ନୂଆଦିଲ୍ଲୀ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଚେନ୍ନାଇ ସୁପରକିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଆଜିର ମ୍ୟାଚ ଚେନ୍ନାଇକୁ ପ୍ଲେଅଫରେ ପହଞ୍ଚିବା ପାଇଁ ବାଟ ଦେଖାଇବ । ଲକ୍ଷ୍ନୌ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ି ସାରିଛି । ଚେନ୍ନାଇ ଆଶା ଏବେ ବି ଉଜ୍ଜୀବିତ ରହିଛି । ୧୧ଟି ମ୍ୟାଚ ଖେଳି ୧୨ ପଏଣ୍ଟ ଅର୍ଜନ କରି ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ଚେନ୍ନାଇକୁ ପ୍ଲେ-ଅଫ ସ୍ଥାନ ପକ୍କା କରିବାକୁ ହେଲେ ଅତି କମ୍ରେ ୨ଟି ମ୍ୟାଚ ଜିତିବାକୁ ପଡ଼ିବ। ଚେନ୍ନାଇକୁ ଅର୍ଦ୍ଧାଧିକ ମ୍ୟାଚ ଜିତାଇଥିବା ଜାମି ଓଭରଟନ ଆହତ ହୋଇ ବାଦ ପଡ଼ିଛନ୍ତି ।
ଆଜି ଦଳ ତାଙ୍କ ଅନୁପସ୍ଥିତି ଅନୁଭବକରିବ । ମହେନ୍ଦ୍ର ସିଂହ ଧୋନି ମଧ୍ୟ ଦଳ ସହଲକ୍ଷ୍ନୌଯାତ୍ରା କରି ନାହାନ୍ତି । ତେଣୁ ତାଙ୍କ ସମର୍ଥକ ନିରାଶ ହେବା ନିଶ୍ଚିତ । ତଥାପି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଥିବାଲକ୍ଷ୍ନୌକୁ ହରାଇବା ଏତେ କଷ୍ଟକର ହେବ ନାହିଁ ।ଲକ୍ଷ୍ନୌଦଳଗତ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । କେବଳ ମିଚେଲ ମାର୍ଶଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସିବ୍ୟାଟର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି । ଅବଶ୍ୟ ବୋଲିଂ ବିଭାଗର ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁଁ ଦଳ କିଛି ମ୍ୟାଚ ଜିତିବାରେ ସଫଳ ହୋଇଛି ।
ଚେନ୍ନାଇକୁ ଆଜିଲକ୍ଷ୍ନୌବୋଲିଂ ବାହିନୀ ପ୍ରତି ସତର୍କ ରହିବାକୁ ହେବ । ସଞ୍ଜୁ ସାମସନ ୨ଟି ଶତକୀୟ ପାଳି ଖେଳିସାରିଛନ୍ତି ।ଉର୍ଭିଲ ପଟେଲ ୧୩ଟି ବଲ୍ରୁ ଅର୍ଦ୍ଧଶତକଅର୍ଜନ କରି ବିସ୍ଫୋରକ ବ୍ୟାଟିଂ ଦକ୍ଷତା ପ୍ରମାଣିତ କରିଛନ୍ତି । ଋତୁରାଜ ଗାଏକୱାଡ ମଧ୍ୟ ଉପଯୋଗୀ ବ୍ୟାଟିଂ କରୁଛନ୍ତି । ମାତ୍ର ମଧ୍ୟକ୍ରମ ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ ।
ଏହାସହ ପଢ଼ନ୍ତୁ: IOCL PressMeet: ରାଜ୍ୟରେ ତେଲ ସଙ୍କଟ କେବଳ ଗୁଜବ: ଅଭାବ ନଥିବା ସ୍ପଷ୍ଟ କଲା IOCL