ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ବାରାମୂଳାରୁ ସ୍ୱାଧୀନ ସାଂସଦ ଅବଦୁଲ ରଶିଦ ଶେଖ ଓରଫ ଇଞ୍ଜିନିୟର ରଶୀଦ ଲୋକସଭାରେ କରିଛନ୍ତି ବଡ଼ ଘୋଷଣା। ଇରାନରେ ୧୬୨ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିବା ସେହି ସ୍କୁଲକୁ କରିବେ ସାହାଯ୍ୟ । ନିଜର ଗୋଟିଏ ମାସର ଦରମାକୁ ସେଠାରୁ ସ୍କୁଲକୁ ଦେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଏଥିପାଇଁ ଏକ ଚିଠି ମଧ୍ୟ ଲେଖିବି। ଇରାନକୁ ସାହାଯ୍ୟ କରିବାକୁ ଇଞ୍ଜିନିୟର ରଶିଦ , ସରକାରଙ୍କୁ ମଧ୍ୟ ଅପିଲ କରିଛନ୍ତି ଏବଂ କାଶ୍ମୀରର ଲୋକଙ୍କ ଦ୍ୱାରା ଇରାନର ସାହାଯ୍ୟ ପାଇଁ ସଂଗ୍ରହ କରାଯାଇ ଥିବା କୋଟି କୋଟି ଟଙ୍କାର ଉଲ୍ଲେଖ କରି ପ୍ରଶଂସା କରିଛନ୍ତି।
ଅବଦୁଲ ରଶିଦ ଶେଖ କହିଛନ୍ତି, କାଲି ପ୍ରଧାନମନ୍ତ୍ରୀ କହିଥିଲେ ଆଗକୁ ମୁସ୍କିଲ ଆହୁରି ବଢିପାରେ। ଠିକ୍ କହିଛନ୍ତି, ଆମେ ଏଥିପାଇଁ ହିଁ କହୁଛୁ, ଆପଣ ଇରାନକୁ ସାହାଯ୍ୟ କରନ୍ତୁ। ଇଞ୍ଜିନିୟର ରଶିଦ କହିଛନ୍ତି , ଜଗଦମ୍ୱିକା ପାଲ କହିଛନ୍ତି ଯେ ଆମେ ହୋର୍ମୁଜ ରାସ୍ତାରେ ଏନର୍ଜୀ ନେଇ ଆସିଛୁ। ଦୁଇଟି ଜାହାଜରେ ଅଳ୍ପ କିଛି ଲିଟର ଏଲଏନଜି ନେଇ ଆସିଛନ୍ତି। ସେ ଦିନ କୁଆଡ଼େ ଗଲା, ଯେବେ ଆମେ ଚାବହାର ପ୍ରୋଜେକ୍ଟର କଥା କହୁ ଥିଲେ। ସେ କହିଛନ୍ତି, ଜମ୍ମୁ-କାଶ୍ମୀରର ଲୋକମାନେ ନିଜ ନିଜର ସୁନା ଦେଇ ଦେଲେ, ଗାଡ଼ି ଦେଇ ଦେଲେ ,ଯାହାକି ଇରାନର ପୀଡ଼ିତ ଭାଇଙ୍କର ସାହାଯ୍ୟ କରାଯାଇ ପାରିବ।
ଇଞ୍ଜିନିୟର ରଶିଦ କହିଛନ୍ତି , ଇସ୍ରାଏଲର ମଧ୍ୟ ଯେଉଁ ସାଧାରଣ ନାଗରିକ ସରକାରଙ୍କ ଭୁଲ ନୀତି ଗୁଡ଼ିକ ଯୋଗୁଁ ମୃତ୍ୟୁର ଶିକାର ହେଉଛନ୍ତି , ଆମର ସମ୍ୱେଦନା ସେମାନଙ୍କ ସହ ମଧ୍ୟ ଅଛି। ସେ କହିଛନ୍ତି ଯେ, କାଶ୍ମୀରର ଲୋକେ କୋଟି କୋଟି ଟଙ୍କା ଇରାନର ପୀଡ଼ିତ ନାଗରିକଙ୍କ ସାହାଯ୍ୟ ପାଇଁ ଦାନ ଦେଇଛନ୍ତି, ତାଙ୍କର ଉଦ୍ଦେଶ୍ୟ ଓ ସ୍ପୃହାକୁ ସ୍ୱାଗତ କରୁଛି। ଇଞ୍ଜିନିୟର ରଶିଦ କହିଛନ୍ତି ଯେ, ମୁଁ ଇରାନର ଯେଉଁ ସ୍କୁଲରେ ୧୬୨ ଜଣ ପିଲାଙ୍କ ଜୀବନ ଯାଇଛି, ସେହି ସ୍କୁଲର ମରାମତି ପାଇଁ ନିଜର ଗୋଟିଏ ମାସର ଦରମା ଦାନ କରୁଛି ।