PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୨ୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ, ବିନା ଓ୍ବିକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ

ବିଶାଖାପଟ୍ଟନମ୍‌ ୧୯/ ୦୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆକୁ ଭ୍ରମଣକାରୀ ଦଳ ସହଜରେ ଜିତିନେଇଛି । ମାତ୍ର ୧୧୮ ରନ୍‌ ବିଜୟଲକ୍ଷ୍ୟ ପିଛା କରୁଥିବା କଙ୍ଗାରୁ ଦଳ ବିନା କୌଣସି ଓ୍ବିକେଟ୍‌ ହରାଇ ମାତ୍ର — ଓଭରରେ ହିଁ ହାସଲ କରିନେଇଛି । ଫଳରେ ଲଜ୍ଜାଜନକ ପରାଜୟ ବରଣ କରିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଏବେ ୧-୧ରେ ବରାବର୍‌ ହୋଇଯାଇଛି ।

ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର୍‌ ଟ୍ରାଭିସ୍‌ ହେଡ୍‌ ୩୦ ବଲ ଖେଳି ୧୦ଟି ଚୌକା ସହାୟତାରେ ୫୧ ରନ୍‌ କରି ଅପରାଜିତ ଥିବା ବେଳେ ମିଚେଲ୍‌ ମାର୍ସ ୩୬ ବଲ ଖେଳି ୬ଟି ଚୌକା ଓ ୬ଟି ଛକା ସହାୟତାରେ ୬୬ ରନ୍‌ କରି ଅପରାଜିତ ଅଛନ୍ତି । ଭାରତର ସମସ୍ତ ବୋଲର ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି । ମହମ୍ମଦ ସାମି ୩ ଓଭରରେ ୨୯ ରନ୍‌ ଦେଇଥିବା ବେଳେ ମହମ୍ମଦ ସିରାଜ ୩ ଓଭରରେ ୩୭ରନ, ଅକ୍ଷର ପଟେଲ ୩ ଓଭରରେ ୨୫ ରନ, ହାର୍ଦ୍ଧିକ ପାଣ୍ଡ୍ୟା ୧ ଓଭରରେ ୧୮ରନ୍‌ ଓ କୁଲଦୀପ ଯାଦବ ୧ ଓଭରରେ ୧୨ ରନ ଦେଇଛନ୍ତି ।

ସମ୍ବନ୍ଧିତ ଖବର