ବଡ଼ବିଲ୍ ୧୪/୦୬ : କେନ୍ଦୁଝର ବଡ଼ବିଲ ଥାନା ଅନ୍ତର୍ଗତ ଏନ୍ଏଚ୍- ୫୨୦ରେ ଭୟଙ୍କର ଦୁର୍ଘଟଣା। ରଇଡ଼ା OMC ଛକ ନିକଟରେ ଘଟିଛି ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରକ୍ ଦୁଇଟି ଅଣ୍ଡରପାସ୍ ମଧ୍ୟରେ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଛି। ଫଳରେ ଟ୍ରକ୍ଟି ଚୁରମାର ହୋଇଯାଇଥିବା ବେଳେ ଟ୍ରକ୍ ଚକ ବାହାରି ଯାଇଛି। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭାର୍ତ୍ତି କରିଛି।
ଅଧିକ ପଢ଼ନ୍ତୁ :- ଏମାର ମଠ ପାଖରେ ଲୁଚି ଶ୍ରୀମନ୍ଦିର ନିକଟରେ ଉଡ଼ାଉଥିଲେ ଡ୍ରୋନ୍, ଦୁର୍ବୃତ୍ତଙ୍କୁ ଠାବ କଲେ ଶ୍ରୀମନ୍ଦିର ପୁରୋହିତ
ସୂଚନା ଅନୁସାରେ, ରବିବାର ଭୋର ସମୟରେ ଏକ ଟ୍ରକ ଯୋଡ଼ା ପଟୁ ଭଦ୍ରାସାହି ଦିଗକୁ ଯାଉଥିଲା। ରଇଡ଼ା OMC ଛକ ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଟ୍ରକ୍ ନିୟନ୍ତ୍ରଣ ହରାଇଥିଲ। ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ, ଟ୍ରକ୍ ପ୍ରଥମେ ବାରିକେଡ୍ ଡେଇଁ ହାତୀ ଚଳାଚଳ ପାଇଁ ନିର୍ମିତ ଦୁଇଟି ଅଣ୍ଡରପାସ୍ ମଧ୍ୟରେ ପଡ଼ି ଚୁରମାର୍ ହୋଇଯାଇଥିଲା। ଘଟଣାର ସୂଚନା ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଦୁର୍ଘଟଣାର ସଠିକ୍ କାରଣ ଖୋଜାଯାଉଛି।