PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ୟୁଟ୍ୟବରୁ ହଟିଲା ଅଭିନନ୍ଦନଙ୍କ ସଂପର୍କିତ ଭିଡିଓ, ଡିଲିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତ ସରକାର

ନୂଆଦିଳ୍ଲୀ,୨୮।୨: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଗତକାଲି ପାକିସ୍ତାନ ସେନା ଗିରଫ କରିନେଇଥିଲା। ଗିରଫ ପରେ ତାଙ୍କୁ ପ୍ରବଳ ମାଡ ଦିଆଯାଉଥିବା ଓ ସେ ରକ୍ତାକ୍ତ ହୋଇପଡିଥିବା କେତେକ ଭିଡିଓ ୟୁଟ୍ୟୁବରେ ଅପଲୋଡ କରାଯାଇଥିଲା। ଏହା ସହିତ ଆଖିରେ ପଟି ବାନ୍ଧିବା ଓ ଚା’ ପିଉଥିବା ଭିଡିଓ ମଧ୍ୟ ଅପଲୋଡ୍ ହୋଇଥିଲା। ଏହାକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା। ଭାରତ ସରକାର ୟୁଟ୍ୟୁବକୁ ଏସବୁ ଭିଡିଓ ହଟାଇବାକୁ କହିଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ୟୁଟ୍ୟୁବ ପକ୍ଷରୁ ଏସବୁ ଭିଡିଓକୁ ହଟାଇ ଦିଆଯାଇଛି ।

ସରକାରଙ୍କ ଠାରୁ ଅନୁରୋଧ ଆସିବା ପରେ ତୁରନ୍ତ ଏସବୁ ଭିଡିଓକୁ ଡିଲିଟ କରାଯାଇଥିଲା ବୋଲି ୟୁଟ୍ୟୁବ ଚଳାଉଥିବା କମ୍ପାନି ଗୁଗୁଲ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଅଭିନନ୍ଦନଙ୍କୁ ଛାଡିବାକୁ ଆଜି ପାକିସ୍ତାନ ରାଜି ହୋଇଛି । ଗତ କାଲି ସେ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ନିୟନ୍ତ୍ରଣ ରେଖା ସେପଟେ ଏକ ଗାଁ ନିକଟରେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓହ୍ଲାଇଥିଲେ। କିନ୍ତୁ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ ଦେବା ସହ ପାକିସ୍ତାନୀ ସେନା ହାତରେ ଧରାଇଦେଇଥିଲେ ।

ସମ୍ବନ୍ଧିତ ଖବର