PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସ୍ପେନ ଗସ୍ତରେ ଭାରତୀୟ ମହିଳା ହକି ଦଳ: ସିରିଜ୍‌ ୧-୧ରେ ଡ୍ର’ କଲା ଭାରତ

Test Matches Women

ନୂଆଦିଲ୍ଲୀ, ୩୧ ।୧ (ଏଜେନ୍ସି): ସିଜନ ଆରମ୍ଭରୁ ସ୍ପେନ ଗସ୍ତରେ ଭାରତୀୟ ମହିଳା ହକି ଦଳକୁ ବଡ଼ ସଫଳତା ମିଳିଛି । ବିଶ୍ୱକପ୍‌ ବ୍ରୋଞ୍ଜ ପଦକ ବିଜେତା ସ୍ପେନ ସହ ୪ ମ୍ୟାଚ ବିଶିଷ୍ଟ ସିରିଜ୍‌କୁ ୧-୧ରେ ଅମୀମାଂସିତ ରଖିବାରେ ଭାରତ ସଫଳ ହୋଇଛି । ପ୍ରଥମ ମ୍ୟାଚ୍‌ରେ ସ୍ପେନ, ଦ୍ୱିତୀୟ ମ୍ୟାଚ୍‌ ଡ୍ର’ ଓ ତୃତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା । ଆଜି ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌କୁ ଭାରତ ୨-୨ ଗୋଲ୍‌ରେ ଡ୍ର’ ରଖିବାରେ ସଫଳ ହୋଇଥିଲା ।
ସିରିଜ୍‌ ଜିତିବା ନେଇ ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ବହୁ ପ୍ରୟାସ କରିଥିଲା । ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟରରେ ଗୋଲ ଖାତା ଖୋଲିବାରେ ସଫଳ ହୋଇଥିଲା । ୮ମ ମିନିଟରେ ଦଳକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରୂପ ଦେବାରେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା ଆଦୌ ତ୍ରୁଟି କରି ନଥିଲେ । ଏହି ଚମତ୍କାର ଗୋଲ୍‌ ଫଳରେ ଭାରତ ୧-୦ ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲା । ପୁଣି ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆଉ ଏକ ଗୋଲ୍‌ ସ୍କୋର କରିଥିଲା । ୨୬ତମ ମିନିଟ୍‌ରେ ଅଧିନାୟିକା ରାଣୀଙ୍କ ସଫଳ ପାସକୁ ଗୋଲରେ ପରିଣତ କରିଥିଲେ ନଭନୀତ କୌର । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହି ସ୍ଥିତି ମଜବୁତ କରିଥିଲା ।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଘରୋଇ ଦଳ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା । ତୃତୀୟ କ୍ୱାର୍ଟରରେ ସ୍ପେନ ଡବଲ୍‌ ଗୋଲ୍‌ କରି ସ୍ଥିତି ୨-୨ କରିଥିଲା । ୩୫ତମ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ଏବଂ ୩୯ତମ ମିନିଟ୍‌ରେ ପେନାଲ୍ଟି ଗୋଲ୍‌ ସ୍କୋର କରିଥିଲା । ପରବର୍ତ୍ତୀ ସମୟରେ ଭାରତ ବହୁ ପ୍ର୍ରୟାସ କରିଥିଲେ ବି ଅଗ୍ରଣୀ ହାସଲ କରି ପାରି ନଥିଲା । ଶେଷରେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା ।
ଭାରତ ପୂର୍ବ ମ୍ୟାଚ୍‌ରେ ଅତି ଉନ୍ନତ ପ୍ରଦର୍ଶନ କରି ୫-୨ ଗୋଲ୍‌ରେ ବିଜୟୀ ହୋଇଥିଲା । ସ୍ପେନ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଆୟର୍ଲାଣ୍ଡ ସହ ଖେଳିବ । ଆସନ୍ତା ୨ ଓ ୩ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ ।

ସମ୍ବନ୍ଧିତ ଖବର