ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ତୃତୀୟ ଟେଷ୍ଟରେ କିପରି ରହିବ ଭାରତ-ଅଷ୍ଟ୍ରେଲିଆର ଚୁଡ଼ାନ୍ତ ଏକାଦଶ? ଆସନ୍ତୁ ଜାଣିବା ପିଚ୍‌ ରିପୋର୍ଟ ଓ ମ୍ୟାଚ୍‌ ପୂର୍ବାନୁମାନ

Published By : Soubhagya Ranjan | December 12, 2024 6:55 PM

Image source: Sportstar

ନୂଆଦିଲ୍ଲୀ,୧୨/୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ରେ ଭାରତ ଏବଂ ଅଷ୍ଟ୍ରେଲିଆ ୧-୧ରେ ବରାବର ଅଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚ୍ ୧୪ ଡିସେମ୍ବରରୁ ବ୍ରିସବେନ୍‌ରେ ଖେଳାଯିବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଦୌଡ଼ ଏକ ରୋମାଞ୍ଚକର ମୋଡ଼ରେ ଥିବାରୁ ଉଭୟ ଦଳ ଗାବାରେ ଏକ ବଡ଼ ବିଜୟ ହାସଲ କରିବାକୁ ଚାହିଁବେ। ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ୨୯୫ ରନ୍‌ରେ ଜିତିଥିବାବେଳେ ଆଡିଲେଡରେ ଖେଳାଯାଇଥିବା ଗୋଲାପୀ ବଲ୍ ଟେଷ୍ଟ ପାଇଁ ଭାରତୀୟ ଦଳ ଅନେକ ପରିବର୍ତ୍ତନ କରିଥିଲା। ଏଥର ବ୍ରିସବେନ ପିଚକୁ ନେଇ ପ୍ରଶ୍ନ ଉଠିଛି କି ସ୍ପିନରମାନଙ୍କ ପାଇଁ ଏହି ଗ୍ରାଉଣ୍ଡ ସହାୟକ ହେବ ନା ଦ୍ରୁତ ବୋଲରମାନେ ପୁଣିଥରେ ହଇରାଣ ହେବେ! ବ୍ରିସବେନରେ ଏପର୍ଯ୍ୟନ୍ତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୭ ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ କେବଳ ଥରେ ଜିତିଛି, ଅଷ୍ଟ୍ରେଲିଆ ପାଞ୍ଚ ଥର ଜିତିଛି ଏବଂ ଗୋଟିଏ ମ୍ୟାଚ ଡ୍ର ରହିଥିଲା। କିନ୍ତୁ ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତ ଏକ ଐତିହାସିକ ବିଜୟ ହାସଲ କରିଥିଲା।

ବ୍ରିସବେନ୍‌ ପିଚ୍‌ ରିପୋର୍ଟ: 

ବ୍ରିସବେନ୍‌ ସ୍ଥିତ ଗାବା ଗ୍ରାଉଣ୍ଡର ପିଚ୍‌କୁ ନେଇ କ୍ୟୁରେଟର ଡେଭିଡ ସାଣ୍ଡୁସ୍କି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦ୍ରୁତ ବୋଲିଂ ଦୃଷ୍ଟିରୁ ପିଚ୍‌ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି। ତାଙ୍କ କହିବାନୁସାରେ, ମ୍ୟାଚ୍ ଯେଉଁଭଳି ଭାବେ ଆଗକୁ ବଢ଼ିବ, ପିଚ୍‌ରେ ଫାଟ ଦେଖାଦେଇପାରେ। ସବୁଥର ପରି, ଗାବା ପିଚ୍ ଦ୍ରୁତ ଗତିରେ ଏବଂ ବାଉନ୍ସରେ ଦ୍ରୁତ ବୋଲରମାନଙ୍କୁ ସହାୟକ ହୋଇଛି। ଏହା ସ୍ପଷ୍ଟ କରୁଛି ଯେ ବ୍ୟାଟରମାନଙ୍କୁ ଏଠାରେ ଅଧିକ ରନ୍ ସ୍କୋର କରିବା ସହଜ ହେବ ନାହିଁ। ଇତିହାସ ଏହା ମଧ୍ୟ ଦର୍ଶାଏ ଯେ ବ୍ରିସବେନ୍‌ରେ ଦ୍ରୁତ ବୋଲରମାନେ ଆରମ୍ଭରୁ ହଇଚଇ ସୃଷ୍ଟି କରିଥାଆନ୍ତି, କିନ୍ତୁ ପିଚ୍‌ର ମିଜାଜ୍‌କୁ ଯେଉଁ ବ୍ୟାଟର ବୁଝିଛନ୍ତି, ସେମାନଙ୍କ ପାଇଁ ଏହି ପିଚ୍‌ରେ ଶତକ କରିବା ସହଜ ହେବ। 

