ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଇଣ୍ଟରନ୍ୟାସନାଲ୍‌ ମାଷ୍ଟର୍ସ ଲିଗ୍ ଟାଇଟଲ ଜିତିଲା ଭାରତ

Published By : Tapas Panda | March 16, 2025 11:31 PM

Image Courtesy: abplive

ରାୟପୁର: ଇଣ୍ଟରନ୍ୟାସନାଲ୍‌ ମାଷ୍ଟର୍ସ ଲିଗ୍ ୨୦୨୫ ଟାଇଟଲ ଜିତିଲା ଭାରତ । ଭାରତୀୟ ମାଷ୍ଟର୍ସ ଦଳ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି । ଏହି ଟାଇଟଲ୍ ମୁକାବିଲାରେ, ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୧୪୮ ରନ କରିଥିଲା । ଜବାବରେ ଭାରତ ୧୭ ବଲ ବାକି ଥାଇ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଛି । ଭାରତର ବିଜୟର ସବୁଠାରୁ ବଡ଼ ନାୟକ ଅମ୍ବାତି ରାୟୁଡୁ । ସେ ୫୦ ବଲ୍‌ରେ ୭୪ ରନ୍‌ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି ।

ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ।  ଓପନର ସ୍ମିଥ୍ ୪୫ ରନ୍ କରିଥିଲେ କିନ୍ତୁ ବ୍ରାଏନ୍ ଲାରା ଓ ୱିଲିୟମ ପାର୍କିସନ ୬ ରନ୍ କରି ଆଉଟ୍ ହୋଇଥିଲେ । ଶାହବାଜ ନଦୀମ ୪ ଓଭରରେ ମାତ୍ର ୧୨ ରନ ଦେଇ ୨ଟି ୱିକେଟ ନେଇଥିଲେ । ଲେଣ୍ଡଲ ସିମନ୍ସ ୫୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । କିନ୍ତୁ ନଦୀମଙ୍କ ବ୍ୟତୀତ ବିନୟ କୁମାର ମଧ୍ୟ ଭାରତ ପାଇଁ ବୋଲିଂରେ ବିପର୍ଯ୍ୟୟ ଘଟାଇଥିଲେ । କୁମାର ମ୍ୟାଚ୍‌ରେ ମୋଟ ୩ଟି ୱିକେଟ୍ ନେଇଥିଲେ।

ବ୍ୟାଟିଂରେ ଅମ୍ବାତି ରାୟୁଡୁ କମାଲ ପ୍ରଦର୍ଶନ କରିଥିଲେ । ସଚିନ ୨୫ ରନ କରି ଆଉଟ ହେବା ପୂର୍ବରୁ ରାୟୁଡୁ ସଚିନ ତେନ୍ଦୁଲକରଙ୍କ ସହ ୬୭ ରନର ଓପନିଂ ପାର୍ଟନରସିପ୍ କରିଥିଲେ । ଗୁରକିରତ ସିଂହ ମାନ ୧୪ ରନ କରି ଆଉଟ ହୋଇଥିଲେ। ରାୟୁଡୁ ଗୋଟିଏ ପାର୍ଶ୍ୱରେ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ୫୦ ବଲ୍‌ରେ ୭୪ ରନ୍ କରିଥିଲେ । ଏହି ସମୟରେ ସେ ୯ ଚୌକା ଏବଂ ୩ ଛକା ମାରିଥିଲେ । ଶେଷ ଓଭର ଆଡ଼କୁ ଷ୍ଟୁଆର୍ଟ ବିନ୍ନି ୯ ବଲ୍‌ରେ ୧୬ ରନ୍‌ର ଏକ କ୍ୟାମିଓ ଇନିଂସ ଖେଳି ଭାରତର ବିଜୟରେ ଏକ ବଡ଼ ଯୋଗଦାନ ଦେଇଥିଲେ ।

ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିବାର ମାତ୍ର ଗୋଟିଏ ସପ୍ତାହ ବିତିଛି । ୭ ଦିନ ମଧ୍ୟରେ, ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ମାଷ୍ଟର୍ସ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ ଜିତିଛି । ଟୁର୍ଣ୍ଣାମେଣ୍ଟରେ ଭାରତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍‌ ହାରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.