PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମହାକାଶ କ୍ଷେତ୍ରରେ ଭାରତର ସଫଳତା,ଦେଶର ପ୍ରଥମ ଘରୋଇ ରକେଟ ‘ବିକ୍ରମ ଏସ୍‍’ର ହେଲା ଉତକ୍ଷେପଣ

ଶ୍ରୀହରିକୋଟା,୧୮।୧୧: ମହାକାଶରେ ଭାରତର ନୂତନ ଯୁଗର ଆରମ୍ଭ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ  ଦେଶର ପ୍ରଥମ ଘରୋଇ ରକେଟ୍‌ ‘ବିକ୍ରମ୍-ଏସ୍’କୁ ଲଞ୍ଚ କରିଛି। ବିକ୍ରମ୍-ଏସ୍’ର ଲଞ୍ଚିଂ ଆଜି(ଶୁକ୍ରବାର) ଶ୍ରୀହରିକୋଟାରେ ଥିବା ସତୀଶ ଧବନ ମହାକାଶ କେନ୍ଦ୍ରରୁ ସକାଳ ୧୧ଟା ୩୦ରେ  କରାଯାଇଥିଲା।  ନିଜ ସହିତ ତିନୋଟି ସାଟେଲାଇଟ୍ ନେଇ ମହାକାଶ ଯାନରେ ଏହା ଯାତ୍ରା କରିଛି। ଏହି ରକେଟ୍‌କୁ ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍‌ କମ୍ପାନୀ ତିଆରି କରିଛି।

ଭାରତର ମହାନ ବୈଜ୍ଞାନିକ ଓ ଇସ୍ରୋର ସଂସ୍ଥାପକ ଡକ୍ଟର ବିକ୍ରମ ସରାଭାଇଙ୍କ ନାମରେ ଏହି ରକେଟ୍‌ର ନାଁ ‘ବିକ୍ରମ୍ ଏସ୍‌’ ରଖାଯାଇଛି। ଭାରତୀୟ ରାଷ୍ଟ୍ରୀୟ ମହାକାଶ ସମ୍ବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର(ଇନ୍‌-ସ୍ପେସ୍‌)ର ଅଧ୍ୟକ୍ଷ ପବନ ଗୋଏନଙ୍କା କହିଛନ୍ତି, ଏହା ଭାରତରେ ଘରୋଇ କ୍ଷେତ୍ର ପାଇଁ ବଡ ସଫଳତା। ସେ ସ୍କାଇରୁଟ୍‌କୁ ରକେଟ ଉତ୍‌କ୍ଷେପଣ କରିବା ପାଇଁ ଅଧିକୃତ କରାଯାଉଥିବା ପ୍ରଥମ ଭାରତୀୟ କମ୍ପାନୀ ତିଆରି କରିବା ନେଇ ଶୁଭେଚ୍ଛା ଜଣାଇଛନ୍ତି।  ପ୍ରଥମେ ଏହି ରକେଟ୍‍କୁ ନଭେମ୍ବର ୧୫ରେ ଉତକ୍ଷେପଣ କରାଯିବାର ଥିଲା,ମାତ୍ର ଖରାପ ପାଗ କାରଣରୁ ହୋଇପାରି ନଥିଲା ।  

ସମ୍ବନ୍ଧିତ ଖବର