ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା

Published By : Ankita S | May 25, 2025 10:17 AM

ନୂଆଦିଲ୍ଲୀ,୨୫/୦୫: ଭାରତୀୟଙ୍କ ପାଇଁ ଖୁସି ଖବର । ବିକଶିତ ଭାରତ ୨୦୪୭ ଲକ୍ଷ୍ୟରେ ଆଉ ପାଦେ ଆଗେଇଛି ଭାରତ । ବିଶ୍ୱର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ । ଜାପାନକୁ ପଛରେ ପକାଇ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ଇଣ୍ଡିଆ । ଆମେରିକା ଚୀନ ଓ ଜର୍ମାନୀ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି । ଆଇଏମ୍‌ଏଫର ତଥ୍ୟ ଅନୁସାରେ ଭାରତ ଏବେ ଚତୁର୍ଥ ଅର୍ଥନୈତିକ ଦେଶ ହୋଇଛି । ଏ ନେଇ ନୀତି ଆୟୋଗ ସିଇଓ ବିବି ଆର ସୁବ୍ରମଣିୟମ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଦଶମ ନୀତି ଆୟୋଗ ବୈଠକରେ ଏହି ଖୁସି ଖବର ଶୁଣାଇଛନ୍ତି ।

ଆଇଏମ୍‌ଏଫ୍ ସିଇଓ କହିଛନ୍ତି , ମୁଁ ଏହା କହିବାକୁ ଯାଉଛି କି ଭାରତ ବିଶ୍ୱର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଛି । ଆମ ଅର୍ଥବ୍ୟବସ୍ଥା ୪ ଟ୍ରିଲିୟନ ଆମେରିକୀୟ ଡଲାର ପାର୍ କରିଛି । ଏହା ମୁଁ ନୁହେଁ ବରଂ ଆଇଏମଏଫର ଡାଟା କହୁଛି । ଭାରତ ଏବେ ଜାପାନକୁ ଟପିଛି । କେବଳ ଆମେରିକା, ଚୀନ ଭାରତ ଆଗରେ ରହିଛନ୍ତି । ଯଦି ଏହି ଗତିରେ ଭାରତର ଆର୍ଥିକ ପ୍ରଗତି ଆଗକୁ ବଢେ ତେବେ ଆଗାମୀ ୨ରୁ ୩ ବର୍ଷରେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିବ ।

ଆଇଏଏଫ୍ ବିଶ୍ୱ ଇକୋନୋମିକ୍ ଆଉଟ୍‌ଲୁକ ରିପୋର୍ଟ ଅନୁସାରେ, ୨୦୨୬ରେ ଭାରତର ଜିଡିପି ପାଖାପାଖି ୪,୧୮୭ ଆରବ ଡଲାର ହେବ । ଜାପାନର ଜିଡିପି ୪,୧୮୬ ହେବ । ୨୦୨୫ରେ ପଞ୍ଚମ ଅର୍ଥନୈତିକ ଦେଶ ଥିଲା ଭାରତ ଏବେ ଚତୁର୍ଥରେ ପହଞ୍ଚିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମଧ୍ୟ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ରୋକି ପାରିଲା ନାହିଁ । ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ବିଶ୍ୱବ୍ୟାଙ୍କରୁ ନେଇ ଆଇଏମଏଫ ପର୍ଯ୍ୟନ୍ତ ସମସ୍ତେ ଭାରତର ଜିଡ଼ିପି ଅଭିବୃଦ୍ଧିକୁ ମାନିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.