ନୂଆଦିଲ୍ଲୀ, ୨୧/୦୫ : ସାବଧାନ୍! ମାଡ଼ି ଆସୁଛି ଇବୋଲା ଭାଇରସ୍। ଆଡଭାଇଜରି ଜାରି କଲା ସ୍ଵାସ୍ଥ୍ୟ ବିଭାଗ। ହାଇ-ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି। ସମସ୍ତ ଏୟାରପୋର୍ଟ, ବନ୍ଦର, ଏବଂ ଅନ୍ୟ ଏଣ୍ଟ୍ରି ପଏଣ୍ଟରେ କଡ଼ାକଡ଼ି ଚେକିଂ କରିବାକୁ କୁହାଯାଇଛି। ଜ୍ଵର କିମ୍ଵା ଅନ୍ୟ ଲକ୍ଷଣ ଥିଲେ ଯାତ୍ରୀଙ୍କୁ ଏୟାରପୋର୍ଟ ହେଲଥ ଡେସ୍କରେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ଏହା ସହ ଭାରତରେ ପହଞ୍ଚିବା ପରେ ୨୧ ଦିନ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
The Directorate General of Health Services (DGHS) has issued a health advisory for passengers arriving from or transiting through Ebola-affected countries, including DR Congo, Uganda, and South Sudan.
— Press Trust of India (@PTI_News) May 21, 2026
Travellers showing symptoms such as fever, vomiting, diarrhoea, bleeding, or… pic.twitter.com/RxQKPvN3bX
ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଡେମୋକ୍ରାଟିକ୍ ରିପବ୍ଲିକ ଅଫ୍ କଙ୍ଗୋ, ୟୁଗାଣ୍ଡା, ଏବଂ ଦକ୍ଷିଣ ସୁଡାନକୁ ହାଇ-ରିସ୍କ ଦେଶ ଭାବେ ଘୋଷଣା କରିଛି। ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଏବେ ନିଜ ସ୍ଵାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଦିଲ୍ଲୀ ଏୟାରପୋର୍ଟରେ ଏସମ୍ପର୍କରେ ସୂଚନା ଦିଆଯାଇଛି। ଯେକୌଣସି ଯାତ୍ରୀଙ୍କର ଜ୍ଵର ହୋଇଥିବ, ଦୁର୍ବଳ ଲାଗୁଥିବ କିମ୍ଵା ଥକ୍କା ଲାଗିବା ସହ ମୁଣ୍ଡ ବିନ୍ଧୁଥିବ ତେବେ ସେମାନେ ଏୟାରପୋର୍ଟ ହେଲଥ ଡେସ୍କରେ ତୁରନ୍ତ ସୂଚନା ଦେବେ। ବାନ୍ତି ଲାଗିବା ସହ ରକ୍ତସ୍ରାବ ମଧ୍ୟ ଇବୋଲାର ଲକ୍ଷଣ। ଖାଲି ସେତିକି ନୁହେଁ ଯଦି କୌଣସି ଯାତ୍ରୀ ସନ୍ଦିଗ୍ଧ ରୋଗୀଙ୍କ ସହ ସମ୍ପର୍କରେ ଆସିଥିବେ ତାହେଲେ ମଧ୍ୟ ଜଣାଇବେ। ଭାରତ ଆସିବର ୨୧ ଦିନ ମଧ୍ୟରେ ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇବେ। ନିଜ ସୁରକ୍ଷା ଏବଂ ଅନ୍ତରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ନିୟମକୁ ପାଳନ କରିବା ପାଇଁ ଏୟାରପୋର୍ଟରେ ହେଉଥିବା ଚେକିଂରେ ସହଯୋଗ କରିବା ପାଇଁ ଯାତ୍ରୀଙ୍କୁ ଅପିଲ୍ କରାଯାଇଛି।
ଏହି ଖବରଟିକୁ ପଢନ୍ତୁ- Cockroach Janata Party : ବିଜେପିକୁ ପଛରେ ପକାଇଲା କକ୍ରୋଚ୍ ଜନତା ପାର୍ଟି, ଫଲୋର୍ସଙ୍କ ଭିତରେ ବହୁ ସେଲିବ୍ରେଟି