ନୂଆଦିଲ୍ଲୀ,୧୪/୬ : ମଧ୍ୟପ୍ରଦେଶର ମୂରେନା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ହେତାମପୁର ରେଲଓ୍ବେ ଷ୍ଟେଶନ ପାଖରେ ଖଜୁରାହେ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ଅଚାନକ ନିଆଁ ଲାଗିବାର ଗୁଜବ ହୋଇଥିଲା । ଏହି ଗୁଜବ ଫଳରେ ଯାତ୍ରୀମାନେ ଟ୍ରେନର ଇମରଜେନ୍ସି ଚେନ୍ ଟାଣି ଦେଇଥିଲେ, ପରେ ଜୀବନ ବଞ୍ଚାଇବାକୁ ତଳକୁ ଡେଇଁ ପଡ଼ିଥିଲେ । ଏହି ସମୟରେ ନିକଟସ୍ଥ ମୁଖ୍ୟ ଟ୍ରାକରେ ଦ୍ରୁତଗତିରେ ଆସୁଥିବା ଫିରୋଜପୁର-ସିବନୀ ପାତାଳକୋଟ ଏକ୍ସପ୍ରେସ ତଳେ ଚାପି ହୋଇ ୪ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହିଁ ୪ଜଣଙ୍କ ଜୀବନ ଚାଲିଯାଇଛି । ଯାହାକି ଅନ୍ୟ କେତେକ ଗମ୍ଭୀର ରୂପରେ ଆହତ ହୋଇଛନ୍ତି ।
ମୂରେନା ରେଲଓ୍ବେ ଷ୍ଟେଶନ ନିକଟ ଉତ୍ତର ମଧ୍ୟ ରେଲଓ୍ବେର ଝାନ୍ସି ଡିଭିଜନ ଅନ୍ତର୍ଗତ ଆସୁଥିବା ହେତାମପୁର ଷ୍ଟେଶନ ନିକଟରେ ରବିବାର ସନ୍ଧ୍ୟାରେ ପ୍ରାୟ ୪ଟା ସମୟରେ ରେଳରେ କଟି ୪ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାର ସୂଚନା ମିଳିବା ପରେ ରେଲଓ୍ବେ ପ୍ରଶାସନ, ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ରେଲଓ୍ବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍ ନମ୍ବର ୧୯୬୬୫ ଖଜୁରାହେ- ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ନିଜ ନିର୍ଦ୍ଧାରିତ ଋଟରେ ବଢୁ ଥିଲା । ସେତେବେଳେ ଅଚାନକ ଜେନେରାଲ କୋଚରେ କୌଣସି ଅଜଣା ବ୍ୟକ୍ତି ନିଆଁ ଲାଗିବାର ଗୁଜବ ସୃଷ୍ଟି କରିଥିଲେ । ଏହାପରେ ପୂରା ବଗି ଭିତରେ ଦୌଡ଼ାଦୌଡ଼ି ହୋଇଥିଲେ । ନିଜକୁ ବଞ୍ଚାଇବା ଲାଗି ଯାତ୍ରୀମାନେ ଆଲାର୍ମ ଚେନ୍ ପୁଲିଂ କରିଥିଲେ। ଯେଉଁଥିରେ ଗାଡ଼ି ହେତାମପୁର ନିକଟରେ ଅଚାନକ ଅଟକି ଯାଇଥିଲା । ଯେଭଳି ଗାଡ଼ି ଅଟକି ଥିଲା କୌଣସି ନ ବୁଝି ନ ସୁଝି ଯାତ୍ରୀମାନେ ଝରକା ଏବଂ ମୁଖ୍ୟ ଦ୍ବାର ବାଟେ ବାହାରକୁ ବାହାରିପଡ଼ି ଟ୍ରେନ୍ ଲାଇନକୁ ଡେଇଁ ପଡ଼ିଥିଲେ । ସେ ସୁରକ୍ଷିତ ହେବା ଲାଗି ନିକଟସ୍ଥ ମୁଖ୍ୟ ଟ୍ରାକକୁ ଯାଇ ଛିଡ଼ା ହୋଇଯାଇଥିଲେ । ଏହା ମଧ୍ୟରେ ଅନ୍ୟପଟୁ ଆସୁଥିବା ଟ୍ରେନ୍ ସଂଖ୍ୟା ୨୦୪୨୪ପାତାଲକୋର୍ଟ ଏକ୍ସପ୍ରେସ ସେଠାରୁ ଯାଉଥିଲା । ରେଳଟ୍ରାକରେ ଛିଡ଼ା ହୋଇଥିବା ଯାତ୍ରୀମାନଙ୍କୁ ଟ୍ରେନ୍ ଚାପି ଦେଇ ପଳାଇ ଯାଇଥିଲା ।