PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ନାକରୁ ବାହାରୁଥିଲା ରକ୍ତ ହେଲେ ପଡ଼ିଆ ଛାଡ଼ିନଥିଲେ ହିଟମ୍ୟାନ୍‌, ସମସ୍ତଙ୍କ ହୃଦୟ ଜିଣିଲେ ରୋହିତ  

pic- internet

ନୂଆଦିଲ୍ଲୀ: ରବିବାର ଗୁଆହାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ସିରିଜ କବ୍‌ଜା କରିଛି।ଟିମ୍‌ ଇଣ୍ଡିଆର ଏହି ବିଜୟ ପ୍ରାରମ୍ଭିକ ୪ ଜଣ ବ୍ୟାଟର ରୋହିତ,ରାହୁଲ,ବିରାଟ ଓ ସୂର୍ଯ୍ୟକୁମାରଙ୍କ ଚମତ୍କାର ବ୍ୟାଟିଂ ବଳରେ ସମ୍ଭବ ହୋଇଥିଲା । ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି  ୨୩୭ର ବଡ଼ ସ୍କୋର କରି ପାରିଥିଲା। ସାଉଥ୍‌ ଆଫ୍ରିକାକୁ ଏହି ମ୍ୟାଚ୍‌ ଜିତିବାକୁ ଓ ସିରିଜର ସମାନ ସ୍ତରରେ ରହିବା ପାଇଁ ୨୩୮ କରିବାକୁ ଥିଲା। ଜବାବରେ ଭ୍ରମଣକାରୀ ଦଳ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା।

ତେବେ ଏହି ମ୍ୟାଚ ଭିତରେ ରୋହିତ ଶର୍ମାଙ୍କ ସମର୍ପଣ ଭାବ ସମସ୍ତଙ୍କ ଦିଲ୍‌ ଜିତିଥିଲା। ମ୍ୟାଚର ଦ୍ୱିତୀୟ ପାଳିରେ ଟିମ୍‌ ଇଣ୍ଡିଆ ବୋଲିଂ କରୁଥିଲା ଏହାରି ଭିତରେ ରୋହିତଙ୍କ ନାକରୁ ହଠାତ୍‌ ରକ୍ତ ବାହାରିଥିଲା। ଏହାପରେ ମଧ୍ୟ ହିଟମ୍ୟାନ ପଡ଼ିଆ ଛାଡ଼ି ନଥିଲେ। ସେ ଟାଉଲରେ ନିଜର ନାକ ପୋଛିବାକୁ ଲାଗିବା ସହ ବୋଲିଂ କରିବାକୁ ଆସିଥିବା ହର୍ଷଲ ପଟେଲଙ୍କୁ ବୁଝାଉଥିଲେ। ତାଙ୍କର ଏହି ସମର୍ପଣ ସମସ୍ତଙ୍କ ହୃଦୟ ଜିଣିଛି। ଯାହାର ଭିଡିଓ ଏବେ ସୋସିଆଳ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଅନ୍ୟପଟେ ଆସନ୍ତା କାଲି ମ୍ୟାଚ ଚାଲିଥିବା ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଚାଲିଥିବା ବେଳେ ଅଚାନକ ଖେଳ ରୋକିବାକୁ ପଡିଥିଲା । କାରଣ ସେହି ସମୟରେ ପଡିଆ ଭିତରକୁ ଗୋଟିଏ ସାପ ପଶି ଆସିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଏବଂ ଭାରତୀୟ ଓପନର କେଏଲ ରାହୁଲ ପଡିଆ ଅମ୍ପାୟରଙ୍କୁ ସାପ ବିଷୟରେ ଜଣାଇଥିଲେ। ମଝି ପଡିଆରେ ସାପ ଦେଖି ପଡିଆ କର୍ମଚାରୀ ଆବଶ୍ୟକ ଉପକରଣ ସହିତ ସାପକୁ ଉଦ୍ଧାର କରିଥିଲେ। ଏହି କାରଣରୁ ମ୍ୟାଚ୍ କିଛି ସମୟ ବନ୍ଦ ରଖିବାକୁ ପଡିଥିଲା। ପଡିଆରେ ସାପ ଦେଖି ଖେଳାଳିଙ୍କ ସହିତ ଦର୍ଶକ ମଧ୍ୟ ଚକିତ ହୋଇ ପଡିଥିଲେ। କିଛି ମିନିଟ୍ ପରେ ସାପର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।  

ସମ୍ବନ୍ଧିତ ଖବର