ବିଶ୍ୱ କପ୍ ୨୦୧୯: ନ୍ୟୁଜିଲାଣ୍ଡ ବିରୁଦ୍ଧରେ ନିଜ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ, ୩ ଦିନ ପରେ ପ୍ରାକ୍ଟିସ୍ ମ୍ୟାଚ୍

ନୁଆଦିଲ୍ଲୀ ୨୨/୫: ଭାରତୀୟ ଟିମ୍ ଆଇସିସି ବିଶ୍ୱ କପ୍ (World Cup 2019) ରେ ଅଂଶ ଗ୍ରହଣ କରିବା ପାଇଁ ବୁଧବାର ଇଂଲଣ୍ଡରେ ପହଞ୍ଚିଯାଇଛି । ଟିମ୍ ଇଣ୍ଡିଆର ବିଶ୍ୱ କପରେ ଅଭିଯାନ ଆଗାମୀ ମାସରେ ଆରମ୍ଭ ହେବ । ୫ ଜୁନରେ ସାଉଥ୍ ଆଫ୍ରିକା ସହିତ ଲଢିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ଭାରତୀୟ ଟିମ୍ ଇଂଲଣ୍ଡରେ ୨ଟି ଅଭ୍ଯାସ ମ୍ଯାଚ୍ ଖେଳିବ । ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆ ପାଇଁ ଏହି ୨ ମ୍ୟାଚର ବହୁତ ବଡ ଭୂମିକା ରହିଛି । କାରଣ ଏହି ୨ ମ୍ଯାଚ୍ ଖେଳି ବିରାଟ କୋହଲି ନିଜ ପ୍ଲେଇଂ XI ଫାଇନଲ୍ କରିବାକୁ ପଡିବ ।
ଭାରତକୁ ୨ଟି ଅଭ୍ଯାସ୍ ମ୍ୟାଚ୍ ନ୍ଯୁଜିଲାଣ୍ଡ ଓ ବାଲାଂଦଶ ସହିତ ଖେଳିବାକୁ ପଡିବ । ଶନିବାର ଅର୍ଥାତ୍ ମେ ୨୫ରେ ଭାରତ ଓ ନ୍ଯୁଜିଲାଣ୍ଡ ଟିମ୍ ସାମ୍ନାସାମ୍ନି ହେବେ । ଏହା ପରେ ମେ ୨୮ରେ ବାଲାଂଦେଶର ଟିମ୍ ଭାରତ ସହିତ ଲଢିବ । ନ୍ଯୁଜିଲାଣ୍ଡର ରସ୍ ଟେଲର ମଙ୍ଗଳବାର କହିଛନ୍ତି ଯେ ଭାରତ ବିରୁଦ୍ଧରେ ଅଭ୍ଯାସ୍ ମ୍ୟାଚ୍ ତାଙ୍କ ଟିମକୁ ବିଶ୍ୱ କପ୍ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ । ଆଇସିସି ଅନୁସାରେ ଟେଲର କହିଛନ୍ତି ଯେ ଭାରତ ବିରୁଦ୍ଧରେ ମେ ୨୫ ପାଇଁ ହେବାକୁ ଥିବା ମ୍ୟାଚ୍ ଏକ ଭଲ ପ୍ରସ୍ତୁତି ହେବ ।
ବିଶ୍ୱ କପରେ ଆଇସିସି ୧୯୯୨ ର ଫର୍ମାଟ୍ ଆପଣାଇଲା ଯେଉଁଥିରେ ସମସ୍ତ ୧୦ ଟିମ୍ ରାଉଣ୍ଡ ରବିନ୍ ଆଧାରରେ ପରସ୍ପର ସହିତ ଖେଳିବେ । ପଏଣ୍ଟ ଟେବୁଲରେ ଟପରେ ରହୁଥିବା ୪ ଟିମ୍ ସେମିଫାଇନାଲରେ ପହଞ୍ଚିବେ । ଟେଲର ଏହି ଫର୍ମାଟର ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଏଥିରେ ସମସ୍ତେ ସମସ୍ତଙ୍କ ସହିତ ଖେଳିବା ଉଚିତ୍ । ଏହା ୧୯୯୨ ଭଳି ଏବଂ ଏହା ଅତ୍ୟନ୍ତ ଆକର୍ଷକ ଏବଂ ସଠିକ୍ ମଧ୍ଯ ।
ଭାରତୀୟ ଟିମ୍ ଆଇସିସି ୱାର୍ଲ୍ଡକପ ୨୦୧୯ରେ ୫ ଜୁନରେ ନିଜ ପ୍ରଥମ ମ୍ଯାଚ୍ ସାଉଥ୍ ଆଫ୍ରିକା ସହିତ ଖେଳିବ । ଏହି ୱାର୍ଲ୍ଡ କପରେ ତୃତୀୟ ଥର ପାଇଁ ଆୱାର୍ଡ ଜିତିବା ଭାରତର ଲକ୍ଷ୍ଯ ରହିବ । ଭାରତ ପୂର୍ବରୁ ୧୯୮୩ ଓ ୨୦୧୧ରେ ବିଶ୍ୱ କପ୍ ଜିତିସାରିଛି ।