ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରୁଷୀୟ ସେନାରେ ଫସି ଥିବା ଭାରତୀୟଙ୍କୁ ଖୁବ୍ ଶୀଘ୍ର ମୁକ୍ତ କର, ଆଉ ଏକ ମୃତ୍ୟୁ ନେଇ ବିଦେଶ ମନ୍ତ୍ରଣାଳୟର ଦୃଢ ଦାବି

Published By : Prameya | January 14, 2025 8:38 PM

ନୂଆଦିଲ୍ଲୀ : ରୁଷ୍‌କୁ ରୋକଠୋକ୍ କହିଲା ଭାରତ। ରୁଷୀୟ ସେନାରେ ସେବାରତ ଥିବା ଭାରତୀୟଙ୍କୁ ଶୀଘ୍ର ଛାଡ଼। ଭାରତ ମଙ୍ଗଳବାର ରୁଷ୍‌କୁ ଦୃଢ ଦାବି ପୂର୍ବକ କହିଛି, ରୁଷୀୟ ସେନାରେ ସେବା ଦେଉଥିବା ସବୁ ଭାରତୀୟ ନାଗରିକଙ୍କୁ ତୁରନ୍ତ ମୁକ୍ତ କର। ଏହି ଦାବି ଏହି ସମୟରେ ଉଠିଛି , ଯେତେବେଳେ ୟୁକ୍ରେନ ସହ ସଂଘର୍ଷରେ ଆଉ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ସୂଚନା ଆଧାରରେ , ଏହି ଯୁଦ୍ଧରେ ଏବେସୁଦ୍ଧା ୧୦ ଭାରତୀୟଙ୍କ ଜୀବନ ଯାଇ ସାରିଛି।

ବିଦେଶ ମନ୍ତ୍ରାଳୟ କହିଛି ଯେ, କେରଳର ଜଣେ ଭାରତୀୟ ନାଗରିକ ବିନିଲ ବାବୁଙ୍କର (୩୧) ଯୁଦ୍ଧରେ ମୃତ୍ୟୁ ହୋଇଛି। ସେ ତ୍ରିଶୂର ଜିଲ୍ଲାର କୁଟ୍ଟନେଲୁରର ନିବାସୀ ଥିଲେ। ଏହି ରାଜ୍ୟର ଆଉ ଜଣେ ନାଗରିକ ଆହତ ହୋଇଛନ୍ତି, ଯିଏ ବର୍ତ୍ତମାନ ମସ୍କୋର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରଣାଳୟ ମୃତକଙ୍କ ପରିସ୍ଥିତି ନେଇ ବିସ୍ତୃତ ସୂଚନା ଦେଇ ନାହିଁ।

ଭାରତ ସରକାର ରୁଷ୍‌ର ସେନା ଦଳରେ ସହାୟକ ଷ୍ଟାଫ୍‌, ଯେମିତି କି ରୋଷେୟା ଓ ସହାୟକ ଭାବେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ମୁକ୍ତିକୁ ନେଇ ପୂର୍ବରୁ ମଧ୍ୟ ଦାବି କରି ସାରିଛି। ଏହି ମାମଲା ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦୁଇଟି ବୈଠକରେ ଉଠାଯାଇ ଥିଲା। 

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି, ଆମେ କେରଳର ଜଣେ ଭାରତୀୟ ନାଗରିକଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ବିଷୟରେ ସୂଚନା ପାଇଛୁ, ଯାହାଙ୍କୁ କି ରୁଷୀୟ ସେନାରେ ଭର୍ତ୍ତି କରାଯାଇ ଥିଲା। ଆଉ ଜଣେ ନାଗରିକ ଆହତ ହୋଇଛନ୍ତି ଏବଂ ତାଙ୍କର ମସ୍କୋ ହସ୍ପିଟାଲରେ ଚିକିତ୍ସା ଚାଲୁ ରହିଛି। ଏହି ମାମଲାକୁ ମସ୍କୋରେ ରୁଷୀୟ ଅଧିକାରୀମାନେ ଓ ନୂଆ ଦିଲ୍ଲୀରେ ରୁଷୀୟ ଦୂତାବାସର ସମ୍ମୁଖରେ ଦୃଢ ଭାବେ ଉଠାଯାଇଛି। ଜୟସୱାଲ କହିଛନ୍ତି କି , ମୃତକଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବାର ପ୍ରକ୍ରିୟା ଜାରି ରହିଛି ଏବଂ ଆହତ ବ୍ୟକ୍ତିଙ୍କର ଖୁବ୍ ଶୀଘ୍ର ମୁକ୍ତ ଓ ସ୍ୱଦେଶ ଫେରିବା ପାଇଁ ରୁଷ୍‌କୁ ଅନୁରୋଧ କରାଯାଇଛି। 

ଭାରତ ଏହା ମଧ୍ୟ ଦାବି କରିଛି କି, ଅନେକ ଭାରତୀୟ ନାଗରିକଙ୍କୁ ଠକି ବା ଭୁଲ ଉପାୟରେ ନିଯୁକ୍ତି କରି ଏଜେଣ୍ଟଙ୍କ ଦ୍ୱାରା ରୁଷୀୟ ସେନାରେ ସାମିଲ କରାଯାଇଛି। ଏହି ସମ୍ୱନ୍ଧରେ ଗତ ବର୍ଷ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ୧୯ ଜଣ ବ୍ୟକ୍ତି ଓ ଏଜେନ୍ସିଙ୍କ ବିରୋଧରେ ମାମଲା ରୁଜୁ କରି ଅନେକ ଗିରଫଦାରୀ କରି ଥିଲା। ରୁଷୀୟ ଦୂତାବାସ ଗତ ବର୍ଷ ସୂଚନା ଦେଇଥିଲା ଯେ, ଭାରତୀୟ ନାଗରିକଙ୍କ ନିଯୁକ୍ତି ଅପ୍ରେଲ ୨୦୨୪ପରେ ରୋକି ଦିଆ ଯାଇଛି ଏବଂ ବର୍ତ୍ତମାନ ତାଙ୍କର ଖୁବ୍‌ ଶୀଘ୍ର ମୁକ୍ତି ସୁନିଶ୍ଚିତ କରିବାର ପ୍ରୟାସ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.