୍ଟା କରିବା ଦରକାର ବୋଲି ଶ୍ରୀ ଭୂଷଣ କହିଛନ୍ତି।

ସେହିପରି ନୂଆ ଭ୍ୟାରିଏଣ୍ଟର ମୁକାବିଲା ପାଇଁ ସମସ୍ତ ମାନବ ସମ୍ଭଳ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକୀୟ ଉପକରଣ ଆଗୁ ପ୍ରସ୍ତୁତ ହେବା ଦରକାର। ଏଥିରେ କୌଣସି ବିଳମ୍ବ କରିବା ଉଚିତ୍‌ ନୁହେଁ।  ECRP-l&ll ଅଧିନରେ କେନ୍ଦ୍ର ସରକାର ଦେଉଥିବା ସମସ୍ତ ଆର୍ଥିକ ସହାୟତାକୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେବା ଦରକାର। ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ଦେବାରେ କୌଣସି ପ୍ରକାର ବୁଝାମଣା କରାଯିବା ନାହିଁ ବୋଲି ରାଜେଶ ଭୂଷଣ ଚିଠିରେ ଉଲ୍ଲେଖ କରିଛନ୍ତି।

କରୋନାର ନୂତନ ଭ୍ୟାରିଏଣ୍ଟ ଚିହ୍ନଟ ପାଇଁ INSACOG  ସ୍ଥାପନା ହୋଇଛି। ତେଣୁ ରାଜ୍ୟମାନେ ଜେନୋମ ସିକ୍ୟୁଏନ୍ସ ପାଇଁ ତୁରନ୍ତ ନମୁନା ଏଠାକୁ ପଠାଇବା ଦରକାର। ତା ସହିତ ମହାମାରୀ ସମ୍ପର୍କରେ ଗୁଜବ ଖବରକୁ ଉପରେ ପରଦା ଉଠାଇ ଲୋକଙ୍କୁ ସଠିକ ସୂଚନା ଦେବା ଓ ଏଥିପାଇଁ ସତର୍କ କରିବା ପାଇଁ ରାଜ୍ୟ ସରକାରମାନେ ପଦକ୍ଷେପ ନେବେ। ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସୂଚନା ଦେବାକୁ କୁହାଯାଇଛି। ତା ସହିତ ମହାମାରୀ ସମ୍ପର୍କିତ ନିୟମ ପାଳନ କରିବାକୁ ରାଜ୍ୟମାନଙ୍କ କହିଛି କେନ୍ଦ୍ର।