PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଆଇଫୋନ୍ ୧୩ରେ ମିଳୁଛି ଦମଦାର ଡିସ୍କାଉଣ୍ଟ, ମାତ୍ର ଏତିକି ଟଙ୍କାରେ କିଣିପାରିବେ…

ନୂଆଦିଲ୍ଲୀ ୧୫/୮: ଅନେକ ଇ-କମର୍ସ ସାଇଟରେ Independence Day ସେଲ୍ ଚାଲୁଛି । ଏହି ସେଲରେ ଆପଣ ଅନେକ ପ୍ରଡକ୍ଟ୍ସକୁ ବମ୍ଫର ରିହାତିରେ କିଣିପାରିବେ । ଏହି ସେଲରେ ଆପଣ ନିଜ ପୁରୁଣା ଆଣ୍ଡ୍ରଏଡ୍ ଫୋନରୁ ମୁକ୍ତି ପାଇପାରିବେ । ସେଲରେ ଆପଲ ଆଇଫୋନ୍ ୧୩ କୁ ବମ୍ଫର ରିହାତିରେ ବିକ୍ରି କରାଯାଉଛି । ଆପଲ ଆଇଫୋନ୍ ୧୩କୁ ଗତ ବର୍ଷ ଲଞ୍ଚ୍ କରାଯାଇଥିଲା । କିନ୍ତୁ ଏବେ ବି ଏହା ଏକ ପ୍ରିମିୟମ୍ ସ୍ମାର୍ଟଫୋନ୍ । ଏଥିରେ ଅନେକ ଦମଦାର ଫିଚର୍ସ ଦିଆଯାଇଛି । ଏହାକୁ ଭାରତରେ ୭୯,୯୦୦ ଟଙ୍କାରେ ଲଞ୍ଚ୍ କରାଯାଇଥିଲା । ଏବେ ଏହାର ଦାମରେ ଭାରୀ ହ୍ରାସ ଦେଖିବାକୁ ମିଳିଛି ।

ଏହି ରିହାତିର ଫାଇଦା ଆପଣ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ବା ଆମାଜନରୁ ଉଠାଇ ପାରିବେ । ଏହା ବ୍ୟତୀତ ଅନ୍ୟ ସାଇଟ୍ସରେ ମଧ୍ୟ କମ୍ପାନୀ ଏହି ଆଇଫୋନକୁ ଡିସ୍କାଉଣ୍ଟ ସହିତ ଲିଷ୍ଟ୍ କରିଛି । ଏଠାରେ ଆପଣଙ୍କୁ ଆଇଫୋନ୍ ୧୩ରେ ମିଳୁଥିବା ଡିଲ୍ ସମ୍ପର୍କରେ ଜଣାଉଛୁ । ଆମାଜନରେ ଆଇଫୋନ୍ ୧୩କୁ ୭୧,୯୦୦ ଟଙ୍କାରେ ଲିଷ୍ଟ କରାଯାଇଛି । ଏହି ଦାମ୍ ଏହାର ବେସ୍ ଭେରିଏଣ୍ଟ । ଏହାର ମଡେଲରେ ୧୨୮ ଜିବିର ଇଣ୍ଟରନାଲ୍ ମେମୋରୀ ଦିଆଯାଇଛି । ଯଦିଓ ଏହି ସ୍ମାର୍ଟଫୋନକୁ ଆପଣ ଫ୍ଲିପକାର୍ଟରେ ୭୩,୯୯୯ ଟଙ୍କାରେ କିଣିପାରିବେ ।

କମ୍ପାନୀ ଏହି ଫୋନ୍ ସହିତ ଏକ୍ସଚେଞ୍ଜ ଅଫର ମଧ୍ୟ ଦେଉଛି । ଆପଣ ଏଥିରେ ପୁରୁଣା ଆଣ୍ଡ୍ରଏଡ୍ ଫୋନକୁ ଏକ୍ସଚେଞ୍ଜ କରି ଅଧିକ ଡିସ୍କାଉଣ୍ଟର ଫାଇଦା ଉଠାଇ ପାରିବେ । ଫ୍ଲିପକାର୍ଟରେ ଏହି ଫୋନକୁ କିଣିଲେ ୧୯ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଦିଆଯାଉଛି । ତେବେ ଏକ୍ସଚେଞ୍ଜ ଅଫରର ଭାଲ୍ୟୁ ଆପଣଙ୍କ ଫୋନର କଣ୍ଡିସନ ଉପରେ ନିର୍ଭର କରେ । ଆମାଜନ ୨୪,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଦେଉଛି । ଏଥିରେ ଆପଣ ଆଇଫୋନ୍ ୧୩କୁ ୫୦ ହଜାର ଟଙ୍କାରୁ ମଧ୍ୟ କମ୍ ସମୟରେ କିଣିପାରିବେ ।

ସମ୍ବନ୍ଧିତ ଖବର