- ବାଂଲାଦେଶର ହିଂସା ଥମୁ ନାହିଁ
- ହିନ୍ଦୁ ଯୁବକଙ୍କ ହତ୍ୟାରେ ଭାରତର ଦୃଢ ନିନ୍ଦା
- ପରିବାରକୁ ନ୍ୟାୟ ମିଳିବ କହିଲା ବୈଦେଶିକ ମନ୍ତ୍ରଣାଳୟ
- ବାଂଲାଦେଶରେ ୨,୯୦୦ରୁ ଅଧିକ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି
ନୂଆଦିଲ୍ଲୀ : ବାଂଲାଦେଶର ମାହୋଲ ଦିନକୁ ଦିନ ଉତ୍ତେଜିତ ଓ ବିବାଦୀୟ ହେବାରେ ଲାଗିଛି। ଏଠାରେ ହିନ୍ଦୁଙ୍କ ବିରୋଧରେ ହିଂସାତ୍ମକ ଘଟଣା ଗୁଡ଼ିକ ଯେମିତି ଥମିବାର ନାଁ ହିଁ ନେଉ ନାହିଁ। ଗତ ଦିନରେ ମୈମନସିଂହରେ ହୋଇଥିବା ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାର ଭାରତ ସରକାର ନିନ୍ଦା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଆଶା ପ୍ରକଟ କରିଛି ଯେ, ଉକ୍ତ ମାମଲାରେ ପୀଡ଼ିତ ପରିବାରକୁ ନ୍ୟାୟ ମିଳିବ।
୨୭ ବର୍ଷିୟ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ମାମଲାରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେ ମୈମନସିଂହରେ ଜଣେ ହିନ୍ଦୁ ଯୁବକଙ୍କ ନିକଟରେ ହୋଇଥିବା ଭୟାନକ ହତ୍ୟାକାଣ୍ଡକୁ ନିନ୍ଦା କରୁଛୁ ଏବଂ ଆଶା କରୁଛୁ ଯେ, ଦୋଷୀଙ୍କୁ ନ୍ୟାୟର କାଠଗଡ଼ାକୁ ଅଣାଯିବ। ୟୁନୁସ ସରକାରର ପୋଲ ଖୋଲି ଭାରତ କହିଛି ଯେ, ମଧ୍ୟବର୍ତ୍ତୀକାଳିନ ସରକାରର କାର୍ଯ୍ୟକାଳ ବେଳେ ସଂଖ୍ୟାଲଘୁଙ୍କ ବିରୋଧରେ ୨,୯୦୦ରୁ ଅଧିକ ହିଂସାତ୍ମକ ଘଟଣା ସାମ୍ନାକୁ ଆସି ସାରିଛି।
ଏହାସହ ମଧ୍ୟ ପଢନ୍ତୁ : ଖାଲିଦା ଜିୟାଙ୍କ ପୁଅଙ୍କ ବାଂଲାଦେଶ ଫେରିବା ନେଇ ବିବାଦ , ଶେଖ ହସିନାଙ୍କ ପାର୍ଟି ଖୋଲିଲା ‘ଗୁପ୍ତ ଡିଲ୍’ର ପୋଲ୍
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ ଶୁକ୍ରବାର ସାମ୍ୱାଦିକଙ୍କୁ କହିଛନ୍ତି , ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାର ଘଟଣାକୁ ମିଡ଼ିଆର ବଡ଼ କରି କହିବା କଥା କିମ୍ୱା ରାଜନୀତିକ ହିଂସା କହି ଅଣଦେଖା କରାଯାଇ ପାରିବ ନାହିଁ। ବାଂଲାଦେଶର ଅନ୍ତରୀଣ ସରକାର ଗଠନ ପରେ ଏବେସୁଦ୍ଧା ହତ୍ୟା , ପୋଡ଼ାଜଳା ଓ ଜମି ହଡ଼ପର ୨୯୦୦ଟି ଘଟଣା ସାମ୍ନାକୁ ଆସି ସାରିଛି। ସେ କହିଛନ୍ତି ଯେ, ଭାରତର ଦାବି ଯେ, ଅପରାଧିକୁ ନ୍ୟାୟର କାଠଗଡ଼ାକୁ ଅଣାଯାଉ।
