- ସାମ୍ୱାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ଅଭିଯୁକ୍ତ ଶ୍ରୀକାନ୍ତ ପାଙ୍ଗାରକର
- ଶ୍ରୀକାନ୍ତ ପାଙ୍ଗାରକରଙ୍କ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ବିଜୟୀ ହେଲେ
- ମହାରାଷ୍ଟ୍ରର ଜାଲନା ନଗର ନିଗମ ନିର୍ବାଚନରେ ପାଙ୍ଗାରକର ଜିତିଲେ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଜାଲନା ନଗର ନିଗମ ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିବା ଶ୍ରୀକାନ୍ତ ପାଙ୍ଗାରକରଙ୍କ ନାଁ ପୁଣି ଥରେ ଚର୍ଚ୍ଚାରେ। ଏ ହେଉଛନ୍ତି ସେହି ଶ୍ରୀକାନ୍ତ ,ଯିଏ ସାମ୍ୱାଦିକା ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଛନ୍ତି। ନିର୍ବାଚନ ଜିତିବାପରେ ସେ ସମର୍ଥକଙ୍କ ସହ ସାର୍ବଜନିକ ଭାବେ ଉତ୍ସବ ପାଳିଛନ୍ତି, ଯାହାଙ୍କର ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିବା କ୍ଷଣି ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ବିରୋଧୀ ଦଳ ଓ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏହାକୁ ନ୍ୟାୟିକ ପ୍ରକ୍ରିୟାର ମଜାକ୍ ଭାବେ କହିଛନ୍ତି। ବିଶେଷ କଥା ଏହା ଯେ, ଶ୍ରୀକାନ୍ତ ପାଙ୍ଗାରକରଙ୍କ ନାଁ ଏକ ଏମିତି ହତ୍ୟାକାଣ୍ଡ ସହ ଜଡ଼ିତ ଅଛି, ଯାହାକି ପୂରା ଦେଶକୁ ଦୋହଲାଇ ଦେଇଥିଲା।
ଏହାସହ ମଧ୍ୟ ପଢନ୍ତୁ : ମହାରାଷ୍ଟ୍ର ସିଭିକ୍ ଇଲେକ୍ସନ : ଗୋଟିଏ ପରିବାରରୁ ତିନି ଜଣଙ୍କ ବିଜୟ , ଜଣେ ଜେଲ୍ରୁ ଲଢିଥିଲେ ନିର୍ବାଚନ
ଶ୍ରୀକାନ୍ତ ପାଙ୍ଗାରକର କିଏ ?
ଶ୍ରୀକାନ୍ତ ପାଙ୍ଗାରକର ମହାରାଷ୍ଟ୍ରର ଜାଲନା ଜିଲ୍ଲା ନିବାସୀ ଏବଂ ତାଙ୍କର ନାଁ କଟ୍ଟରପନ୍ଥୀ ନେଟୱର୍କ ସହ ଜଡ଼ିତ ମାମଲାରେ ସାମ୍ନାକୁ ଆସି ଥାଏ। ଅଗଷ୍ଟ ୨୦୧୮ ମସିହାରେ ମହାରାଷ୍ଟ୍ର ଏଟିଏସ୍ ତାଙ୍କୁ ଅଫୁଟା ବୋମା ଓ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ଗିରଫ କରିଥିଲା। ତାଙ୍କ ନାଁରେ ବିସ୍ଫୋରକ ଅଧିନିୟମ, ବିସ୍ଫୋରକ ପଦାର୍ଥ ଅଧିନିୟମ ଓ ୟୁଏପିଏ ଭଳି ଗୁରୁତର ଧାରାରେ କେସ୍ ରୁଜୁ ହୋଇଛି। ଯାଞ୍ଚ ଏଜେନ୍ସିଙ୍କ ମୁତାବିକ , ପାଙ୍ଗାରକର ଆଦର୍ଶଗତ ଭାବେ ସେହି ଲୋକଙ୍କ ସଂପର୍କରେ ଥିଲେ , ଯାହାଙ୍କ ଉପରେ ଗୌରୀ ଲଙ୍କେଶଙ୍କର ହତ୍ୟାର ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଅଛି। ଏହି ନେଟୱର୍କର କାରଣରୁ ତାଙ୍କ ନାଁ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଚାର୍ଜସିଟ୍ରେ ଆସିଥିଲା।
ଗୌରୀ ଲଙ୍କେଶ ମର୍ଡର କେସ୍ରେ ପାଙ୍ଗାରକରଙ୍କ ଭୂମିକା –
ଏସଆଇଟିର ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ଗୌରୀ ଲଙ୍କେଶଙ୍କର ହତ୍ୟା କୌଣସି ଜଣେ ବ୍ୟକ୍ତିଙ୍କ ନିଷ୍ପତ୍ତି ନଥିଲା, ବରଂ ଏକ ସଙ୍ଗଠନର ପ୍ଲାନିଂର ଅଂଶ ଥିଲା। ଶ୍ରୀକାନ୍ତ ପାଙ୍ଗାରକରଙ୍କ ଉପରେ ଅଭିଯୋଗ ଯେ, ସେ ସେହି ଆଦର୍ଶଗତ ଓ ଲଜିଷ୍ଟିକ୍ ସପୋର୍ଟ ଦେଉଥିବା ଲୋକଙ୍କ ମଧ୍ୟରେ ସଂପୃକ୍ତି ଥିଲେ, ଯିଏକି ହତ୍ୟାକାରୀଙ୍କୁ ସୁରକ୍ଷିତ ସ୍ଥାନ , ଜିନିଷ ଓ ସହଯୋଗ ଯୋଗାଇ ଦେଇଥିଲେ। ଯାଞ୍ଚରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ, ହତ୍ୟା ପୂର୍ବରୁ ଓ ପରେ ନେଟୱର୍କର ଲୋକ ଲଗାତାର ସଂପର୍କରେ ଥିଲେ। ହେଲେ ପାଙ୍ଗାରକରଙ୍କ ଉପରେ ସିଧା ଗୁଳି କରିବାର ଅଭିଯୋଗ ନାହିଁ, କିନ୍ତୁ ଷଡ଼ଯନ୍ତ୍ରରେ ସାମିଲ ଥିବା କାରଣରୁ ତାଙ୍କୁ ଅଭିଯୁକ୍ତ କରାଯାଇଛି।
୫ ସେପ୍ଟେମ୍ୱର ୨୦୧୭ ସନ୍ଧ୍ୟାରେ ବେଙ୍ଗାଲୁରର ରାଜରାଜେଶ୍ୱରୀ ନଗର ଅଞ୍ଚଳରେ ଗୌରୀ ଲଙ୍କେଶଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା । ଆକ୍ରମଣକାରୀ ମାନେ ଖୁବ୍ ନିକଟରୁ ଫାୟାରିଂ କରିଥିଲେ ,ଯେଉଁଥିରେ ତାଙ୍କ ଛାତିରେ ଦୁଇଟି ଓ ମୁଣ୍ଡରେ ଗୋଟିଏ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।