କିପରି ହୋଇପାରେ ସମ୍ଭାବିତ ଏକାଦଶ: 

ଆଡିଲେଡ୍ ଟେଷ୍ଟରେ ଷଷ୍ଠ ସ୍ଥାନରେ ବିଫଳ ହୋଇଥିବା କ୍ୟାପଟେନ ରୋହିତ ଶର୍ମା ପୁଣି ଓପିନିଂ କରିପାରନ୍ତି। ତାଙ୍କୁ ମଧ୍ୟ ନେଟ୍‌ରେ ନୂଆ ବଲ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ଯଶସ୍ବୀ ଜୟସୱାଲ ଓପନିଂ କରିପାରନ୍ତି, ସେପଟେ ଶୁଭମାନ ଗିଲ ଏବଂ ବିରାଟ କୋହଲି ତୃତୀୟ ଓ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଓପନିଂ କରି‌ଥିବା କେ.ଏଲ୍ ରାହୁଲଙ୍କୁ ୫ ନମ୍ବରରେ ପଠାଯାଇପାରେ ଏବଂ ଋଷଭ ପନ୍ତଙ୍କୁ ୬ ନମ୍ବରରେ ବ୍ୟାଟିଂ କରିବାକୁ ପଠାଯାଇପାରେ।

ନୀତୀଶ କୁମାର ରେଡ୍ଡୀ ଏପର୍ଯ୍ୟନ୍ତ ସମସ୍ତ ଚାରି ଇନିଂସରେ ପ୍ରଭାବି ସାବ୍ୟସ୍ତ ହୋଇଛନ୍ତି ଏବଂ ଚାରିଥର ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ହୋଇଛି, କିନ୍ତୁ ସ୍ପିନରଙ୍କୁ ନେଇ ଏବେ ଟିମ୍‌ ଇଣ୍ଡିଆରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପର୍ଥ ଟେଷ୍ଟରେ ତାଙ୍କର ପ୍ରଦର୍ଶନ ଏବଂ ବର୍ତ୍ତମାନର ଫର୍ମକୁ ବିଚାରକୁ ନେଇ ୱାଶିଂଟନ୍ ସୁନ୍ଦରଙ୍କୁ ପୁଣି ଦଳରେ ସାମିଲ କରାଯାଇପାରେ। ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ ଉଭୟ ନୂଆ ବଲ୍‌ ଦାୟିତ୍ୱ ତୁଲାଇବେ। କିନ୍ତୁ ଆଡିଲେଡ୍ ଟେଷ୍ଟରେ ୧୬ ଓଭରରେ ୮୬ ରନ୍ ଦେଇଥିବା ହର୍ଷିତ ରାଣା ବାଦ୍‌ ପଡ଼ିପାରନ୍ତି। ପ୍ରସିଦ୍ଧ କୃଷ୍ଣ ତାଙ୍କ ସ୍ଥାନରେ ଏକ ସୁଯୋଗ ପାଇପାରନ୍ତି।

ତୃତୀୟ ଟେଷ୍ଟ ପାଇଁ ସମ୍ଭାବିତ ଏକାଦଶ: 

ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.