ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଣ୍ଡରପୁରରେ ଏବେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ କୂଅ ଭିତରକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସମସ୍ତ ମୃତକ ପଣ୍ଡରପୁରର ରଞ୍ଜନି ଗାଁର ବାସିନ୍ଦା ବୋଲି କୁହାଯାଉଛି। ସେମାନେ ତୀର୍ଥଯାତ୍ରାରେ ଥିଲେ। ସୋଲାପୁରର ମସାଲିଜରସ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।
ଗତ ମାସରେ ରାୟଗଡ଼ ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା…
ମେ ୨୫ ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ କୋଙ୍କଣ ଅଞ୍ଚଳରୁ ସତାରା ଯାଉଥିବା ଏକ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ୮ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା, ଯାହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଗାଡ଼ିଟି ନିୟନ୍ତ୍ରଣ ହରାଇ ରାୟଗଡ଼ ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ପ୍ରାୟ ୧୦୦୦ ଫୁଟ ଗଭୀର ଏକ ଖାଇରେ ପଡ଼ିଗଲା। ଜିଲ୍ଲା ପ୍ରଶାସନ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ ଅଭିଯାନ ଆରମ୍ଭ କରିଥିଲା। ମୃତଦେହ ଗୁଡ଼ିକୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ପରି ଅଭିଯାନ ଆରମ୍ଭ କରାଯାଇଥିଲା।