ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଭାରତ ତିଆରି କରୁଛି ବଙ୍କର ବଷ୍ଟର ବୋମା, ଆମେରିକାର ଜିବିୟୁ-୫୭ ଠାରୁ ହେବ ଅଧିକ ବିନାଶକାରୀ

Published By : Rasmita Pradhan | July 1, 2025 3:19 PM

ନୂଆଦିଲ୍ଲୀ, ୦୧/୦୭: ଭାରତର ଅଜେୟ ଅସ୍ତ୍ର। ପାତାଳକୁ ଭେଦି ଧ୍ଵଂସ କରିବ ଶତ୍ରୁ ଠିକଣା। ବଙ୍କର ବଷ୍ଟର ବୋମା ତିଆରି କରୁଛି ଇଣ୍ଡିଆ। ଆମେରିକାର ଜିବିୟୁ-୫୭ ଠାରୁ ଅଧିକ ବିନାଶକାରୀ। ଭୂ-ଗର୍ଭର ୧୦୦ ମିଟର ଯାଏଁ କରିପାରିବ ଭେଦ। ଶତ୍ରୁର ଅଣ୍ଡରଗ୍ରାଉଣ୍ଡ କେନ୍ଦ୍ରକୁ କରିବ ଟାର୍ଗେଟ୍। ଏହାକୁ ବିମାନ ନୁହେଁ, ବୋହିନେବ ଅଗ୍ନି-୫ ମିସାଇଲ୍। ବହନ କରିପାରିବ ୭,୫୦୦ କିଲୋଗ୍ରାମ୍‌ର ଯୁଦ୍ଧାସ୍ତ୍ର। ବୈଶ୍ୱିକ ଯୁଦ୍ଧାସ୍ତ୍ର ବଜାରରେ ପ୍ରତିଫଳିତ କରିବ ଭାରତର ଦବ୍‌ଦବା। ବର୍ତ୍ତମାନର ବୈଶ୍ଵିକ ପରିସ୍ଥିତିକୁ ଦେଖି କମ୍ ଖର୍ଚ୍ଚରେ ବଙ୍କର ବଷ୍ଟର ବିକଶିତ କରୁଛି ଭାରତ।  

ଆମେରିକା ବାୟୁସେନା ବଙ୍କର ବଷ୍ଟର ବୋମା ପକାଇ ଇରାନର ଫୋର୍ଡୋ ଆଣବିକ କେନ୍ଦ୍ର ଧ୍ଵଂସ କରିଥିଲା। ଆମେରିକା ଏହି ବୋମା ପକାଇବାକୁ ଦାମୀ ବି-୨ ବମ୍ବର ଭଳି ଲଢ଼ୁଆ ଯୁଦ୍ଧବିମାନର ବ୍ୟବହାର କରିଥିଲା । କିନ୍ତୁ ଭାରତ ଏହି ବୋମାକୁ ମିସାଇଲ୍ ମାଧ୍ୟମରେ ଟାର୍ଗେଟ୍ ପାଖରେ ପହଞ୍ଚାଇବ। ଏଥିପାଇଁ ଦାମୀ ବୋମା ବର୍ଷକ ବି-୨ ଭଳି ଯୁଦ୍ଧବିମାନର ଆବଶ୍ୟକତା ପଡ଼ିବ ନାହିଁ । ଏଥିପାଇଁ ଡିଆରଡିଓ ଅଗ୍ନି-୫ ମିସାଇଲର ଉନ୍ନତ ସଂସ୍କରଣ ନିର୍ମାଣ କରୁଛି। ଏହାର ପ୍ରକୃତ ଲକ୍ଷ୍ୟଭେଦ କ୍ଷମତା ୫ ହଜାର କି.ମିରୁ ଅଧିକ ରହିଛି। ଏହି ମିସାଇଲ ଆଣବିକ ଅସ୍ତ୍ର ବହନ କରିପାରିବ । ଏହା ୭ ହଜାର ୫୦୦ କିଲୋ ଓଜନର ବିଶାଳ ବଙ୍କର ବଷ୍ଟର ବୋମାକୁ ବହନ କରିପାରିବ। ଏହି ମିସାଇଲ ଭୂଗର୍ଭରେ କଂକ୍ରିଟରେ ନିର୍ମିତ ସେନା ପ୍ରତିଷ୍ଠାନ କିମ୍ବା ଆଣବିକ କେନ୍ଦ୍ରକୁ ଧ୍ୱଂସ କରିବ। ମିସାଇଲ ପ୍ରଥମେ ଭୂଗର୍ଭରେ ଡ୍ରିଲ୍‌ କରି ୮୦ରୁ ୧୦୦ ମିଟର ଭିତରକୁ ପ୍ରବେଶ କରିବ । ଏହାପରେ ବିସ୍ଫୋରଣ ହେବ। 

ଡିଆରଡିଓ ଏବେ ଅଗ୍ନି-୫ର ଦୁଇଟି ନୂଆ ସଂସ୍କରଣ ବିକଶିତ କରୁଛି। ଗୋଟିଏ ଆକାଶମାର୍ଗକୁ ଟାର୍ଗେଟ କରିବ ଆଉ ଗୋଟିଏ ଭୂଗର୍ଭରେ ଥିବା ଶତ୍ରୁର ଟାର୍ଗେଟ୍‌କୁ ଧ୍ଵଂସ କରିବ। ଉଭୟ କ୍ଷେପଣାସ୍ତ୍ର ୮ଟନ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିବ। ଯାହାକି ବିଶ୍ୱସ୍ତରରେ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ମଧ୍ୟରେ ପରିଗଣିତ ହେବ। ତେବେ ଏହି ଦୁଇ ନୂଆ ଅଗ୍ନି-୫ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୨ ହଜାର ୫୦୦ କି.ମି ରହିବ। କିନ୍ତୁ ଏହାର ବିଧ୍ୱଂସକ କ୍ଷମତା ଓ ସଠିକତା ଭାରତର ସାମରିକ ଅସ୍ତ୍ରାଗାରରେ ଏହାକୁ ଏକ ଦୁର୍ଜୟ ଅସ୍ତ୍ର କରିବ। ଉଭୟ ମିସାଇଲର ଗତି ଶବ୍ଦଠାରୁ ୮ରୁ ୨୦ ଗୁଣ ଅଧିକ ହେବ। ଅର୍ଥାତ ଏହା ହାଇପରସୋନିକ ମିସାଇଲ ଭାବେ ପରିଗଣିତ ହେବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.