ନୂଆଦିଲ୍ଲୀ, ୨୧/୦୫ : ସୋସିଆଲ୍ ମିଡିଆରେ କକ୍ରୋଚର ତେହଲକା। ଇନଷ୍ଟାଗ୍ରାମରେ ଏକ ଛୋଟ ମଜାକରୁ ଆରମ୍ଭ ହୋଇଥିବା ଏହି ପ୍ରୋଫାଇଲ୍ ଏବେ ମହାଦ୍ରୁମରେ ପରିଣତ ହୋଇଛି। ଏପରିକି କକ୍ରୋଚ୍ ଜନତା ପାର୍ଟି ୨୦୨୯ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଛି। ମାତ୍ର ୬ ଦିନରେ ଏହି ପାର୍ଟି ୧୧.୩ ମିଲିଅନରୁ ଅଧିକ ଫଲୋର୍ସ ଯୋଡ଼ି ହେଲେଣି। ଫଲୋର୍ସ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାର୍ଟି ବିଜେପିକୁ କକ୍ରୋଚ ପଛରେ ପକାଇଛି। ଏହି ବ୍ୟଙ୍ଗାତ୍ମକ ରାଜନୈତିକ ଆନ୍ଦୋଳନକୁ ସାଧାରଣ ଜନତାଙ୍କ ସହ ବହୁ ସେଲିବ୍ରେଟିଙ୍କ ସପୋର୍ଟ ମିଳିଛି। ଦିୟା ମିର୍ଜା, କୋଙ୍କଣା ସେନ ଶର୍ମାଙ୍କ ଠାରୁ ଅନୁରାଗ କଶ୍ୟପଙ୍କ ଯାଏଁ ସମସ୍ତେ ଏହି ପ୍ରୋଫାଇଲକୁ ଫଲୋ କରିଛନ୍ତି। 

କକ୍ରୋଚ୍ ଜନତା ପାର୍ଟି ଏକ ବ୍ୟଙ୍ଗାତ୍ମକ ପଲିଟିକାଲ୍ ଗ୍ରୁପ୍। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ବେରୋଜଗାର ଯୁବକଙ୍କୁ କକ୍ରୋଚ୍ ସହ ତୁଳନା କରିଥିଲେ। ଏହି ଟିପ୍ପଣୀ ପରେ ଜେନ୍-ଜିଙ୍କ ଜିଦ୍ ବଢିଯାଇଥିଲା। ରାତାରାତି କକ୍ରୋଚ୍ ଗ୍ରୁପ୍ କ୍ରିଏଟ୍ ହୋଇଥିଲା। ଦେଖୁ ଦେଖୁ ଇଣ୍ଟରନେଟ୍‌ ରେ ଏହି ଗ୍ରୁପ୍ ଖୁବ୍ ଭାଇରାଲ୍ ହୋଇଥିଲା। ଏବେ ସୁଦ୍ଧା ଏହି ପ୍ରିଫାଇଲରେ ୧୧.୩ ମିଲିଅନ ଫଲୋର୍ସ ହୋଇସାରିଲେଣି। ଇନଷ୍ଟାଗ୍ରାମ ରିଲ୍ସ, ଏକ୍ସ ଏବଂ ମିମ୍ ପୃଷ୍ଠାରେ, ସାରା ଦେଶର ଯୁବକମାନେ ଏହି କାଳ୍ପନିକ ରାଜନୈତିକ ଦଳରେ ଯୋଗଦେବାକୁ ଅନୁରୋଧ କରୁଛନ୍ତି। ସେମାନଙ୍କର କିଛି ଅଜବ ଅଭ୍ୟାସ ଉପରେ ଆଧାର କରି ନିଜକୁ ନେତା ଏବଂ ଦଳରେ ପଦ ପାଇଁ "ଯୋଗ୍ୟ ପ୍ରାର୍ଥୀ" ବୋଲି ଦାବି କରୁଛନ୍ତି।

