ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ-ଡିଜେଲକୁ ନେଇ ସଙ୍କଟ ଦେଖା ଦେବା ଆରମ୍ଭ ହୋଇଛି । ଯଦିଓ ଯୋଗାଣ ବିଭାଗ ପକ୍ଷରୁ କୁହାଯାଉଛି କି, ମହଜୁଦ ଅଛି ତଥାପି ପେଟ୍ରୋଲ ପମ୍ପରେ ଲାଗୁଛି ଲମ୍ବା ଲାଇନ୍ । କେଉଁଠି ବନ୍ଦ ରହିଛି ତ ଆଉ କେଉଁଠି ଖୋଲା ରହୁଥିବାବେଳେ ଲାଇନ୍ ଦେଖିଲେ ମୁଣ୍ଡ ବିନ୍ଧୁଛି । ତେବେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ହେବା ପରେ ଗିଗ୍ ଓ୍ବାକର୍ସଙ୍କ ପକ୍ଷରୁ ଶୁକ୍ରବାର ଧର୍ମଘଟ ହୋଇଛି । ତେବେ ସେମାନଙ୍କ ମୂଲ୍ୟ ବୃଦ୍ଧି ପାଇଁ ଦାବି କରାଯାଇଛି ।
ୟୁନିୟନ ପକ୍ଷରୁ କୁହାଯାଇଛି କି,ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ମୂଲ୍ୟ ସିଧାସଳଖ ଡେଲିଭରି ବୟଙ୍କ ଉପରେ ପଡ଼ିଛି । ଏହାସହ ଓଲା, ଉବେର ଏବଂ ରାପିଡୋ ଚାଳକଙ୍କ ଉପରେ ମଧ୍ୟ ପଡ଼ୁଛି । ଲକ୍ଷ ଲକ୍ଷ ଶ୍ରମିକ ଏହି ଅନଲାଇନ ଆପ ଗୁଡ଼ିକ ଜରିଆରେ ରୋଜଗାର କରୁଥିବାବେଳେ ମୂଲ୍ୟ ବୃଦ୍ଧି କରାଯିବାକୁ ଦାବି କରାଯାଇଛି । ପ୍ରତି କିଲୋମିଟରେ ଦର ବୃଦ୍ଧି କରିବାକୁ କୁହାଯାଇଛି । ସର୍ବନିମ୍ନ ୨୦ ଟଙ୍କା କରାଯିବାକୁ କୁହାଯାଇଛି । ଯଦି ନଶୁଣାଯାଏ ତାହେଲେ ଆନ୍ଦୋଳନକୁ ଆଗକୁ ତୀବ୍ର କରିବାକୁ ଚେତାବନୀ ଦିଆଯାଇଛି । ଶୁକ୍ରବାର ଦିନ ୧୨ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆନ୍ଦୋଳନ କରାଯାଇଥିଲା ।
ବର୍ଦ୍ଧିତ ଇନ୍ଧନ ମୂଲ୍ୟର ସମ୍ପୂର୍ଣ୍ଣ ବୋଝ ଯେପରି ଶ୍ରମିକଙ୍କ ଉପରେ ନ ପଡ଼େ, ସେଥିପାଇଁ ସରକାର ଆପ୍-ଆଧାରିତ କମ୍ପାନୀଗୁଡ଼ିକୁ ଦେୟ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବାକୁ ସଂଘ ଦାବି କରିଛି। ୟୁନିଅନ କହିଛି ଯେ ଶୁକ୍ରବାର ହେବାକୁ ଥିବା ପ୍ରତିବାଦ ଶାନ୍ତିପୂର୍ଣ୍ଣ ହେବ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଗିଗ୍ କର୍ମଚାରୀଙ୍କ ଆର୍ଥିକ ସମସ୍ୟାକୁ ସରକାର ଏବଂ କମ୍ପାନୀଗୁଡ଼ିକ ନିକଟରେ ପହଞ୍ଚାଇବା।
ଏହାସହ ପଢ଼ନ୍ତୁ : IPL 2026: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ, ପ୍ରଥମେ ବ୍ୟାଟିଂ କରିବ CSK