• ଜୋରିମନା ଭରିବ ଟେକ୍‌ ଜିଆଣ୍ଟ ଆପଲ୍‌ 
  • ଆପଲ ଓ କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ ମୁହାଁମୁହିଁ
  • ବଜାରରେ ନିଜ ପ୍ରଭାବର ଭୁଲ୍ ବ୍ୟବହାର କରିବାର ଅଭିଯୋଗ

ନୂଆଦିଲ୍ଲୀ : ଅଡ଼ୁଆରେ ଆମେରିକୀୟ ଟେକ୍ ଜିଆଣ୍ଟ ଆପଲ୍ । ଏବେ ଆପଲ ଓ ଭାରତର କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ ( ସିସିଆଇ) ମୁହାଁମୁହିଁ। ଆପଲକୁ ଶେଷ ଚେତାବନୀ ଦେଇଛି ସିସିଆଇ। ଯଦି କମ୍ପାନୀ ତୁରନ୍ତ ଜବାବ ନଦିଏ ,ତ ସେ ଆଣ୍ଟିଟ୍ରଷ୍ଟ ମାମଲାକୁ ତା ବିନା ଆଗକୁ ବଢାଇ ଦେବ। ଉକ୍ତ ମାମଲା iOS App Storeର ବିଜନେସ୍ ପ୍ରାକ୍ଟିସ ସହ ଜଡ଼ିତ, ଯେଉଁଥିରେ ଆପଲ୍ ଉପରେ ବଜାରରେ ନିଜ ପ୍ରଭାବକୁ ଭୁଲ୍ ବ୍ୟବହାର କରିବାର ଅଭିଯୋଗ ହୋଇଛି। ମାମଲା ୨୦୨୨ରୁ ଚାଲି ଆସୁଛି , ଯେବେ କିଛି କମ୍ପାନୀ ଓ ଇଣ୍ଡିଆନ ଷ୍ଟାର୍ଟଅପ୍ସ ଆପଲ୍ ବିରୁଦ୍ଧରେ ସିସିଆଇରେ ଅଭିଯୋଗ ରୁଜୁ କରାଇ ଥିଲେ।

ଏହାସହ ମଧ୍ୟ ପଢନ୍ତୁ :  ନିର୍ବାଚନ ଜିତିଗଲେ ଗୌରୀ ଲଙ୍କେଶ ହତ୍ୟା ମାମଲାର ଅଭିଯୁକ୍ତ , ଜାଣନ୍ତୁ ଷଡ଼ଯନ୍ତ୍ରରେ ଶ୍ରୀକାନ୍ତ ପାଙ୍ଗାରକରଙ୍କର କଣ ଥିଲା ଭୂମିକା

ଅଭିଯୋଗ ଥିଲା ଯେ, ଆପଲ ନିଜର ଆପ୍ ଷ୍ଟୋରରେ ଏମିତି ନିୟମ ଲାଗୁ କରିଥିଲା , ଲଗାଇଛି , ଯାହା ଡେଭେଲପରଙ୍କ କ୍ଷତି ପହଞ୍ଚାଇ ଥିଲା ଏବଂ ଏହାର କ୍ଷମତାର ଅପବ୍ୟବହାର କରିଥିଲା। ଏକ ତଦନ୍ତ ପରେ , ସିସିଆଇ ୨୦୨୪ ମସିହାରେ ରିପୋର୍ଟ କରିଥିଲା ଯେ, ଆପଲ୍ ଏହାର ପ୍ରଭାବଶାଳୀ ସ୍ଥିତିର ଅପବ୍ୟବହାର କରିଛି।

କିନ୍ତୁ ମାମଲା ଏବେ କେବଳ ଅଭିଯୋଗ ଯାଏ ସୀମିତ ରହି ନାହିଁ। ସିସିଆଇକୁ ଆପ୍ ପକ୍ଷରୁ ଜବାବ ଦେବାରେ ବର୍ଷକରୁ ଅଧିକ ବିଳମ୍ୱ ହୋଇଛି। ଅକ୍ଟୋବର ୨୦୨୪ରେ ଆପଲକୁ କୁହାଯାଇ ଥିଲା ଯେ, ସେ ଯାଞ୍ଚ ରିପୋର୍ଟରେ ଅଭିଯୋଗ ଓ ଜୋରିମନାର ହିସାବ ଦାଖଲ କରୁ, କିନ୍ତୁ ଆପଲ ସେବେଠାରୁ ବାରମ୍ୱାର ଆପଲ ସମୟ ବୃଦ୍ଧି ପାଇଁ ଅନୁରୋଧ କରି ଆସୁଛି।

ଏବେ ସିସିଆଇ ଆପଲକୁ ସ୍ପଷ୍ଟ କରି ଦେଇଛି ଯେ, ଏବେ ଆଉ ସମୟ ମିଳିବ ନାହିଁ। ଯଦି ଆପଲ ଆଗାମୀ ସପ୍ତାହ ସୁଦ୍ଧା ଜବାବ ନଦିଏ ତ , ସେ କେସ୍‌କ ଏକୁଟିଆ ଆଗକୁ ବଢାଇବ ଅର୍ଥାତ୍ ୟୁନିଲାଟେରାଲ ଆକ୍ସନ ନେବ। ଏହି ଚେତାବନୀ ପରେ ଆପ୍ଲର ମୁସ୍କିଲ ଆହୁରି ବଢି ଯାଇଛି।