କେଉଁ ପାର୍ଟିର କେତେ ଫଲୋର୍ସ
ଭାରତୀୟ ଜାତୀୟ କଂଗ୍ରେସ - ୧୩.୩ ମିଲିଅନ
ଭାରତୀୟ ଜନତା ପାର୍ଟି - ୮.୭ ମିଲିଅନ
ଆମ୍ ଆଦମୀ ପାର୍ଟି - ୧.୯ ମିଲିଅନ
ସମାଜବାଦୀ ପାର୍ଟି - ୮୭୦ ହଜାର
ତୃଣମୂଳ କଂଗ୍ରେସ - ୫୩୭ ହଜାର
ଜନତା ଦଳ ୟୁନାଇଟେଡ୍ - ୪୧୬ ହଜାର

କକ୍ରୋଚ୍ ଜନତା ପାର୍ଟିର ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଆରମ୍ଭରୁ ୩ ମିଲିଅନ ଫଲୋର୍ସ ଥିଲା। ହେଲେ ୬ ଦିନରେ ଏହାର ଲୋକପ୍ରିୟତା ଦେଖୁ ଦେଖୁ ବଢି ଯାଇଛି। ଅଭିନେତ୍ରୀ ଦିୟା ମିର୍ଜା, ଅନୁରାଗ କଶ୍ୟପ, କୋଙ୍କଣା ସେନ ଶର୍ମା, ଈଶା ଗୁପ୍ତା, ଉମର ରିଆଜ, ଅଭିଶେଷ ନିଗମ, ଉର୍ଫି ଜାବେଦ, ନଗମା ମିରାଜକର, ଇନଫ୍ଲୁଏନ୍ସର ପୂରବ ଝା, ଟିଭି ଅଭିନେତ୍ରୀ ଶଫାକ ନାଜ, ଶିଜାନ ଖାନଙ୍କ ଭଳି ବହୁ ଟେଲି କଳାକାର ମଧ୍ୟ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି। ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମରା ଏବଂ ପଞ୍ଜାବୀ ସିଙ୍ଗର ହିମାଂଶୀ ଖୁରାନା ମଧ୍ୟ ଏହି ଟ୍ରେଣ୍ଡ୍‌ରେ ସମିଲ ହୋଇଛନ୍ତି। 

ବଡ଼ କଥା ହେଲା ଏହି ଗ୍ରୁପରେ ଆଜେଣ୍ଡା ଅର୍ଥାତ୍ ମାନିଫେଷ୍ଟୋ ମଧ୍ୟ ଜାରି କରାଯାଇଛି। ଏଥିରେ ସିଷ୍ଟମ ସୁଧାରିବାକୁ କିଛି ପ୍ରମୁଖ ଦାବି ରଖାଯାଇଛି। କକ୍ରୋଚ୍ ଜନତା ପାର୍ଟିର ସଦସ୍ୟତା ସମ୍ପର୍କରେ ମଧ୍ୟ ନିୟମ ଅଛି। ଏହି  ଦଳ ଅନୁଯାୟୀ, ସଦସ୍ୟତା ପାଇଁ ଯୋଗ୍ୟତା ମାନଦଣ୍ଡରେ "ବେକାର, ଅଳସୁଆ ଏବଂ ଅତ୍ୟଧିକ ଅନଲାଇନ୍ ରହୁଥିବା" ଦରକାର। ଏହାର ଲୋଗୋ ଏବଂ ନାମରେ ଏକ କକ୍ରୋଚ୍ ଅଛି। ଅସରପା କେବଳ ମଇଳା ଏବଂ ପଚିସଢ଼ା ଜାଗାରେ ବଢେ। ଯାହା ସୂଚିତ କରେ ଯେ ଦେଶର ବ୍ୟବସ୍ଥା ଏତେ ପଚିଯାଇଛି ଯେ ଯୁବକମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି।

ଏହି ଖବରଟିକୁ ପଢନ୍ତୁ-  Cockroach Janta Party: ୨୦୨୯ ନିର୍ବାଚନ ଲଢିବ ନା କେଜ୍ରିୱାଲଙ୍କ ସହ ହାତ ମିଳାଇବ CJP ? ଜାଣନ୍ତୁ କ'ଣ କହିଲେ ପାର୍ଟି ଫାଉଣ୍ଡର