ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

IND vs NZ 2nd Test: ପ୍ର‌ଥମ ଦିନର ଖେଳ ଶେଷ; ୨୫୯ରେ ଅଲ୍‌ଆଉଟ୍‌ କିଓ୍ବି ଟିମ୍‌, ସୁନ୍ଦର ଓ ଅଶ୍ବିନୀଙ୍କ ଚମତ୍କାର ପ୍ରଦର୍ଶନ

Published By : Soubhagya Ranjan | October 24, 2024 5:57 PM

Image source: Sportstar

ନୂଆଦିଲ୍ଲୀ,୨୪/୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଗୁରୁବାର ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମ ଦିନର ଖେଳ ଶେଷ ହେବା ସୁଦ୍ଧା ଭାରତ ଏହାର ପ୍ରଥମ ଇନିଂସରେ ଗୋଟିଏ ୱିକେଟ୍ ହରାଇ ୧୬ ରନ୍ କରିଛି। ଶୁଭମାନ ଗିଲ ୧୦ ଏବଂ ଯଶସ୍ବି ଜୟସୱାଲ ୬ ରନ କରି କ୍ରିଜ୍‌ରେ ଥିବା ବେଳେ ଖାତା ନ ଖୋଲି ପାରି ରୋହିତ ଶର୍ମା ଟିମ୍‌ ସାଉଥୀଙ୍କ ଦ୍ବାାରା ଆଉଟ୍ ହୋଇଥିଲେ। ଟିମ୍ ଇଣ୍ଡିଆ ବର୍ତ୍ତମାନ ପ୍ରଥମ ଇନିଂସରେ ୨୪୩ ରନ୍ ପଛରେ ରହିଛି। ପୁଣେ ଟେଷ୍ଟରେ ୱାଶିଂଟନ୍ ସୁନ୍ଦର ପ୍ରଥମ ଦିନର ଷ୍ଟାର୍‌ ପ୍ଳେୟର ଥିଲେ, ଯିଏକି କିୱି ଦଳର ୭ ଜଣ ବ୍ୟାଟରଙ୍କୁ ପାଭିଲିୟ ରାସ୍ତା ଦେଖାଇଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିଓ୍ବି ଦଳ ପ୍ରଥମ ଇନିଂସ  ଟି ବ୍ରେକ୍‌ ପରେ ୭୯.୧ ଓଭରରେ ୨୫୯ ରନ୍ କରି ସମସ୍ତ ଓ୍ବିକେଟ ହରାଇଥିଲେ। ଦଳର ଶେଷ ୱିକେଟ୍ ମାତ୍ର ୬୨ ରନ୍ ଭିତରେ ପଡ଼ିଥିଲା। କ୍ୟାପଟେନ ଲଥାମ ପୁଣି ଥରେ ଏକ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଲାଥମଙ୍କୁ ୧୫ ରନ୍‌ରେ ଆଉଟ୍‌ କରିଥିଲେ ଅଶ୍ବିନୀ। ୱିଲ୍ ୟଙ୍ଗ୍ ମାତ୍ର ୧୮ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।  କିନ୍ତୁ ଏହା ପରେ ଡିଭନ୍ କନୱେ ଏବଂ ରଚିନ୍ ରବିନ୍ଦ୍ରଙ୍କ ୬୨ ରନ୍‌ର ଭାଗିଦାରୀ କିୱି ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଥିଲା। କନୱେ ୭୬ ରନର ଅର୍ଦ୍ଧଶତକ ଏବଂ ରବିନ୍ଦ୍ର ୬୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ମିଚେଲ ସାଣ୍ଟନର୍ ୫୧ ବଲରେ ୩୩ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହି ତିନି ଜଣଙ୍କ ବ୍ୟତୀତ ତାଙ୍କର କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି‌ନଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.