ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଟି-୨୦ ବିଶ୍ଵକପ୍‌: ପାକିସ୍ତାନର ପରାଜୟ ପରେ ଟିମ୍‌ ଇଣ୍ଡିଆର ସେମି ଆଶା ଧୂଳିସାତ୍‌

Published By : Tapas Panda | October 14, 2024 11:34 PM

Image Courtesy: ndtv

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପାଖରୁ ପାକିସ୍ତାନ ମହିଳା କ୍ରିକେଟ ଦଳ ଶୋଚନୀୟ ପରାଜୟ ଭୋଗିଛି । ଏହା ସହ  ଭାରତୀୟ ଦଳର ଟି-୨୦ ବିଶ୍ଵକପ୍‌ ୨୦୨୪ର ସେମି ଫାଇନାଲ୍ ଖେଳିବାର ଆଶା ଧୂଳିସାତ ହୋଇଛି । ଗ୍ରୁପ ଏରୁ ଦ୍ଵିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ସୋମବାର ଖେଳା ଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ୫୪ ରନରେ ହରାଇ ସେମିରେ ଏଣ୍ଟ୍ରି ମାରିଛି । ପାକିସ୍ତାନ ମ୍ୟାଚ୍  ଜିତିଥିଲେ ଭାରତ ସେମିରେ ପ୍ରବେଶ କରିଥାନ୍ତା । ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଯିବା ପରେ ଭାରତୀୟ ଟିମ୍‌ ସ୍ଵପ୍ନ  ଅଧୁରା ରହିଯାଇଛି ।

ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ୩ଟିରେ ବିଜୟ ସହ ୬ ପଏଣ୍ଟ ପାଇଥିବା ବେଳେ ଭାରତ ଦୁଇ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଭାରତ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପାଖରୁ ପରାସ୍ତ  ହୋଇଥିଲା। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଆଜିର ଏହି ମୁକାବିଲା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଦୁଇ ଦଳ ପାଇଁ ସେମିରେ ପହଞ୍ଚିବା ପାଇଁ ସୁଯୋଗ ରହିଥିଲା । ଦୁବାଇରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିଲା। ସେପଟେ ପାକିସ୍ତାନ ଟିମ୍‌ ୧୧.୪ ଓଭରରେ ୫୬ ରନରେ ଅଲଆଉଟ୍ ହୋଇଛି। 

ପାକିସ୍ତାନର ପରାଜୟ ସହ ଭାରତର ଟି-୨୦ ବିଶ୍ଵକପ୍ ୨୦୨୪ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି । ଏହା ସହ ଚଳିତ ବିଶ୍ବକପରେ ଗ୍ରୁପ୍‌ ଷ୍ଟେଜରୁ ବିଦା ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ । ଉଲ୍ଲେଖନୀୟ ଏ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ଟି-୨୦ ବିଶ୍ଵକପ୍ ଜିତିପାରି ନାହିଁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.