ନୂଆଦିଲ୍ଲୀ: ଭାରତ-ଏ ଏବେ ଶ୍ରୀଲଙ୍କା ଗସ୍ତରେ ରହିଛି । ଆଫଗାନିସ୍ତାନ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ତ୍ରିରାଷ୍ଟ୍ରୀୟ ସିରିଜ୍ । ଟିମରେ ରହିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ । ତେବେ ଆୟୋଜନ ଶ୍ରୀଲଙ୍କା ସହ ମ୍ୟାଚ ପୂର୍ବରୁ ଏକ ବଡ଼ ଖବର ଆସିଛି । ଏହି ମ୍ୟାଚ ଖେଳିନପାରନ୍ତି ବୈଭବ । ଅଭ୍ୟାସ ସମୟରେ ଆହତ ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଯାହାକି ଫ୍ୟାନ୍ସ ଏବଂ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛି ।

ରିପୋର୍ଟ ଅନୁଯାୟୀ, ଡାମ୍ବୁଲାର ରଙ୍ଗିରି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତୀୟ ଦଳର ଅଭ୍ୟାସ ସେସନ୍ସ ଚାଲିଥିଲା। ନେଟ୍ସରେ ବ୍ୟାଟିଂ କରିବା ସମୟରେ ବୈଭବ ସୂର୍ଯ୍ୟବଂଶୀ ହଠାତ୍ କିଛି ଅସୁବିଧା ଅନୁଭବ କରିଥିଲେ । ଯନ୍ତ୍ରଣା ଏବଂ ଅସୁବିଧା ଯୋଗୁଁ ତାଙ୍କୁ ଅଧାରୁ ତାଙ୍କର ବ୍ୟାଟିଂ ସେସନ ଛାଡ଼ି ପଡ଼ିଆ ଛାଡ଼ିବାକୁ ପଡିଥିଲା । ଏହି ହଠାତ୍ ସମସ୍ୟା ଆଗାମୀ ଟ୍ରାଇ-ସିରିଜ୍ ମ୍ୟାଚ୍ ପାଇଁ ତାଙ୍କ ଉପଲବ୍ଧତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

​​​​​​​

ଭାରତ 'ଏ' ଏବଂ ଶ୍ରୀଲଙ୍କା 'ଏ' ମଧ୍ୟରେ ଏହି ମ୍ୟାଚ୍ ଟୁର୍ଣ୍ଣାମେଣ୍ଟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏତେ ବଡ଼ ମ୍ୟାଚ୍ ପୂର୍ବରୁ ଉତ୍କୃଷ୍ଟ ଫର୍ମରେ ଥିବା ବୈଭବଙ୍କ ଆଘାତ ଭାରତୀୟ ଦଳର ମିଶ୍ରଣକୁ ବାଧା ଦେଇପାରେ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ପ୍ଲେଇଂ ଇଲେଭେନରୁ ମଧ୍ୟ ବାଦ୍ ଦିଆଯାଇପାରେ। ତଥାପି, ଦଳ ପରିଚାଳନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ ।

ଏହାସହ ପଢ଼ନ୍ତୁ : Naveen Patnaik: ଚାମେଲି ଓଝାଙ୍କ ଘଟଣା: ନବୀନ କହିଲେ ଗଣତନ୍ତ୍ର ରାଷ୍ଟ୍ରରେ ଏହା କଦାପି ଶୋଭନୀୟ ନୁହେଁ