PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଏଜବେଷ୍ଟନ୍ ଟେଷ୍ଟ: ଦ୍ବିତୀୟ ଇନିଂସରେ ଭାରତ ୨୪୫ରନରେ ଅଲଆଉଟ, ଇଂଲଣ୍ଡକୁ ଟାର୍ଗେଟ୍‌ ୩୭୭

ଏଜବେଷ୍ଟନ ୦୪/ ୦୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ପଞ୍ଚମ ଟେଷ୍ଟର ଦ୍ବିତୀୟ ଇନିଂସରେ ୨୪୫ ରନରେ ଅଲଆଉଟ ହୋଇଯାଇଛି ଟିମ୍‌ ଇଣ୍ଡିଆ । ଫଳରେ ଖେଳ ଆହୁରି ଦେଢ ଦିନ ବାକି ଥାଇ ଇଂଲଣ୍ଡକୁ ବିଜୟଲକ୍ଷ୍ୟ ମିଳିଛି ୩୭୭ରନ । ଅନ୍ୟପଟେ ୨-୧ରେ ଆଗୁଆ ଥିବା ଭାରତ ଯଦି ଏହି ରନ ମଧ୍ୟରେ ଇଂଲଣ୍ଡକୁ ଅଲଆଉଟ କରିବାକୁ ସକ୍ଷମ ହୁଏ ତେବେ ଦଳ ସିରିଜ୍‌ ହାତେଇବ ନଚେତ୍‌ ସିରିଜ ଡ୍ର’ ରହିବ ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ପନ୍ତ ୧୪୬ ରନ ଏବଂ ଜାଡୋଙ୍କ ୧୦୪ରନର ଶତକୀୟ ଇନିଂସ ସହାୟତାରେ ୪୧୬ ରନ କରିବାକୁ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ । ଜବାବରେ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ ସତ୍ତ୍ବେ ଇଂଲଣ୍ଡ ୨୮୪ ରନରେ ସମସ୍ତ ଓ୍ବିକେଟ ହରାଇଥିଲା ।

ଭାରତ ପକ୍ଷରୁ ଦ୍ବିତୀୟ ଇନିଂସରେ ଶୁଭମାନ ଗିଲ ମାତ୍ର ୪ରନ କରି ଫେଲ୍‌ ମାରିଥିଲା । ପରେ ଚେତେଶ୍ବର ପୁଜାରା ଲଢୁଆ ବ୍ୟାଟିଂକରି ୬୬ ରନ କରି ଆଉଟ ହୋଇଥିଲେ । ସେହିଭଳି ହନୁମା ବିହାରୀ ୧୧ରନ, ବରାଟ କୋହଲି ୨୦ରନ କରି ଆଉଟ ହୋଇଥିଲା । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ପନ୍ତ ଦ୍ବିତୀୟ ଇନିଂସରେ ବି କମାଲ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ୫୭ରନ କରି ଆଉଟ ହୋଇଛନ୍ତି । ସେହିଭଳି ଶ୍ରେୟସ ଆୟର ୧୯ରନ, ପ୍ରଥମ ଇନିଂସରେ ୧୦୪ ରନ କରିଥିବା ଜାଡେଜା ୨ୟ ଇନିଂସରେ ୨୩ରନ, ଶାର୍ଦ୍ଦୁଲ ଠାକୁର ୪ରନ, ମହମ୍ମଦ ସାମୀ, ୧୩ରନ, ଯଶପ୍ରୀତ ବୁମରାହ ୭ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ୨ରନ କରି ଅପରାଜିତ ଅଛନ୍ତି ।

ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ୍‌ ଷ୍ଟୋକସ ୩୩ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ, ଷ୍ଟୁଆର୍ଟ ବ୍ରଡ ଏବଂ ମାଥ୍ୟୁ ପୋଟସ୍‌ ଦୁଇଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିଭଳି ଜେମସନ୍‌ ଆଣ୍ଡରସନ୍‌ ଏବଂ ଜ୍ୟାକ୍‌ ଲିଚ୍‌ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।

ସମ୍ବନ୍ଧିତ ଖବର