ବାଂଲାଦେଶ ନ୍ୟାସନାଲିଷ୍ଟି ପାର୍ଟିର ନେତା ତାରିକ୍ ରେହମାନଙ୍କର ବାଂଲାଦେଶ ଫେରିବାରେ ସେ କହିଛନ୍ତି ଯେ, ଭାରତ ସେଠାରେ ସ୍ୱାଧୀନ , ନିରପେକ୍ଷ ଓ ସମାବେଶ ନିର୍ବାଚନର ପକ୍ଷଧର। ଏହାସହ ଭାରତ ସ୍ଥିର ଓ ଶାନ୍ତିପୂର୍ଣ୍ଣ ବାଂଲାଦେଶ ଚାହୁଁଛି ଏବଂ ନିଜର ଏହି ପଡୋଶୀ ଦେଶ ସହ ସଂପର୍କକୁ ଦୃଢ କରିବାକୁ ଚାହୁଁଛି। ମୁଖପାତ୍ର କହିଛନ୍ତି ଯେ, ଭାରତର କହିବାନୁସାରେ , ନିର୍ବାଚନରେ ସବୁ ଦଳର ଭାଗିଦାରୀ ହେବା ଉଚିତ୍। ଉଲ୍ଲେଖନୀୟ ଯେ, ଗତ କିଛି ଦିନରେ ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟର ଦୁଇ ଲୋକଙ୍କ ହତ୍ୟା କରାଯାଇଛି। ବାଂଲାଦେଶରେ ପ୍ରମୁଖ ରାଜନୀତିକ ଦଳ ଅୱାମୀ ଲିଗ୍ ଉପରେ ନିର୍ବାଚନ ଲଢିବା ନେଇ ରୋକ୍ ମଧ୍ୟ ଲଗାଯାଇ ସାରିଛି।
ବାଂଲାଦେଶରେ ୧୮ ଡିସେମ୍ୱର ରାତିରେ ଦୀପୁ ଚନ୍ଦ୍ର ଦାସ ନାମକ ଯୁବକଙ୍କୁ ଇସଲାମର ଅପମାନ କରିବା ଅଭିଯୋଗରେ ହତ୍ୟା କରାଯାଇ ଥିଲା। ସେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଏହି ସମୟରେ ତାଙ୍କ ଉପରେ ଏହି ଅଭିଯୋଗ ଲାଗିଥିଲା। ଏହାପରେ ତାଙ୍କୁ କିଛି ଲୋକ ମିଶି ପୋଷାକ ଓହ୍ଲାଇ ପିଟି ପିଟି ମାରି ଦେଇଥିଲେ। ତାଙ୍କର ମୃତଶରୀରକୁ ଗଛରେ ଝୁଲାଇ ନିଆଁ ଲଗେଇ ଦେଇଥିଲେ। ହେଲେ ପୁଲିସ ସ୍ପଷ୍ଟ କରିଥିଲା ଯେ, ଯେଉଁ ଅଭିଯୋଗ ଲାଗିଛି , ଏହାର ପ୍ରମାଣ ମିଳିନାହିଁ। ରାପିଡ୍ ଆକ୍ସନ ବାଟାଲିୟନର କମ୍ପାନୀ କମାଣ୍ଡର ଏମଡି ଶମସୁଜ୍ଜମାନ ଦ ଡେଲି ଷ୍ଟାରକୁ କହିଥିଲେ ଯେ, ସମସ୍ତେ କହୁଛନ୍ତି ଯେ, ସେ ନିଜେ ଏମିତି କହିବାର କେହି ଶୁଣି ନାହାନ୍ତି।
ଏହାସହ ମଧ୍ୟ ପଢନ୍ତୁ : ପାକିସ୍ତାନର ମନରୁ ଏବେବି ଯାଇନାହିଁ 'ଅପରେସନ ସିନ୍ଦୂର'ର ଭୟ , ସୀମାରେ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ
ଦୀପୁଙ୍କ ହତ୍ୟା ପରେ ଆଉ ଜଣେ ହିନ୍ଦୁ ଯୁବକଙ୍କ ହତ୍ୟା କରିଦିଆ ଯାଇଛି। ଅମୃତ ମଣ୍ଡଳ ଓରଫ ସମ୍ରାଟ୍ଙ୍କୁ ରାଜବାଡି ଜିଲ୍ଲାରେ କିଛି ଲୋକ ପିଟି ପିଟି ମାରି ଦେଇଥିଲେ। ‘ଦ ଡେଲି ଷ୍ଟାର’ଖବରକାଗଜ ମୁତାବିକ, ମୃତକ ଜଣଙ୍କ ହେଉଛନ୍ତି ଅମୃତ ମଣ୍ଡଳ ।