PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ ରୋହିତ

ଅହମ୍ମଦାବାଦ, ୧୬/ ୩: ଭାରତ-ଇଂଳଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍‌ ଜିତିଲା ଟିମ୍‌ ଇଣ୍ଡିଆ। ଅଧିନାୟକ ବିରଟ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଇଂଲଣ୍ଡ କରିବ ପ୍ରଥମେ ବ୍ୟାଟିଂ। ଉଭୟ ଦଳ ଇତି ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ମଙ୍ଗଳବାର ବିଜୟ ସହ ୫ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଗ୍ରଣୀ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖି ମଇଦାନକୁ ଓହ୍ଲାଇବେ । ଫଳରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ ହେବା ଆଶା କରାଯାଉଛି ।

ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବିଶ୍ରାମ ନେଇଥିବା ଦଳର ଉପ ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ୍‌ ଇଲେଭେନରେ ସ୍ଥାନ ପାଇଛନ୍ତି। ରୋହିତଙ୍କ‌ ପ୍ରତ୍ୟାବର୍ତ୍ତନ ଯୋଗୁଁ ଫଳରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରୁ ବାଦ ଦିଆଯାଇଛି।

ସ୍ପିନରଙ୍କୁ ସୁହାଇବ ପିଚ୍‌: ତୃତୀୟ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ଆଶା କରାଯାଉଛି । ଏହି ମ୍ୟାଚ୍‌ ପାଇଁ ନାଲି ମାଟିରେ ପିଚ୍‌ ପ୍ରସ୍ତୁତ କରାଯାଇଛି । ପ୍ରଥମ ୨ଟି ମ୍ୟାଚ୍‌ର ପିଚ୍‌ ତୁଳନାରେ ନାଲି ମାଟିରେ ପ୍ରସ୍ତୁତ ପିଚ୍‌ ଅଧିକ ଟର୍ଣ୍ଣ କରିବ । ବ୍ୟାଟ୍ସମ୍ୟାନମାନେ ମଧ୍ୟ ଉପଯୁକ୍ତ ଫାଇଦା ପାଇବେ । ତଥାପି ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । ଦ୍ୱିତୀୟାର୍ଦ୍ଧରେ କାକର ପଡ଼ୁଥିବାରୁ ଓଦା ବଲ୍‌ରେ ବ୍ୟାଟିଂ କରିବା ସହଜ ହେବ । ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଶାଳ ସ୍କୋର କରିବାକୁ ପ୍ରୟାସ କରିବେ ।

ଭାରତୀୟ ଦଳ : ରୋହିତ ଶର୍ମା, ଲୋକେଶ ରାହୁଲ, ଇଶାନ କିଷନ, ବିରାଟ କୋହଲି, ରିଶଭ ପନ୍ତ, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ ।

ଇଂଲଣ୍ଡ ଦଳ: ଜାସନ ରୟ, ଜୋସ ବଟଲର, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ଇୟନ ମୋର୍ଗାନ, ବେନ ଷ୍ଟୋକ୍ସ, ସାମ କୁରାନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍‌, କ୍ରିସ୍‌ ଜୋର୍ଡାନ ।

ସମ୍ବନ୍ଧିତ ଖବର