PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିରାଟ କୋହଲିଙ୍କ ଧମାକାଦାର ଅର୍ଦ୍ଧଶତକ, ପାକିସ୍ତାନକୁ ଟାର୍ଗେଟ ୧୮୨

ଦୁବାଇ,୦୪/୦୯: ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ ଦେଇଛି ଭାରତ। ପ୍ରଥମ ଇନିଂଶରେ ୭ ଓ୍ବିକେଟ ହରାଇ ଭାରତ କରିଛି ୧୮୧ ରନ୍‌। ଏସିଆ କପର ଆଜିର ମୁକାବିଲାରେ ଭାରତ ଟସ୍ ହାରିବା ପରେ ପାକିସ୍ତାନର ନିଷ୍ପତ୍ତି ମୁତାବକ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭର ଖେଳି ଟିମ୍ ଇଣ୍ଡିଆ ୭ ୱିକେଟ ହରାଇ ୧୮୧ ରନ୍ କରିଥିଲା। ଓପନର ରୋହିତ ଶର୍ମା (କ୍ୟାପଟେନ୍) ଓ କେ.ଏଲ୍. ରାହୁଲ (ଭାଇସ୍-କ୍ୟାପଟେନ୍) ୨୮ ଲେଖାଏଁ ରନ୍ କରି ଆଉଟ ହୋଇଥିଲେ।
ଭାରତ ପାକିସ୍ତାନ ବିପକ୍ଷରେ ଚ୍ୟାଲେଞ୍ଜିଂ ସ୍କୋର କରିଛି। ବିସ୍ଫୋରକ ଆରମ୍ଭ ସତ୍ବେ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ୬୦ ରନର ଦାୟିତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ୨୮ ରନ ଲେଖାଏଁ କରିଛନ୍ତି। ପାକିସ୍ତାନ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରହିଛି। ମାତ୍ର ୭ ଦିନର ବ୍ୟବଧାନରେ ପୁଣି ଥରେ ସାମ୍ନା ସାମ୍ନି ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୬ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୨୮ ରନ କରି ଆଉଟ୍ ହୋଇଥିଲେ। ପୁଣି ରାହୁଲ ଭଲ ଫର୍ମରେ ନଜର ଆସୁଥିଲେ ହେଁ ଅଧିକ ସମୟ କ୍ରିଜରେ ଜମି ପାରିନଥିଲେ। ସେ ୨୦ ବଲ୍‌ରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ କରିଥିଲେ। କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ରନ ଗତି ବଜାୟ ରଖି ତୃତୀୟ ଓ୍ଵିକେଟ୍‌ରେ ୩୧ ରନ ଭାଗିଦାରୀ କରିଥିଲେ। ଗୋଟିଏ ପଟେ କୋହଲି ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।

ସମ୍ବନ୍ଧିତ ଖବର