ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

IND vs AUS ODI: ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ତୃତୀୟ ମ୍ୟାଚ୍; ଜାଣନ୍ତୁ ମୈଦାନ ସହିତ ଜଡ଼ିତ କିଛି ଗୁରୁତ୍ବପୂର୍ଣ୍ଣ କଥା

ନୂଆଦିଲ୍ଲୀ,୨୦/୦୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଚେନ୍ନାଇର ଏମ.ଏ.ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଗତ ଦୁଇଟି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ୧-୧ ମ୍ୟାଚ୍ ଜିତି ସିରିଜରେ ସମାନ ସ୍ଥାନରେ ରହିଛନ୍ତି। ଏଥି ସହିତ, ଟିମ୍ ଇଣ୍ଡିଆ ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୩୧.୮୨ ପ୍ରତିଶତ ମ୍ୟାଚ୍ ଜିତିଛି। ତେବେ ଆସନ୍ତୁ ଜାଣିବା ଏହି ମୈଦାନ ସହିତ ଜଡିତ କିଛି ଗୁରୁତ୍ବପୂର୍ଣ୍ଣ କଥା...

* ଏହି ଗ୍ରାଉଣ୍ଡରେ ପ୍ରଥମ ଦିନିକିିଆ ମ୍ୟାଚ୍ ୯ ଅକ୍ଟୋବର ୧୯୮୭ ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ମାତ୍ର ୧ ରନ୍‌ରେ ଜିତିଥିଲା।

* ଏହି ଗ୍ରାଉଣ୍ଡରେ ଶେଷଥର ପାଇଁ ୧୫ ଡିସେମ୍ବର ୨୦୧୯ରେ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍‌ରେ ଜିତିଥିଲା।

* ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୨୨ ଟି ଦିନିକିଆ ଖେଳାଯାଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ ୭ ଟି ମ୍ୟାଚ୍ ଏବଂ ବିପକ୍ଷ ଦଳ ୫ ଟି ମ୍ୟାଚ୍ ଜିତିଛି। ଏଥି ସହିତ, ୯ ଟି ମ୍ୟାଚ୍ ବାହାର ଦଳ ଜିତିଛନ୍ତି (ଯେଉଁଥିରେ ଟିମ୍ ଇଣ୍ଡିଆ ସାମିଲ ନଥିଲା) ଏବଂ ଗୋଟିଏ ମ୍ୟାଚରୁ କୌଣସି ଫଳାଫଳ ବାହାରି ନଥିଲା।

* ସୂଚନାଥାଉକି, ପ୍ରଥମେ ବ୍ୟାଟିଂ କରିଥିବା କୌଣସି ବି ଦଳ ୧୩ ଟି ମ୍ୟାଚ୍ ଜିତିଥିବା ବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିଥିବା ଦଳ ମୋଟ ୮ଟି ମ୍ୟାଚ୍ ଜିତିଛି।

* ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଊଛି ଟସ୍‌। ଟସ୍ ଜିତିଥିବା ଦଳ ମୋଟ ୧୫ ଟି ମ୍ୟାଚ୍ ଜିତିଛନ୍ତି ଏବଂ ଟସ୍ ହରାଇଥିବା ଦଳ ମାତ୍ର ୬ ଟି ମ୍ୟାଚ୍ ଜିତିଛନ୍ତି।

* ଏହି ମୈଦାନରେ ଏସିସି ଏସୀୟ ଏକାଦଶ ୨୦୦୭ରେ ରେ ୩୩୭/୭ ରନ୍‌ର ଏକ ସର୍ବାଧିକ ସ୍କୋର କରିଥିଲା।

* ଏହି ମୈଦାନରେ ସର୍ବନିମ୍ନ ରନ୍‌ କେନିଆ କରିଥିଲା। ୨୦୧୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦଳ ମୋଟ ୬୯ ରନ୍‌ କରିଥିଲା।

* ଏଠାରେ ପୁର୍ବତନ ପାକିସ୍ତାନୀ ବ୍ୟାଟର୍‌ ସଇଦ୍‌ ଅନ୍ଓ୍ବର୍‌ଙ୍କ ନାଁରେ ସର୍ବାଧିକ ରନ୍‌ କରିବାର ରେକର୍ଡ ରହିଛି। ସେ ୧୯୯୭ରେ ଭାରତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୯୪ ରନ୍‌ କରିଥିଲେ।

ୱେଷ୍ଟଇଣ୍ଡିଜ୍ ଏହି ଗ୍ରାଉଣ୍ଡରେ ୨ ଓ୍ବିକେଟ ହରାଇ ସର୍ବାଧିକ ୨୯୧ ରନ୍ ସଂଗ୍ରହ କରିଥିଲା। ଭାରତ ବିପକ୍ଷରେ ଖେଳୁଥିବାବେଳେ ୨୦୧୯ରେ ଏହି ସଫଳତା ପାଇଥିଲା ଓ୍ବେଷ୍ଟଇଣ୍ଡିଜ୍‌। ଯାହାକି ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚ୍ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.