PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌: ୱିଲିୟମସନ୍‌ ଏବଂ ଟମ୍ ଲେଥାମଙ୍କ ପାର୍ଟନରସିପ୍‌ ପଡିଲା ଭାରି,୭ ଓ୍ବିକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫୬।୧୧: ଭାରତୀୟ ଟିମ୍ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ୭ ଓ୍ବିକେଟର ହାରିଛି। ଟିମ୍ ଇଣ୍ଡିଆ ୩୦୭ ରନ୍‌ର ଟାର୍ଗେଟ ଦେଇଥିଲା କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଏହାକୁ ଖୁବ୍ ସହଜରେ ହାସଲ କରିନେଇଥିଲା। ନ୍ୟୁଜିଲାଣ୍ଡ ଟିମ୍‌ ଜିତିବାର ହିରୋ ପାଲଟିଥିଲେ ୱିଲିୟମସନ୍‌ ଏବଂ ଟମ୍ ଲେଥାମ୍ ।ଦୁହିଁଙ୍କ ଭିତରେ ୨୨୧ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଏହା ପୂର୍ବରୁ ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରି  ୩୦୬ ରନ୍‌ କରିଥିଲା।  ଶେଷ ଓଭରରେ ଅଲରାଉଣ୍ଡର ଓ୍ବିଶିଂଟନ୍ ସୁନ୍ଦର ଧମାକାଦାର ବ୍ୟାଟିଂ କରିଥିଲେ। ସେ ୧୬ ବଲ୍‌ରେ ଅପରାଜିତ ୩୭ ରନ୍ କରିଥିଲେ। ଏହାଛଡା ଶ୍ରେୟସ୍ ୮୦ ଓ କ୍ୟାପଟେନ୍ ଶିଖର ଧଓ୍ବନ ୭୨ ରନ୍‌ କରିଥିଲେ।

ନ୍ୟୁଜିଲାଣ୍ଡର ବ୍ୟାଟିଂ ଆରମ୍ଭରୁ ଖୁବ୍ ଖରାପ ଥିଲା। ୧୦୦ ରନ୍ ଭିତରେ ୩ ଓ୍ବିକେଟ ଯାଇ ସାରିଥିଲା। ଏହାପରେ ୱିଲିୟମସନ୍‌ ଏବଂ ଟମ୍ ଲେଥାମ୍ ଭାରତ ହାତରୁ ମ୍ୟାଚ୍ ଛଡାଇ​‌ ନେଇଥିଲେ। ଟମ୍‌ ଲେଥାମ୍ ଅପରାଜିତ ୧୪୫ ରନ୍‌ କରିଥିଲେ, ଯେଉଁଥିରେ ୧୯ ଚୌକା ଓ ୫ଟି ଛକା ରହିଥିଲା। ସେଭଳି ୱିଲିୟମସନ୍‌ ୯୮ ବଲ୍‌ରେ ୯୪ ରନ୍‌ କରିଥିଲେ। ୱିଲିୟମସନ୍‌ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୱିଲିୟମସନ୍‌ ଓ ଲେଥାମଙ୍କ ଭିତରେ ୨୨୧ ରନ୍‌ର ଅପରାଜିତ  ପାର୍ଟନରସିପ୍‌ ହୋଇଥିଲା। ଏହି କାରଣରୁ ନ୍ୟୁଜିଲାଣ୍ଡ ଟିମ୍‌ ୧୭ ବଲ୍‌ ଥାଇ ମ୍ୟାଚ୍ ଜିତି ନେଇଥିଲା। ଟମ୍‌ ଲେଥମ୍ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍‌’ ହୋଇଥିଲେ।

ସମ୍ବନ୍ଧିତ ଖବର