PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନରେ ଲୋକେ କିଣିଲେ ଏତିକି କୋଟିର ପତାକା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ …

ନୂଆଦିଲ୍ଲୀ,୧୬/୮ : ନରେନ୍ଦ୍ର ମୋଦୀ ସରକାରର ‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନକୁ ବହୁ ସଫଳତା ମିଳିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ବୁଷ୍ଟୋର ଡୋଜ ମିଳିଛି । କନ୍ଫୋଡରେଶନ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ରବିବାର କହିଛି କି ଚଳିତ ବର୍ଷ ୩୦କୋଟି ପତାକା ବିକ୍ରି ହୋଇଛି, ଯାହା ଫଳରେ ୫୦୦କୋଟି ଟଙ୍କା ରାଜସ୍ବ ମିଳିପାରିଛି ।

‘ହର ଘର ତ୍ରିରଙ୍ଗା’କ୍ୟାମ୍ପେନ ୨୨ଜୁଲାଇରେ ଲଞ୍ଚ ହୋଇଥିଲା । ଏହାଦ୍ବାରା ଲୋକମାନଙ୍କୁ ନିଜ ଘରେ ତିନି ଦିନ ୧୩ରୁ ୧୫ଅଗଷ୍ଟ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବାକୁ କୁହାଯାଇଥିଲା । ଦେଶର ଆଜାଦୀ କା ୭୫ବର୍ଷର ଉତ୍ସବ ମନାଇବା ଲାଗି ପିଏମ୍ ମୋଦୀ ମାର୍ଚ୍ଚ ୨୦୨୧ରେ ଆଜାଦୀ କା ଅମୃତ ମହୋତ୍ସବର ଘୋଷଣା କରିଥିଲେ। ‘ହର ଘର ତ୍ରିରଙ୍ଗା’ ବି ଏହି କ୍ୟାମ୍ପେନର ଭାଗିଦାରୀ ଥିଲା।

କ୍ୟାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ’ ବିସି ଭରତୀୟା ଏବଂ ମହାସଚିବ ପ୍ରବୀର ଖଣ୍ଡେଲଓ୍ବାଲ ଉଭୟେ ଏକ ବୟାନରେ କହିଛନ୍ତି କି, ‘ହର ଘର ତ୍ରିରଙ୍ଗା’କ୍ୟାମ୍ପେନରେ ଭାରତୀୟ ବାଣିଜ୍ୟର କ୍ଷମତାକୁ ଦର୍ଶାଇଛି, ଯେଉଁମାନେ ତ୍ରିରଙ୍ଗାର ଅଭୂତପୂର୍ବ ଦାବିକୁ ପୂରା କରିବାକୁ ଯାଇ ପାଖାପାଖି ୨୦ଦିନର ରେକର୍ଡ ସମୟରେ ୩୦କୋଟିରୁ ଅଧିକ ପତାକାର ନିର୍ମାଣ କରିଥିଲେ ’। ଗତ ୧୫ଦିନରେ ସିଏଆଇଟି ଏବଂ ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ ୩ହଜାରରୁ ଅଧିକ ତ୍ରିରଙ୍ଗା ସମାରୋହ ଆୟୋଜିତ କରିଥିଲେ ।

ପୂର୍ବ ମାସରେ ଗୃହ ମନ୍ତ୍ରାଳୟ ପକ୍ଷରୁ ପତାକାର କୋଡ ଅଫ ଇଣ୍ଡିଆ ୨୦୦୨ରେ କିଛି ସଂଶୋଧନ କରିଥିଲେ । ଏହାଦ୍ବାରା ପଲିଷ୍ଟର, ମେଶିନରେ ପ୍ରସ୍ତୁତ, ହାତରେ ନିର୍ମିତ, ମେଶିନ କିମ୍ବା ହାତରେ ବୁଣା, କପାସ, ରେଶମୀ ଖଦୀରେ ପତାକା ନିର୍ମାଣ କରାଯାଇପାରିବ । ସିଏଆଇଟି କହିଛି କି ସଂଶୋଧନରେ ସହଜରେ ଉପଲବ୍ଧରେ ସାହାଯ୍ୟ କରିଛି ଏବଂ ନିଜ ଘରେ କିମ୍ବା ଅନ୍ୟ ସ୍ଥାନରେ ତ୍ରିରଙ୍ଗା ବନାଇବାରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛି । ସ୍ଥାନୀୟ ବୁଣାକାରମାନଙ୍କୁ ମଧ୍ୟ ବଡ଼ ଧରଣର ସାମିଲ କରାଯାଇଛି ।

ଖଣ୍ଡେଲଓ୍ବାଲ ଏବଂ ଭରତୀୟା କହିଛନ୍ତି କି, ପୂର୍ବ ବର୍ଷମାନଙ୍କରେ ସ୍ବତନ୍ତ୍ରତା ଦିବସ ଅବସରରେ ତ୍ରିରଙ୍ଗାର ବାର୍ଷିକ ବିକ୍ରି ପାଖାପାଖି ୧୫୦ରୁ୨୦୦କୋଟି ଟଙ୍କାରେ ସୀମିତ ଥିଲା । ମାତ୍ର ହର ଘର ତ୍ରିରଙ୍ଗା କ୍ୟାମ୍ପେନରେ ବିକ୍ରିର ବହୁ ଗୁଣା ବଢାଇଦେଇଛି’। ପ୍ରକାଶ ଯେ ପତାକାର ଦାବି ସାଧାରଣ ୨୬ଜାନୁଆରୀ, ୧୫ଅଗଷ୍ଟ ଏବଂ ୨ଅକ୍ଟୋବର ମଧ୍ୟରେ ବଢିଥାଏ। କିନ୍ତୁ ପୂର୍ବ ଦୁଇ ବର୍ଷରେ କୋଭିଡ କାରଣରୁ ବଡ଼ ସ୍ତରରେ ରାଷ୍ଟ୍ରୀୟ ସମାରୋହର ଆୟୋଜନ ହୋଇନଥିଲା । ଏହି କାରଣରୁ ବ୍ୟବହାର ନ ହୋଇ ରହିଯାଇଥିବା ଷ୍ଟକ୍ ଚଳିତ ବର୍ଷ ବ୍ୟବହାର ହୋଇଛି ।

ସମ୍ବନ୍ଧିତ ଖବର