ନୂଆଦିଲ୍ଲୀ,୦୪/୦୭; ପାକିସ୍ତାନରେ ଲୁଚି ରହିଥିବା ଶତ୍ରୁଙ୍କ ବିରୋଧରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଏକ ଗେଜେଟ୍ ନୋଟିଫିକେସନ ଜାରି କରି ୟୁଏପିଏ ଅଧୀନରେ ୨୩ ଜଣ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ସେମାନଙ୍କ ଉପରେ ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀଙ୍କୁ ନିଯୁକ୍ତି, ଅନୁପ୍ରେବଶ, ତାଲିମ, ଡ୍ରେନ୍ ବ୍ୟବହାର କରି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଜମ୍ମୁ କାଶ୍ମୀରରେ ଆକ୍ରମଣ ଯୋଜନାରେ ଲିପ୍ତ ଥିବା ଅଭିଯୋଗ ରହିଛି । ସମସ୍ତ ୨୩ ଜଣ ଆତଙ୍କବାଦୀ ଲସ୍କର-ଏ-ତୋଏବ ମୁଖ୍ୟ ହାଫିଜ୍ ମହମ୍ମଦ ସଇଦର ନିକଟତର ଥିବା ଜଣାପଡିଛି ।

ୟୁଏପିଏର ଅନ୍ତର୍ଭୁକ୍ତ ୨୩ ଆତଙ୍କବାଦୀଙ୍କ ମଧ୍ୟରେ ଅଧିକାଂଶ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବା ସହିତ ଜଡ଼ିତ । ପାକିସ୍ତାନ କିମ୍ବା ପାକ୍ ଅଧିକୃତ କାଶ୍ମୀରରେ ଅବସ୍ଥିତ । ଲସ୍କର-ଏ-ତୋଏବା ସହିତ ଜଡ଼ିତ ଅବଦୁଲ ରଉଫ ଏବଂ ହାଫିଜ୍ ଖାଲିଦ ୱାଲିଙ୍କୁ ହାଫିଜ୍ ମହମ୍ମଦ ସଇଦର ଘନିଷ୍ଠ ସହଯୋଗୀ ଭାବେ ଚିହ୍ନଟ କରାଯାଇଛି । ଆଶ୍ଚର୍ଯ୍ୟକର ନାମ ହେଉଛି ମହମ୍ମଦ ଶାହିଦ ଫୈସନ ଓରଫ ଉସ୍ତାଦ ଓରଫ ଜାକିର । ଗେଜେଟ୍ ଅନୁଯାୟୀ, ତାଙ୍କର ସ୍ଥାୟୀ ଠିକଣା କର୍ଣ୍ଣାଟକର ବେଙ୍ଗାଲୁରୁ କିନ୍ତୁ ସେ ବର୍ତ୍ତମାନ ପାକିସ୍ତାନର ଗାୱଲପିଣ୍ଡରେ ରୁହନ୍ତି । ସରକାର କହିଛନ୍ତି ଯେ, ଲସ୍କର-ଏ-ତୋଏବା, ଅଲ-କାଏଦା ଏବଂ ଆଇଏସଆଇଏସ ସହ ଜଡିଜ ମଡ୍ୟୁଲ ସହିତ ସମ୍ପର୍କ ଅଛି । ୟୁଏପିଏ ତାଲିକାରେ ଅନ୍ତର୍ଭୁକ୍ତ ହେବା ଦ୍ୱାରା ଏହି ଆତଙ୍କବାଦୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହଜ ହୋଇଥାଏ । ଏହି ବିଜ୍ଞପ୍ତି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାକେଶ ରାଠି ଜାରି କରିଛନ୍ତି । 

ଏହା ବି ପଢନ୍ତୁ...‘ଚିକେନ୍ ନେକ୍’ ଉପରେ ଚୀନର ନଜର, ବାଂଲାଦେଶର ନୂଆ ପ୍ରକଳ୍ପକୁ ନେଇ ଆଲର୍ଟରେ ଭାରତ  

ହାଫିଜ୍ ମହମ୍ମଦ ସଇଦ କ୍ଲୋଜ୍ ଥିଲେ-୨୦୧୬ରେ ନାଗ୍ରୋଟାରେ ସେନା ଶିବିର ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାଫିଜ୍ ମହମ୍ମଦ । ସେ ସୁଜୱାନ୍ ସାମରିକ ଷ୍ଟେସନ୍ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ସମ୍ପୃକ୍ତ ଥିଲା । ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିରେ ସେମାନଙ୍କୁ ଅବଦୁଲ ରଉଫ, ହାଫିଜ୍ ଓରଫ ୱାଲିଦ୍ ଏବଂ ରାଣା ଇପ୍ତିକାର ଭାବରେ ତାଲିକାଭୁକ୍ତ କରାଯାଇଛି । ରାଣା ଇପ୍ତିକାର ଜିହାଦୀ ସଂଗଠନଗୁଡିକୁ ନିୟନ୍ତ୍ରଣ କରେ ଏବଂ ଯୁବକମାନଙ୍କୁ ଆତଙ୍କବାଦରେ ବିଭ୍ରାନ୍ତ କରେ । ଅବଦୁଲ୍ ରଉଫ୍ ଲସ୍କର-ଏ-ତୋଏବା ଏବଂ ଜମାତ-ଉଦ୍-ଦାୱାର ସଦସ୍ୟ ମଧ୍ୟ । ସେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରେ ଏବଂ ପଣ୍ଠି ସଂଗ୍ରହ କରେ ।

ବିଜ୍ଞପ୍ତି ଅନୁସାରେ, ମହମ୍ମଦ ମୁସାଦିକ୍ ଓରଫ ହମଜା ପାକିସ୍ତାନର ନାରୋୱାଲ ଜିଲ୍ଲାର ଶକରଗଡରେ ରୁହନ୍ତି । ଜୈଶ-ଏ-ମହମ୍ମଦ ଗୋଷ୍ଠୀକୁ କାଶ୍ମୀରରେ ଅନୁପ୍ରବେଶ କରିବାରେ ସାହାଯ୍ୟ କରନ୍ତି । ସେ ସୀମା ପାର୍ ହାଇ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାନ୍ତି ଏବଂ ଜୈଶର ସାଇବର ମୁଖ୍ୟ ଭାବେ କାର୍ଯ୍ୟ କରନ୍ତି । ଯୁବକଙ୍କୁ ଅନଲାଇନ ଜରିଆରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତି ପ୍ରବର୍ତ୍ତାନ୍ତି । ମୁତପି ମହମ୍ମଦ ଅସଗର ଖାନ,ଯାହାଙ୍କୁ ଅବୁ ସାଦ ନାମରେ ଜଣାଶୁଣା, ଆବସପୁରରେ ରୁହନ୍ତି ଏବଂ ନାଗ୍ରୋଟାରେ ସେନା ଶିବିର ଉପରେ ଆକ୍ରମଣରେ ସାମିଲ ଥିଲେ । ଏହା ବ୍ୟତୀତ ୫୬ ବର୍ଷୀୟ ହାଫିଜ୍ ଅବଦୁଲ ଶୁକରଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି ।