ନୂଆଦିଲ୍ଲୀ, ୪/୧ : ପୁଣି ଫାଇନାଲରେ ଭାରତ । ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲରେ ଟିମ୍ ଇଣ୍ଡିଆ । ଦ୍ବିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୭ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଆୟୂଷ ମାତ୍ରେଙ୍କ ଟିମ୍ । ଭାରତ ଫାଇନାଲରେ ଇଂଲଣ୍ଡକୁ ଭେଟିବ । ତେବେ ଷଷ୍ଠଥର ପାଇଁ ଅଣ୍ଡର-୧୯ ବିଶ୍ବକପର ଫାଇନାଲ ଖେଳିବ ।
ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୩୧୦ ରନ କରିଥିଲା । ଭାରତ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଟିମ ଇଣ୍ଡିଆ ଏହାକୁ ୭ ଓ୍ବିକେଟରେ ଜିତି ନେଇଛି । ଭାରତ ପକ୍ଷରୁ ଓପର ଆରୁନ ଜର୍ଜ ଶତକୀୟ ପାଳି ଖେଳିଥିଲେ । ଭାରତ ମାତ୍ର ୪୧.୧ ବଲରେ ଏହି ବିଶାଳ ଲକ୍ଷ୍ୟକୁ ପୂରଣ କରିଛି ।
ଏହାସହ ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ପାଳି ଖେଳିଛନ୍ତି । ସେ ୩୩ ବଲରେ ୬୮ ରନର ପାଳିଛନ୍ତି । ଯେଉଁଥିରେ ୯ ଚୌକା ଏବଂ ୪ ଛକା ରହିଛି । ଏହାସହ ଅଧିନାୟକ ଆୟୂଷ ମାତ୍ରେ ମଧ୍ୟ ୬୨ ରନର ପାଳି ଖେଳିଥିଲେ । ଯାହାଫଳରେ ଭାରତ ଏକ ସହଜ ବିଜୟ ହାସଲ କରିଛି । ଟାଇଟଲ ବିଜୟଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଭାରତ । ଫାଇନାଲରେ ଇଂଲଣ୍ଡ ହେବ ଟକ୍କର । ମ
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପ ପୂର୍ବରୁ ପାକିସ୍ତାନକୁ ଝଟକା, ଖେଳି ପାରିଲାନି ଅଭ୍ୟାସ ମ୍ୟାଚ୍